ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ଡ୍ରପଆଉଟ ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ

author img

By

Published : Mar 14, 2023, 9:54 PM IST

ଦଶମ ପରୀକ୍ଷା ଦେବେ ଡ୍ରପଆଉଟ ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗୃହରେ କହିଛନ୍ତି ‘‘ ଚଳିତ ବର୍ଷ ମାଟ୍ରିକରେ ୧୩ ହଜାର ୫୮ ପିଲା ଫର୍ମ ଫିଲପ କରି ପରୀକ୍ଷା ଦେଇନାହାଁନ୍ତି। ଗତ ଶିକ୍ଷାବର୍ଷରେ ୨୦୨୧-୨୨ ରେ ୪୫ ହଜାର ପିଲା ଦେଇ ନଥିଲେ। ଏହି ହାର କମିଛି ଚାଲିଛି । ଯେଉଁ ପିଲା ମାନେ ପରୀକ୍ଷା ଦେଇନାହାନ୍ତି ସେମାନେ ଆସି କିପରି ସପ୍ଲିମେଣ୍ଟାରି ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି। ଅଧିକ ପଢନ୍ତୁ

ଦଶମ ପରୀକ୍ଷା ଦେବେ ଡ୍ରପଆଉଟ ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ମାଟ୍ରିକ ଡ୍ରପଆଉଟ ଛାତ୍ରଛାତ୍ରୀ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଆଲୋଚନା ଶେଷରେ ବିଧାନସଭାରେ ଏହି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗୃହରେ କହିଛନ୍ତି ‘‘ ଚଳିତ ବର୍ଷ ମାଟ୍ରିକରେ ୧୩ ହଜାର ୫୮ ପିଲା ଫର୍ମ ଫିଲପ କରି ପରୀକ୍ଷା ଦେଇନାହାଁନ୍ତି। ଗତ ଶିକ୍ଷାବର୍ଷରେ ୨୦୨୧-୨୨ ରେ ୪୫ ହଜାର ପିଲା ଦେଇ ନଥିଲେ। ଏହି ହାର କମିଛି ଚାଲିଛି । ଯେଉଁ ପିଲା ମାନେ ପରୀକ୍ଷା ଦେଇନାହାନ୍ତି ସେମାନେ ଆସି କିପରି ସପ୍ଲିମେଣ୍ଟାରି ପରୀକ୍ଷା ଦେବେ ସେନେଇ ବ୍ୟବସ୍ଥା କରାଯାଉଛି।

ଗଣଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି କରୋନା ମହାମାରୀ ବେଳେ ରାଜ୍ୟର ୪୫ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇନଥିଲେ। ସେତେବେଳେ ଗଣଶିକ୍ଷା ବିଭାଗ ଘରକୁ ଘର ଯାଇ ଅଭିଭାବକଙ୍କୁ ବୁଝାଇବୁ ବୋଲି କହିଥିଲୁ। ସେହି ଆଧାରରେ ବିଭାଗ ଘରକୁ ଘର ଯାଇଛି। ଫଳରେ ଗତବର୍ଷ ଅପେକ୍ଷା ଚଳିତ ଥର ଡ୍ରପଆଉଟ ସଂଖ୍ୟା କମିଯାଇଛି । ପିଲା କାହିଁକି ପରୀକ୍ଷା ଦେଉନାହାନ୍ତି ତାହା ଉପରେ ବିଭାଗ ତର୍ଜମା କାରିବ। ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହିତ ଆଲୋଚନା କରାଯିବ । ଯେଉଁ ପିଲାମାନେ ବୋର୍ଡ ପରୀକ୍ଷା ଦେଇନାହାଁନ୍ତି ସପ୍ଲିମେଣ୍ଟରୀ ପରୀକ୍ଷା ଦେବାକୁ ଉତ୍ସାହିତ କରିବୁ ବୋଲି କହିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟରେ ୫୦ ରୁ ଅଧିକ ସରକାରୀ ଆଇଟିଆଇ ୧୫୦ ରୁ ଅଧିକ ବେସରକାରୀ ଆଇଟିଆଇ। ମାଟ୍ରିକ ପାସ ପିଲା ଆଇଟିଆଇ, ଟେକ୍ନିକାଲ ଲାଇନରେ ବି ଯାଉଛନ୍ତି ସବୁ ପିଲା ମାଟ୍ରିକ ପରେ ଯୁକ୍ତ ଦୁଇରେ ନାମ ଲେଖାଇବେ ତାହା ବି ଠିକ ନୁହେଁ ।

ଏହାବି ପଢନ୍ତୁ- Odisha Assembly: ଦଶମ ପରୀକ୍ଷାର୍ଥୀଙ୍କ ଡ୍ରପ୍ ଆଉଟ ପ୍ରସଙ୍ଗରେ ବିରୋଧୀଙ୍କ ମିଳିତ ଆକ୍ରମଣ

ସ୍ତାବ ଆଗତ ହୋଇଛି । ବିଭାଗର ୩୧ ମାର୍ଚ୍ଚ ୨୦୨୪ ଶେଷ ସୁଦ୍ଧା ଆବଶ୍ୟକ ପଡୁଥିବା ଖର୍ଚ୍ଚ ଦାବି ଅନୁଦାନ ୨୨ ହାଜର ୫28 କାଟି ସହ ଉଚ୍ଚ ଶିକ୍ଷାବିଭାଗରେ ୩୧ ମାର୍ଚ୍ଚ ୨୦୨୪ ଶେଷ ସୁଧା ଆବଶ୍ୟକ ଖର୍ଚ୍ଚ ଦାବି ଅନୁଦାନ ୩୧୭୨ କୋଟି ୮୭ ଲକ୍ଷ ୧୦ ହଜାର ଟଙ୍କା। ଖର୍ଚ୍ଚ ଦାବି ଆଲୋଚନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ସେ ଏହି ଖର୍ଚ୍ଚ ଦାବିକୁ ସମର୍ଥନ କରୁନାହାନ୍ତି। କାରଣ ଖାଲି ବଜେଟ କରିଦେଲେ ହେବନି ଭିତ୍ତିଭୂମିର ବିକାଶ ହେବା ଦରକାର। ହାଇକୋର୍ଟ ନିକଟରେ କହିଛନ୍ତି ଯେଉଁ ସ୍କୁଲ ଗୁଡିକରେ ଭିତ୍ତିଭୂମି ନାହିଁ ତାକୁ ତୁରନ୍ତ କରିବା ପାଇ ନିର୍ଦ୍ଦେଶ ଦେଇଛନ୍ତି। ୩୦ ଜିଲ୍ଲାର ଶିକ୍ଷା ଅଧିକାରୀ ଏହାର ତଦାରଖ କରିବେ। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରୁନାହିଁ। ଏବେ ବି ୩ ହଜାର ସ୍କୁଲ ଜଣେ ଜଣେ ଶିକ୍ଷକରେ ଚାଲିଛି। ୨୩୩ଟି ହାଇସ୍କୁଲରେ ଗୋଟିଏ ବଖରା ଘର ନାହିଁ। କ୍ଲାସ ରୁମ ନାହି, ଟଏଲେଟ ନାହି। ବେଞ୍ଚ ଡେସ୍କ ନାହି। ଖାଲି ପ୍ରତିବର୍ଷ ବଜେଟ ବଢେଇ ଦେଲେ ହେବନି । ସେହି ଅନୁସାରେ ଭିତ୍ତିଭୂମି ତିଆରି କରିବା ଦରକାର। ଶିକ୍ଷାର ବିକାଶରେ ହିଁ ସମାଜର ବିକାଶ। ଏହି ବିକାଶ କେବଳ ବଜେଟକୁ ୧୦ ପ୍ରତିଶତ ବଢେଇ ଦେଲେ ହେବନି, ଭିତ୍ତିଭୂମି ବିକାଶରେ ଅର୍ଥ ଖର୍ଚ୍ଚ ହେବା ଦରକାର।

ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସମର୍ଥନ ଖର୍ଚ୍ଚ ଦାବିକୁ ବିରୋଧ କରି ସରକାରଙ୍କ ବିଫଳତାକୁ ନେଇ ବର୍ଷିଥିଲେ । ସେହିପରି ଖର୍ଚ୍ଚଦାବିକୁ ବିଧାୟକ ପ୍ରଣବ ବଳବନ୍ତରାୟ, ଚନ୍ଦ୍ରସରଥି ବେହେରା ସମର୍ଥନ କରିଥିଲେ । ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ସୁବାସ ପାଣିଗ୍ରାହୀ ସମର୍ଥନ କରିନଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.