ETV Bharat / state

Matric Exam: ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା

author img

By

Published : Jul 27, 2023, 1:20 PM IST

Updated : Jul 27, 2023, 10:08 PM IST

ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା
ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା

ଆସନ୍ତା ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା । ତାରିଖ ଘୋଷଣା କଲା ବୋର୍ଡ । ଅଧିକ ପଢନ୍ତୁ

ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା
ତାରିଖ ଘୋଷଣା ପରେ ଛାତ୍ରଙ୍କ ପ୍ରତିକ୍ରିୟା

କଟକ: ଆସନ୍ତା ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ନେଇ ଆଜି(ଗୁରୁବାର) ତାରିଖ ଘୋଷଣା କରିଛି ବୋର୍ଡ । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ ଫେବ୍ରୁଆରୀ ୨୦ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଯାହାକି ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ । ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହେବ । ଏହା ଅତିକମରେ ୧୨ ଦିନ ପର୍ଯ୍ୟନ୍ତ ଚାଲିବ । ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: BSE Matric Result 2023: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସ୍ ହାର ୯୬.୪%

ମାଟ୍ରିକ ପରୀକ୍ଷା ନେଇ ୬ ମାସ ଆଗରୁ ତାରିଖ ଘୋଷଣା ହୋଇଛି । ୨୦୨୪ ଶିକ୍ଷା ବର୍ଷ ପାଇଁ ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ବୋର୍ଡର ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଫେବ୍ରୁଆରୀ ୨୦ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ଯାଏ ଚାଲିବ । ଏଥିପାଇଁ ଆସନ୍ତା ଅକ୍ଟୋବର ମାସରେ ଫର୍ମପୂରଣ ହେବ । ତେବେ ପରୀକ୍ଷା ସମ୍ପର୍କରେ ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ, ତେବେ କଣ ଏହି ନୂତନ ଢାଞ୍ଚା ?

ସବୁଠାରୁ ବଡ଼ କଥା ହେଉଛି ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । କୋଭିଡ ପାଇଁ ପୂର୍ବରୁ ପରୀକ୍ଷାର୍ଥୀମାନେ ୨ଥର ପରୀକ୍ଷା ଦେଇଥିଲେ । ସବ୍‌ଜେ୍କଟିଭରେ ୩୦ ମାର୍କର ପରୀକ୍ଷା ଦେଉଥିଲେ । ମାତ୍ର ଏହି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଏଥର ପରୀକ୍ଷାର୍ଥୀମାନେ ୧୦୦ ମାର୍କ ବିଶିଷ୍ଟ ପରୀକ୍ଷା ଦେବେ । ସବ୍‌ଜେ୍କଟିଭରେ ୫୦ ମାର୍କ ଏବଂ ଅବଜେ୍କଟିଭରେ ୫୦ ମାର୍କର ପରୀକ୍ଷା ଦେବେ । ବାର୍ଷିକ ପରୀକ୍ଷାରେ ଯେଉଁ ୧୦୦ ମାର୍କର ପରୀକ୍ଷା ଦେବେ ସେଥିରୁ ୮୦ ପ୍ରତିଶତ ଓଏଟେଜରେ ମୂଲ୍ୟାୟନ କରାଯିବ । ଅର୍ଥାତ ୧୦୦ ମାର୍କରୁ ୮୦ ପ୍ରତିଶତ ଓଏଟେଜ ଏବଂ ଇଣ୍ଟରନାଲ ଓ ଆସ୍ପେରେଶନାଲ କମ୍ପୋନେଟରୁ ୨୦ ପ୍ରତିଶତ ଓଏଟେଜରେ ମୂଲ୍ୟାୟନ କରାଯିବ । ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୨ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ୧୨ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରାଯିବ ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ପରୀକ୍ଷାର ୬ ମାସ ପୂର୍ବରୁ ତାରିଖ ଘୋଷଣା ଅନେକ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ପାଇଁ ଏହା ବେଶ ସହାୟକ ହେବ ବୋଲି ବୋର୍ଡ଼ ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Odisha Civil Services Result: ଅଙ୍କୁଶ ହଟାଇଲେ କୋର୍ଟ, ପ୍ରକାଶ ପାଇବ ଓଡ଼ିଶା ସିଭିଲ ସର୍ଭିସ-୨୦୨୧ ରେଜଲ୍ଟ

ପ୍ରକାଶ ଥାଉକି, ଚଳିତ ବର୍ଷ ରାଜ୍ୟରେ ସମୁଦାୟ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୧୦ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୦ ତାରିଖ ଯାଏଁ ଚାଲିଥିଲା । ୩୨୧୮ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା । ୩୧୬ଟି ନୋଡାଲ ସେଣ୍ଟର ହୋଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରଗୁଡିକ ୧୦ କିଲୋମିଟର ଭିତରେ କରାଯାଇଥିଲା । ଏହାପରେ ମେ' ୧୮ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ।

ଚଳିତ ବର୍ଷ ମାଟ୍ରିକରେ ପାସହାର ୯୬.୪ ପ୍ରତିଶତ ଥିଲା । ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ରେଜଲ୍ଟ ହୋଇଥିଲା । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ଥିଲା । A1 ଗ୍ରେଡ୍‌ରେ ୪୧୫୮ ଜଣ ଛାତ୍ରଛାତ୍ରୀ ପାସ୍ କରିଥିଲେ । ଚଳିତ ବର୍ଷ ପରୀକ୍ଷାରେ ୭, ୬୪୫ ଜଣ ପିଲା ଫେଲ୍ ହୋଇଥିଲେ ।

ଇଟିଭି ଭାରତ, କଟକ

Last Updated :Jul 27, 2023, 10:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.