ETV Bharat / state

ଶଳାର ବିବାହ ଭୋଜିକୁ ଆସି ଭିଣୋଇ ନିଖୋଜ ଘଟଣା , ମିଳିଲା ମୃତଦେହ

author img

By

Published : Dec 2, 2022, 5:24 PM IST

ବିବାହ ଭୋଜିକୁ ଆସି ପାଣିରେ ବୁଡି ଭିଣୋଇ ନିଖୋଜ । ଆଜି ସକାଳୁ ପୋଖରୀରେ ନିଖୋଜ ବାପିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ଶଳାର ବିବାହ ଭୋଜିକୁ ଆସି ଭିଣୋଇ ନିଖୋଜ ଘଟଣା , ମିଳିଲା ମୃତଦେହ
ଶଳାର ବିବାହ ଭୋଜିକୁ ଆସି ଭିଣୋଇ ନିଖୋଜ ଘଟଣା , ମିଳିଲା ମୃତଦେହ

ଖୋର୍ଦ୍ଧା : ଶଳାର ବିବାହ ଭୋଜିକୁ ଆସି ଭିଣୋଇ ନିଖୋଜ ଘଟଣା । ମିଳିଲା ନିଖୋଜ ଭିଣୋଇର ମୃତଦେହ । ମୃତଦେହ ନିଖୋଜ ହୋଇଥିବା ପୋଖରୀରେ ଆଜି ସକାଳୁ ପୋଖରୀରେ ଭାସୁଥିବା ଦେଖାଦେଇଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବୋଲଗଡରେ ।

ସୂଚନା ଅନୁଯାୟୀ, ପୁବୁସାହି ଗ୍ରାମର ବାପି ସାମନ୍ତରାୟ ବୋଲଗଡ ବ୍ଲକ ବାଙ୍କୋଇ ପଞ୍ଚାୟତର ହାଟବସ୍ତ ସ୍ଥିତ ନିଜ ଶଳା ଦିପୁ ଚମ୍ପତିଙ୍କ ବିବାହ ଭୋଜିକୁ ଆସିଥିଲେ । ଏନେଇ ବୁଧବାର ବିଳମ୍ବିତ ରାତିରେ ବାପି କିଛି ଯୁବକଙ୍କ ସହ ହାଟବସ୍ତ ଗ୍ରାମ ନିକଟରେ ଥିବା ବେଗୁନିଆ ପୋଖରୀ କୂଳରେ ପ୍ରଚୁର ମଦପାନ କରିଥିଲେ । ବାପି ଅସାବଧାନତା କାରଣରୁ ପୋଖରୀ ଭିତରେ ଗଳି ପଡି ନିଖୋଜ ହୋଇଯାଇଥିଲେ । ଏଥିପାଇଁ ଗ୍ରାମବାସୀ ବୋଲଗଡ ଅଗ୍ନିଶମ ବହିନୀକୁ ରାତିରେ ଖବର ଦେବାସହ ରାତିସାରା ପୋଖରୀ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ ।

ସେହିପରି ଗୁରୁବାର ସକାଳୁ ଖୋର୍ଦ୍ଧାରୁ ଗୋଟିଏ ଓଡ୍ରାଫ ଟିମ ଓ ବୁଡାଳି ସହ ବୋଲଗଡ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରେ ଦିନ ତମାମ ଖୋଜା ଖୋଜି କରିଥିବା ବେଳେ ବାପିଙ୍କର କୌଣସି ସନ୍ଧାନ ନ ପାଇ ନିରାଶ ହୋଇ ଫେରିଥିଲେ । କିନ୍ତୁ ଆଜି(ଶୁକ୍ରବାର) ସକାଳୁ ଗ୍ରାମବାସୀ ଉକ୍ତ ପୋଖରୀରେ ନିଖୋଜ ବାପିଙ୍କ ମୃତଦେହ ଭାସୁଥିବା ଦେଖି ଉଦ୍ଧାର କରିଛନ୍ତି । ଏନେଇ ଖବର ପାଇ ବାଙ୍କୋଇ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.