ETV Bharat / state

ମୁକ୍ତାକୁ ଅର୍ନ୍ତଜାତୀୟ ସ୍ୱୀକୃତି, ନ୍ୟୁୟର୍କରେ WRI ରୋସ୍ ସେଣ୍ଟର ପୁରସ୍କାର

author img

By

Published : Feb 3, 2023, 4:01 PM IST

mukta scheme bags wri Ross Centre Prize
mukta scheme bags wri Ross Centre Prize

ମୁକ୍ତା ଯୋଜନାକୁ ନ୍ୟୁୟର୍କରେ WRI ରୋସ୍ ସେଣ୍ଟରରେ ପୁରସ୍କାର । ପୁରସ୍କାର ଗ୍ରହଣ କଲେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନାକୁ ମିଳିଛି ବିଶ୍ୱସ୍ତରୀୟ ସ୍ୱୀକୃତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ରାଜ୍ୟ ସରକାରଙ୍କ ୫ଟି ପଦକ୍ଷେପ ଅନ୍ତର୍ଗତ ଏହା ସହରୀ କର୍ମ ନିଯୁକ୍ତି ଯୋଜନା । ଏହାକୁ କାର୍ଯ୍ୟକାରୀ କରୁଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୨୧-୨୦୨୨ ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ଅନ୍ୟତମ ବିଜେତା ଭାବରେ ମନୋନୀତ ହୋଇ WRI ସହରଗୁଡିକ ପାଇଁ ରୋସ୍ ସେଣ୍ଟର ପୁରସ୍କାର ହାସଲ କରିଛି ।



ଫେବୃଆରୀ ୧ ତାରିଖରେ ନ୍ୟୁୟର୍କ ସହରର ଫୋର୍ଡ ଫାଉଣ୍ଡେସନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେତା ଘୋଷିତ ହୋଇଛି । ନ୍ୟୁୟର୍କରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାଥନନ୍ ଏହି ଅନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ବିଭାଗର ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏକ ଅନ୍ତର୍ଜାତୀୟ ଜୁରି ଦଳ ଏହି ପୁରସ୍କାର ପ୍ରତିଯୋଗିତାରେ ୬୫ଟି ଦେଶର ୧୫୫ଟି ସହରରୁ ଆସିଥିବା ୨୬୦ଟି ଆବେଦନ ମଧ୍ୟରୁ ମୁକ୍ତାକୁ ବିଜେତା ଭାବରେ ଚୟନ କରିଥିଲେ ।

mukta scheme
mukta scheme



ସହରଗୁଡିକ ପାଇଁ ପୁରସ୍କାର ହେଉଛି WRI ର ସହରୀ ରୂପାନ୍ତରଣ ପୁରସ୍କାର ଯାହାକି ବିଶ୍ୱ ବ୍ୟାପି ଅଧିକ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ସହର ସୃଷ୍ଟି କରୁଥିବା ଅଗ୍ରଣୀମାନଙ୍କୁ ସ୍ୱୀକୃତି ପ୍ରଦାନ କରେ । ଅନିଶ୍ଚିତତା, ବ୍ୟାଘାତ ଏବଂ ସଙ୍କଟର ମୁକାବିଲା ପାଇଁ ସହରାଞ୍ଚଳର ଗରିବ, ଅନୌପଚାରିକ ତଥା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରି ମୁକ୍ତା ଏହି ପୁରସ୍କାର ହାସଲ କରିଛି । କଠିନ ସମୟରେ ବଞ୍ଚିବା ଏବଂ ତିଷ୍ଠି ରହିବା ପାଇଁ ଏକ ପ୍ରଣାଳୀ ଭାବରେ ମୁକ୍ତାକୁ ସ୍ୱୀକୃତି ମିଳିଛି ।

mukta scheme
mukta scheme


ବର୍ତ୍ତମାନ ସୁଦ୍ଧା ଓଡିଶାର ୧୧୪ଟି ସହରରେ ୭ ଲକ୍ଷ ସହରୀ ଗରିବ ଏବଂ ପ୍ରବାସୀ ଶ୍ରମିକ ୨୦୮ କୋଟି ଟଙ୍କା ମୂଲ୍ୟର ୨୨,୫୦୦ ଗୋଷ୍ଠି ସ୍ତରୀୟ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଯେଉଁଥିରେ ପକ୍କା ସଡକ, ଡ୍ରେନ୍, ବର୍ଷା ଜଳ ଅମଳ, କମ୍ୟୁନିଟି ସେଣ୍ଟର, ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଏବଂ ସର୍ବସାଧାରଣ ସ୍ଥାନ ଆଦିର ବିକାଶ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ୫୩୬୮ ମିଶନ ଶକ୍ତି ଗୋଷ୍ଠୀ ଏବଂ ୪୩୮ ବସ୍ତି ବାସିନ୍ଦା ସଙ୍ଗଠନ ମଧ୍ୟ ଓଡିଶା ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ଅଧୀନରେ କାର୍ଯ୍ୟକାରୀ ସହଭାଗୀ ଭାବରେ ନିୟୋଜିତ ହୋଇଛନ୍ତି ।

mukta scheme
mukta scheme


ସେହିପରି ଠିକାଦାରମାନଙ୍କୁ ନିୟୋଜିତ କରିବା ପରିବର୍ତ୍ତେ ମିଶନ ଶକ୍ତି ଗ୍ରୁପ୍ ଏବଂ ବସ୍ତି ବାସିନ୍ଦାଙ୍କୁ କାର୍ଯ୍ୟ ଦାୟିତ୍ୱ ଦେବା ପାଇଁ ଓଡ଼ିଶାର ପଦକ୍ଷେପ ସ୍ୱରୂପ ମୁକ୍ତା ଯୋଜନାକୁ ପ୍ରଶଂସା କରାଯାଇଛି । ଏହି ଯୋଜନା ଏକ ସମାନ ଢଙ୍ଗରେ ଗୋଷ୍ଠୀ ସ୍ତରୀୟ ନାଗରିକ ସୁବିଧା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଭାରତ ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଏବଂ ଓଡ଼ିଶାର ମୁକ୍ତା ମଡେଲକୁ ଅନ୍ୟ ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ଲାଗି ସୁପାରିଶ କରିଛନ୍ତି । ଏଥିରୁ ଶିକ୍ଷାଲାଭ କରି ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ତାମିଲନାଡୁ ସହରାଞ୍ଚଳରେ ଥିବା ଗରିବ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଓଡ଼ିଶାର ମୁକ୍ତା ଢାଞ୍ଚାରେ ସେମାନଙ୍କ ସହରରେ ମଜୁରୀ ନିଯୁକ୍ତି ଯୋଜନା ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.