ETV Bharat / state

କଡା ସୁରକ୍ଷା ଭିତରେ କିପରି ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ ? ମୁଣ୍ଡ ଟେକିଲା ଅନେକ ପ୍ରଶ୍ନ

author img

By

Published : Dec 20, 2022, 11:03 PM IST

କଡ଼ା ସୁରକ୍ଷା ଭିତରେ କିପରି ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ ? ମୁଣ୍ଡ ଟେକିଲାଣି ଅନେକ ପ୍ରଶ୍ନ
କଡ଼ା ସୁରକ୍ଷା ଭିତରେ କିପରି ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ ? ମୁଣ୍ଡ ଟେକିଲାଣି ଅନେକ ପ୍ରଶ୍ନ

କୋର୍ଟରେ ହାଜର ହେବା ପୂର୍ବରୁ ଜେଲରେ ଆତ୍ମହତ୍ୟା କରିଛନ୍ତି ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ତେବେ କଡ଼ା ସୁରକ୍ଷା ଭିତରେ ସେ କିପରି ଆତ୍ମହତ୍ୟା କଲେ, ତାକୁ ନେଇ ଉଠିଛି ପ୍ରଶ୍ନ । ଅଧିକ ପଢ଼ନ୍ତୁ

କଡ଼ା ସୁରକ୍ଷା ଭିତରେ କିପରି ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ ? ମୁଣ୍ଡ ଟେକିଲାଣି ଅନେକ ପ୍ରଶ୍ନ

ଭୁବନେଶ୍ବର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । ତେବେ ଜେଲରେ କଡ଼ା ସୁରକ୍ଷା ଭିତରେ କିଭଳି ଏହି ଆତ୍ମହତ୍ୟା ଘଟିଲା, ତାକୁ ନେଇ ଉଠିଛି ପ୍ରଶ୍ନ । ଆଜି ସେ JMFC କୋର୍ଟରେ ହାଜର ହେବାର ଥିଲା । ଏହାପୂର୍ବରୁ କଣ୍ଟାବାଞ୍ଜି ଜେଲ୍‌ ଭିତରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ମମିତା ମେହେର ଭଳି ଏକ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ ସକାଳ ୯ ଟା ସମୟରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି,

(୧) ଜେଲ ଭିତରେ ଯେଉଁ କୋଠରୀରେ ଗୋବିନ୍ଦ ରହୁଥିଲେ, ସେଠାରେ ସିସିଟିଭି ଲାଗିଥିଲା ନା ନାହିଁ ?

(୨) ଏତେ ଛୋଟ ଗଛରେ ପୁଣି କେବଳ ୪ ହାତର ଗାମୁଛାକୁ ବେକରେ ଲଗାଇ ଝୁଲିବା ସମ୍ଭବ କି ?

(୩) ସକାଳ ୯ଟା ସମୟରେ ଆତ୍ମହତ୍ୟା କରୁଥିବା ଲୋକକୁ କେହି ଦେଖିପାରିଲେ ନାହିଁ କେପରି ?

(୪) ଜେଲ ଭିତରେ ଗୋବିନ୍ଦଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା କି ?

(୫)କୋର୍ଟରେ ହାଜର କରିବା ପୂର୍ବରୁ ଗୋବିନ୍ଦଙ୍କ ପାଖରେ କେହି ସୁରକ୍ଷାକର୍ମୀ ନଥିଲେ କିପରି ?

ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ

ମମିତା ମେହେର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଥିଲେ । ଏହି ସ୍କୁଲର ପରିଚାଳକ ଥିଲେ ଗୋବିନ୍ଦ ସାହୁ । ତେବେ ଗତ ୨୦୨୧ ମସିହା ଅକ୍ଟୋବର ମାସ ୮ ତାରିଖରେ ବଲାଙ୍ଗୀର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଥିବା ପରିବାର ଲୋକେ ବଲାଙ୍ଗୀର ସିନ୍ଧେକେଲା ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଯାହାପରେ ଗୋବିନ୍ଦ ସାହୁକୁ ଗତ ୧୭ ଅକ୍ଟୋବର ୨୦୨୧ରେ ଗିରଫ କରିଥିଲା ।

ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ ଗଠିତ

ଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି କ୍ରାଇମବ୍ରାଞ୍ଚ ଟିମ । ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ବରେ ୬ ଜଣିଆ ଟିମ ଗଠନ ହୋଇଛି । ଏହି ଟିମରେ ଡିଏସପି ବିଜୟ କୁମାର ମଲ୍ଲିକଙ୍କ ସମେତ ଜଣେ ଇନିସପେକ୍ଟର, ୨ ଜଣ ସବ ଇନିସପେକ୍ଟର, ଜଣେ ଫରେନସିକ ଏକ୍ସସ୍ପୋର୍ଟ ଓ ଜଣେ ହାଣ୍ଡରାଇଟିଂ ଏକ୍ସପର୍ଟ ସାମିଲ ହୋଇଥିବା ସୂଚନା ମିଳିଛି ।

ବିଚାରଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲ୍‌ରେ ଥିଲା ଗୋବିନ୍ଦ ସାହୁ

ଗୋବିନ୍ଦ ସାହୁ ଟିଟିଲାଗଡ ଥାନାରେ ଥିବା ବେଳେ ସେଠୁ ଫେରାର ମାରିଥିଲା । ଦୁଇ ଦିନ ପରେ ଅର୍ଥାତ୍ ଅକ୍ଟୋବର ୧୯ ତାରିଖରେ ସେ ପୁଣି ସିନ୍ଧେକେଲା ଅଞ୍ଚଳରୁ ଗିରଫ ହୋଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବରେ କଣ୍ଟାବାଞ୍ଜି ଜେଲ୍‌ରେ ବିଚାରଧୀନ କଏଦୀ ଭାବରେ ଥିଲା ଗୋବିନ୍ଦ ସାହୁ । କଣ୍ଟାବାଞ୍ଜି ଫାଷ୍ଟଟ୍ରାକ କୋର୍ଟ ନିକଟରେ ଏହି ମାମଲାର ସାକ୍ଷୀମାନଙ୍କ ଶୁଣାଣି ସାରିଥିଲା । ତେବେ ଆଜି (ମଙ୍ଗଳବାର) ସେ ଜେଲ୍‌ରେ ଆତ୍ମହତ୍ୟା କରିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସେପଟେ ବଲାଙ୍ଗୀର ଏସ୍‌ପି ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳକୁ ଯାଇଥିବା ବେଳେ ତଦନ୍ତ ପରେ ସାତ ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

ମମିତାଙ୍କ ଅପହରଣ ଓ ହତ୍ୟା ଘଟଣାରେ ଗୋବିନ୍ଦଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିଲା । ପ୍ରଥମେ ଗିରଫ ପରେ ଥାନାରୁ ଖସିଯାଇଥିଲେ ଗୋବିନ୍ଦ । ଭଉଣୀ ଘରେ ଲୁଚିଥିବା ବେଳେ ଗୋବିନ୍ଦକୁ ଗିରଫ କରିଥିଲା ପୋଲିସ । ଏହି ଘଟଣାରେ ପୂର୍ବତନ ଗୃହରାଷ୍ଚ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘେରିଥିଲେ ବିରୋଧି । ତେବେ ହଠାତ କୋର୍ଟରେ ହାଜର ହେବା ପୂର୍ବରୁ ଗୋବିନ୍ଦଙ୍କର ମୃତ୍ୟୁ ସନ୍ଦେହକୁ ଘନୀଭୂତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.