ETV Bharat / state

ଜିଲ୍ଲାକୁ ପଠାଗଲା ମାଟ୍ରିକ ନମୁନା ପ୍ରଶ୍ନପତ୍ର, ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ

author img

By ETV Bharat Odisha Team

Published : Dec 6, 2023, 11:06 AM IST

Matric Sample Question Paper: ମାଟ୍ରିକ ପରୀକ୍ଷା ପ୍ରସ୍ତୁତି । ପିଲାମାନଙ୍କୁ ଦିଆଯିବ ମାଟ୍ରିକର ନମୁନା ପ୍ରଶ୍ନପତ୍ର । ଏହି ପ୍ରଶ୍ନପତ୍ର ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବେ ପରୀକ୍ଷାର୍ଥୀ । ପିଲାମାନେ କିଭଳି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି ଏଭଳି ପଦକ୍ଷେପ । ଅଧିକ ପଢ଼ନ୍ତୁ

ଜିଲ୍ଲାକୁ ପଠାଗଲା ମାଟ୍ରିକ ନମୁନା ପ୍ରଶ୍ନପତ୍ର,
ଜିଲ୍ଲାକୁ ପଠାଗଲା ମାଟ୍ରିକ ନମୁନା ପ୍ରଶ୍ନପତ୍ର,

ଭୁବନେଶ୍ବର: ସହଜ ହେବ ମାଟ୍ରିକ ପରୀକ୍ଷା । ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବା ସହ ଏହାକୁ ସମସ୍ତ ଜିଲ୍ଲାକୁ ପଠାଯାଇଛି । ଡିଇଓ ମାନେ ସମସ୍ତ ସ୍କୁଲକୁ ନମୁନା ପ୍ରଶ୍ନପତ୍ର ଦେବେ । ଯାହା ଫଳରେ ଦଶମ ବୋର୍ଡ ପରୀକ୍ଷା ଦେଉଥିବା ପିଲାମାନେ ନିଜେ ଆହୁରି ଭଲରେ ପ୍ରସ୍ତୁତି କରିପାରିବେ । ତେବେ ସମସ୍ତ ବିଷୟ ଯଥା ଓଡିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ବିଷୟର ନମୁନା ପ୍ରଶ୍ନ ପ୍ରସ୍ତୁତ କରାଯାଇଥିବା ସୂଚନା ରହିଛି ।

ଆସନ୍ତା ଫେବୃଆରୀ 20ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ପିଲାମାନଙ୍କ ମଧ୍ୟରେ ପରୀକ୍ଷା ଚାପ ଓ ଭୟ ଦୂର କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ଜିଲ୍ଲାକୁ ନମୁନା ପ୍ରଶ୍ନ ପତ୍ର ପଠାଯାଇଛି । ଡିଇଓ ମାନେ ସମସ୍ତ ସ୍କୁଲକୁ ଏହି ନମୁନା ପ୍ରଶ୍ନପତ୍ର ଦେବେ । ଏହାମାଧ୍ୟମରେ ପିଲାମାନଙ୍କୁ ପରୀକ୍ଷାରେ କେଉଁଭଳି ପ୍ରଶ୍ନ ଆସିବ ସେନେଇ ପୂର୍ବରୁ ପ୍ରସ୍ତୁତ ରହିବେ । ନମୁନା ପ୍ରଶ୍ନପତ୍ର ଅନୁଯାୟୀ ପିଲାମାନେ ନିଜକୁ ପ୍ରସ୍ତୁତ କରିବେ । ଏହାଦ୍ବାରା ପରୀକ୍ଷା ଆହୁରୀ ସହଜ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ଜିଲ୍ଲାକୁ ପଠାଗଲା ମାଟ୍ରିକ ନମୁନା ପ୍ରଶ୍ନପତ୍ର,
ଜିଲ୍ଲାକୁ ପଠାଗଲା ମାଟ୍ରିକ ନମୁନା ପ୍ରଶ୍ନପତ୍ର,

ଏହାମଧ୍ୟ ପଢନ୍ତୁ..Matric Exam: ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା

ସାଧାରଣତଃ ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମନରେ ଭୟ ରହିଥାଏ । କ୍ୟାରିଅରର ଏହା ପ୍ରଥମ ସୋପାନ କୁହାଯାଉଥିବା ବେଳେ ଭୟମୁକ୍ତ ଓ ଚାପମୁକ୍ତ ହୋଇ ପିଲାମାନେ ପରୀକ୍ଷା ଦେବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଚାପକୁ ମୁକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ସେଲ୍‌ କରାଯାଇଛି। ଓସେପାର ବିଦ୍ୟା ସମୀକ୍ଷା କେନ୍ଦ୍ରରେ ଏହା ଆଗାମୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପର୍ଯ୍ୟନ୍ତ କାର୍ଯ୍ୟ କରିବ ।

ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ତରଫରୁ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବ । ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ପ୍ରତି ଥିବା ଚିନ୍ତା ଦୂର କରିବା ପାଇଁ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଭିଭାବକମାନେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ଚାପ ଦେବା ଉଚିତ ନୁହେଁ । ସେମାନଙ୍କ ସମସ୍ୟାକୁ ବୁଝି ସେମାନଙ୍କ ମନରେ ଥିବା ଚିନ୍ତାକୁ ଦୂର କରିବା ପାଇଁ ପ୍ରୟାସ କରିବା ଦରକାର ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.