ETV Bharat / state

ବିନା ଶ୍ରଦ୍ଧାଳୁରେ ଚାଲିଛି ମା’ଙ୍କ ନବଦିନାତ୍ମକ ପୂଜା

author img

By

Published : Oct 21, 2020, 2:55 PM IST

navratri puja started in khurdha without devotees
ବିନା ଭକ୍ତରେ ଚାଲିଛି ମାଙ୍କ ନବଦିନାତ୍ମକ ପୂଜା

ରାଜ୍ୟର ଅନ୍ୟତମ ତନ୍ତ୍ର ପୀଠ ଭାବେ ଖ୍ୟାତି ଅର୍ଜନ କରିଥିବା ଭୁଷଣ୍ଡପୁର ମା’ ଉଗ୍ରତାରା ତନ୍ତ୍ର ପୀଠରେ ବିଜୟା ଦଶମୀ ଅବସରରେ ଆରମ୍ଭ ହୋଇଯାଇଛି ନବରାତ୍ର ପୂଜା । କିନ୍ତୁ ଚଳିତ ବର୍ଷ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: କୋଭିଡ୍ କଟକଣା ଭିତରେ ଆରମ୍ଭ ହୋଇଯାଇଛି ନବରାତ୍ର ପୂଜା । ବିଭିନ୍ନ ଦେବୀ ମନ୍ଦିରରେ ନଅ ଦିନ ଧରି ବେଶ ଧୁମଧାମରେ ଏହା ପାଳନ କରାଯାଏ । ସେହିପରି ରାଜ୍ୟର ଅନ୍ୟତମ ତନ୍ତ୍ର ପୀଠ ଭାବେ ଖ୍ୟାତି ଅର୍ଜନ କରିଥିବା ଭୁଷଣ୍ଡପୁର ମା ଉଗ୍ରତାରା ତନ୍ତ୍ର ପୀଠରେ ବିଜୟା ଦଶମୀ ଅବସରରେ ନବରାତ୍ର ପୂଜା ଚାଲୁରହିଛି । ପ୍ରତ୍ୟକ୍ଷ ଦେବୀ ମା ଉଗ୍ରତାରାଙ୍କ ପାଖରେ ବିଜୟା ଦଶମୀରେ ଦର୍ଶନ କରିଲେ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ସମସ୍ତେ ଜାଣନ୍ତି ।

ବିନା ଭକ୍ତରେ ଚାଲିଛି ମାଙ୍କ ନବଦିନାତ୍ମକ ପୂଜା

କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁ ଖାଁ ଖାଁ ପୁରା ପରିବେଶ । ଏଥର ମାଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତମାନେ । କାରଣ ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି 144 ଧାରା । ଏହି ନବରାତ୍ର ପୂଜାରେ ମା ଉଗ୍ରତାରା ନଅଟି ବେଶରେ ଦର୍ଶନ ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ କୋରୋନା ସବୁକିଛି ଛଡାଇ ନେଇଥିବା ଦେଖିବାକୁ ମିଳିଛି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.