ETV Bharat / state

ଲାଗୁନି କୋରୋନା ବ୍ରେକ, ଦିନକରେ 5 ସଂକ୍ରମିତ ଚିହ୍ନଟ

author img

By ETV Bharat Odisha Team

Published : Dec 29, 2023, 11:20 AM IST

Odisha Corona Cases Rising
Odisha Corona Cases Rising

Odisha Corona Cases Rising: ଲଗାତାର ପଞ୍ଚମ ଦିନରେ ରାଜ୍ୟରେ ଚିହ୍ନଟ ହେଲେ କୋଭିଡ ସଂକ୍ରମିତ । ଗତ 24 ଘଣ୍ଟାରେ ରାଜ୍ୟରୁ ପୁଣି 5 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 13କୁ ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ରାଜ୍ୟରେ କୋରୋନାର ଲମ୍ବା ଡିଆଁ । ଉପରମୁହାଁ କୋରୋନା ଗ୍ରାଫ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ 24 ଘଣ୍ଟାରେ 5 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଲଗାତାର 5ମ ଦିନରେ ଚିହ୍ନଟ ହୋଇଛନ୍ତି କୋରୋନା ସଂକ୍ରମିତ । ଆଜିର 5 ଜଣ ସଂକ୍ରମିତଙ୍କୁ ମିଶାଇ ପଜିଟିଭ ସଂଖ୍ୟା 13କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡି ଚାଲିଛି କୋରୋନା ଭାଇରସ । ଯାହାକି ଏକ ପ୍ରକାର ଚିନ୍ତା ବଢାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ଟେଷ୍ଟିଂ ମଧ୍ୟ ବଢାଇ ଦିଆଯାଇଛି । ଗତକାଲି(ଗୁରୁବାର) 690 ଟେଷ୍ଟିଂ ହୋଇଥିବା ବେଳେ ସେଥିରୁ 378ଟି ଆରଟିପିସିଆର କରାଯାଇଥିଲା । ସେଥିରୁ 5 ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 13 ଜଣ ଆକ୍ଟିଭ ସଂକ୍ରମିତ ରହିଛନ୍ତି । ତେବେ ସମସ୍ତ ସଂକ୍ରମିତ ହୋମ ଆଇସୋଲେସନରେ ଅଛନ୍ତି, ମେଡିକାଲରେ କେହି ନାହାଁନ୍ତି ତେଣୁ ଆତଙ୍କିତ ହେବାର କିଛି ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ କାୟା ମେଲାଉଛି କୋରୋନା, ଆଉ 3 ଆକ୍ରାନ୍ତ ଚିହ୍ନଟ

ଜାତୀୟସ୍ତରୀୟ ତଥ୍ୟ ଅନୁସାରେ, କୋରୋନା ସଂକ୍ରମିତଙ୍କ ମଧ୍ୟରୁ 92 ପ୍ରତିଶତ ହୋମ ଆଇସୋଲେସନରେ ରହିଛନ୍ତି । ଅଳ୍ପ ସଂଖ୍ୟକ ସଂକ୍ରମିତ ହିଁ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ତେବେ କୋମଅର୍ବିଟ କନଡିସନ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ତେଣୁ ଭୟଭୀତ ନହୋଇ ସତର୍କ ରହିବା ଜରୁରୀ ବୋଲି କୁହାଯାଇଛି ।

ସୂଚନା ଅନୁଯାୟୀ, ଓଡିଶାରେ JN.1 ଭାରିଆଣ୍ଟ ନାହିଁ । ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାରା ଦେଶରେ କୋଭିଡର ନୂଆ ଭାରିଆଣ୍ଟ JN.1 ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ । ଏପଟେ କେରଳ ଓ କର୍ଣ୍ଣାଟକ ରାଜ୍ୟରେ ଚିନ୍ତା ବଢ଼ାଇଛି କୋଭିଡ଼ ଜେଏନ 1 । ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ କରାଇଛନ୍ତି । ତେବେ ଯେଉଁ ନୂଆ ଭାରିଆଣ୍ଟ କଥା କୁହାଯାଉଛି ତାହା ନେଚୁରାଲ । କେରଳ ଓ କର୍ଣ୍ଣାଟକରେ ପଜିଟିଭ ପରେ କେନ୍ଦ୍ର ଗାଇଡଲାଇନ ଜାରି କରିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଆଲୋଚନା କରାଯାଇଛି । ତେବେ ଆବଶ୍ୟକ ପଡିଲେ, ରାଜ୍ୟ ଜାରି କରିପାରେ ଗାଇଡଲାଇନ ।

ପ୍ରକାଶ ଥାଉକି, ଦେଶରେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ 692 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 6 ଜଣଙ୍କ ମୁଣ୍ଡ ନେଇଥିଲା କୋରୋନା । ଦେଶରେ ମୃତ୍ୟୁ ହୋଇଥିବା 6 ଜଣଙ୍କ ମଧ୍ୟରେ 2 ଜଣ ମହାରାଷ୍ଟ୍ରର ଏବଂ ଜଣେ ଲେଖାଏଁ ଦିଲ୍ଲୀ, କର୍ଣ୍ଣାଟକ, କେରଳ ଏବଂ ପଶ୍ଚିମବଙ୍ଗରୁ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.