ETV Bharat / state

ପେଟ୍ରୋଲ ପମ୍ପରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ, ତିନି ଅଭିଯୁକ୍ତ ବାନ୍ଧିଲା ପୋଲିସ

author img

By

Published : May 28, 2023, 10:52 AM IST

tension erupts at petrol pump in bhubaneswar
ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତ ଆତଙ୍କ ଖେଳାଇବା ଘଟଣା

କଟକ ରୋଡ ସ୍ଥିତ ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତ ଆତଙ୍କ ଖେଳାଇବା ଘଟଣାରେ ତିନି ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତ ଆତଙ୍କ ଖେଳାଇବା ଘଟଣା

ଭୁବନେଶ୍ବର: ରାଜଧାନୀରେ ଦିନକୁ ବଢି ଚାଲୁଛି ଅପରାଧ । ଖୁଲମଖୁଲା ଆତଙ୍କ ଖେଳାଉଛନ୍ତି ଦୁର୍ବୃତ୍ତ । ଆଉ ଏହି ଅପରାଧିକ କାଣ୍ଡରେ ସାମିଲ ହେଉଛନ୍ତି ଯୁବପିଢି । ନାବାଳକମାନେ ମଧ୍ୟ ଏଥିରେ ସାମିଲ ହେଉଛନ୍ତି । ଭୁବନେଶ୍ବର କଟକ ରୋଡ ସ୍ଥିତ ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଏଥିରେ ତିନି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ କଲେଜ ଛାତ୍ର ଏବଂ ନାବାଳକ ରହିଛନ୍ତି ।

ଗତ ୨୨ ତାରିଖରେ କଟକ ରୋଡ ପେଟ୍ରୋଲ ପମ୍ପରେ ଦୁଇ ଜଣ ବାଇକରେ ପେଟ୍ରୋଲ ପକାଇବାକୁ ନେଇ କର୍ମଚାରୀଙ୍କ ସହ ବଚସା ହୋଇଥିଲା । ପେଟ୍ରୋଲ ପମ୍ପ କର୍ମଚାରୀ ଲାଇନରେ ଆସନ୍ତୁ ନଚେତ ପେଟ୍ରୋଲ‌ ଦେବେ ନାହିଁ କହିବାରୁ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଅଭିଯୁକ୍ତ ଯୁବକ ଅନ୍ୟ ଦୁଇ ସହଯୋଗୀଙ୍କୁ ଡକାଇଥିଲେ । ସେମାନେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କ ଘଟାଇଥିଲେ । ଲୋକଙ୍କ ଉପରକୁ ପଥର ଇଟା ଫୋପାଡ଼ିବା ସହ ପିଓଏସ ମେସିନ ଓ ସେଠାରେ ଥିବା ଗାଡିରକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଥିବା ଲୋକେ ମଧ୍ୟ ଭୟଭୀତ ହୋଇଯାଇଥିଲେ ।

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଅଭିଯୋଗ ପରେ ପୋଲିସ ଏହାର ତଦନ୍ତ କରିଥିଲା । ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ସେମାନଙ୍କୁ ଗିରଫ କରିଛି । ଏହି ଘଟଣାରେ ଜୋନ ୪ ଏସିପି କହିଛନ୍ତି, "ରାଜଧାନୀରେ ଏଭଳି ଆତଙ୍କ ଖେଳାଉଥିବା ଦୁର୍ବୃତ୍ତଙ୍କ ବିରୋଧରେ କମିଶନରେଟ ପୋଲିସର ଜିରୋ ଟଲରାନ୍ସ ନୀତି ଲାଗୁ କରାଯାଉଛି । ଏହି ପରିପ୍ରେକ୍ଷୀରେ ୩ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ କଲେଜ ଛାତ୍ର ଓ ନାବାଳକ ରହିଛନ୍ତି ।"


ତେବେ ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତ ଆତଙ୍କ ଖେଳାଇବା କିଛି ନୂଆ କଥା ନୁହେଁ । ଏହି ଘଟଣାର ଦୁଇଦିନ ପୂର୍ବରୁ ମଧ୍ୟ କଳ୍ପନା ଛକ ପେଟ୍ରୋଲ ପମ୍ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଥିଲା । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରିବା ସହିତ ଖଣ୍ଡା ଓ ଫାର୍ସା ବୁଲାଇ ଦୁର୍ବୁତ୍ତ ଆତଙ୍କ ଖେଳାଇଥିଲେ । କର୍ମଚାରୀଙ୍କୁ ଚାପୁଡା ମାରିବା ସହ ପରେ ଆତଙ୍କ ଖେଳାଇଥିଲେ । ପେଟ୍ରୋଲ ପମ୍ପରେ ଥିବା ସାମଗ୍ରୀ ଭଙ୍ଗାରୁଜା କରିଥିଲେ । ଘଟଣାର ଖବର ପାଇ ପୋଲିସ ପହଞ୍ଚି 3 ଜଣଙ୍କୁ କାବୁ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.