ETV Bharat / state

Congress Politics: ଓଡିଶା କଂଗ୍ରେସ ସ୍ଥିତି କୁଆଡେ ? ନେତା ଛାଡୁଛନ୍ତି ଦଳ, ସଭାପତି କହିଲେ ସବୁ ଠିକ ଠାକ

author img

By

Published : Jan 20, 2023, 7:16 AM IST

Updated : Jan 20, 2023, 7:33 AM IST

Congress Politics
Congress Politics

ଆଗାମୀ 26 ତାରିଖରୁ ହାତ ସେ ହାତ ଯୋଡ କାର୍ଯ୍ୟକ୍ରମ ପୂର୍ବରୁ ଦୁର୍ବଳ ହେଉଛି ହାତ ଦଳ । ନିକଟ ଭବିଷ୍ୟତରେ କଂଗ୍ରେସରୁ ଆହୁରି ନେତା ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

ଓଡିଶା କଂଗ୍ରେସ ସ୍ଥିତି କୁଆଡେ? ନେତା ଛାଡୁଛନ୍ତି ଦଳ, ସଭାପତି କହିଲେ ସବୁ ଠିକ ଠାକ

ଭୁବନେଶ୍ବର: କଂଗ୍ରେସରୁ ଜଣଙ୍କ ପରେ ଜଣେ ଇସ୍ତଫା ଦଳକୁ ଦୁର୍ବଳ କରୁଛି କି ? ଭାରତ ଯୋଡ ଯାତ୍ରାରେ ମାତିଥିବା କଂଗ୍ରେସ ଓଡିଶାରେ ଅବକ୍ଷୟ ହେଉଛି କି ? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ମିଡିଆ ଜଗତରୁ ଆସି କଂଗ୍ରେସରେ ସାମିଲ ହୋଇଥିବା ସତ୍ୟପ୍ରକାଶ ନାୟକଙ୍କ ପରି ନେତା କଂଗ୍ରେସ ଛାଡିଛନ୍ତି ।

ସତ୍ୟ କୈଳାଶଙ୍କ ପରେ କିଏ କହିବେ ଦଳକୁ ବାଏ: ସତ୍ୟ କୈଳାଶଙ୍କ ପରେ କିଏ ? ମୋକିମ ବି ଛାଡିବେ କି କଂଗ୍ରେସ ? ଆଗାମୀ 26 ତାରିଖରୁ ହାତ ସେ ହାତ ଯୋଡ କାର୍ଯ୍ୟକ୍ରମ ପୂର୍ବରୁ ଦୁର୍ବଳ ହେଉଛି ହାତ ଦଳ । କଂଗ୍ରେସ ଛାଡି ଚାଲିଯାଉଛନ୍ତି ଜଣେ ପରେ ଜଣେ ନେତା । ଦଳର ପୁରୀ ସଂସଦୀୟ ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ ଦଳ ଛାଡିବାର ଗୋଟିଏ ଦିନ ପରେ କଂଗ୍ରେସକୁ ବାଏ ବାଏ କହିଲେ କନ୍ଧମାଳ ଫିରିଙ୍ଗିଆ କୈଳାଶ ମୁଖୀ ।

ଫର୍ମକୁ ଫେରିବ କଂଗ୍ରେସ: ନିକଟ ଭବିଷ୍ୟତରେ କଂଗ୍ରେସରୁ ଆହୁରି ନେତା ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି କଂଗ୍ରେସ ସଶକ୍ତ ଦଳ । କଂଗ୍ରେସ ଏକାଠି ଅଛି । ଏମିତି ଜଣେ ଦି ଜଣ ନେତା କଂଗ୍ରେସ ଛାଡିବା ଦ୍ବାରା ଏହାର କୌଣସି ପ୍ରଭାବ ଦଳ ଉପରେ ପଡିବ ନାହିଁ । 2024 ନିର୍ବାଚନ ଉପରେ ମଧ୍ୟ ପଡିବ ନାହିଁ । ଆଗାମୀ ଦିନରେ ଦଳର କେନ୍ଦ୍ରୀୟ ନେତା ଓଡିଶା ଆସୁଛନ୍ତି । କଂଗ୍ରେସ ପୁରା ଫୁଲ ଫର୍ମକୁ ଫେରିବ ।

ସତ୍ୟଙ୍କ ଇସ୍ତଫା ପାଇନାହାନ୍ତି ଶରତ: ସେପଟେ ସତ୍ୟ ପ୍ରକାଶ ନାୟକଙ୍କ ଇସ୍ତଫା ମୋ ପାଖକୁ ଆସିନାହିଁ । ସେ ଦଳ ଛାଡିଲେ ମଧ୍ୟ କଂଗ୍ରେସ ଦୁର୍ବଳ ହେବ ନାହିଁ । କଂଗ୍ରେସ ଏକ ବୃହତ ଦଳ କଂଗ୍ରେସ ପୁରା ସଂଗଠନକୁ ସଜାଡୁଛି । 9ରୁ 90 ଲକ୍ଷ୍ୟ ହାସଲରେ ରାଜ୍ୟ କଂଗ୍ରେସ କାମ କରୁଛି । କଂଗ୍ରେସ ଦୁର୍ବଳ ହେବାର କୌଣସି ପ୍ରଶ୍ନ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ନେତୃତ୍ବ ଉପରେ ପାଉନି କି ଭରସା: କଂଗ୍ରେସ ଦଳର ସ୍ଥିତିକୁ ନେଇ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, ଓଡିଶା କଂଗ୍ରେସର ସ୍ଥିତି ଯାହା ଦଳୀୟ ନେତୃତ୍ବକୁ କୌଣସି ନେତା କର୍ମୀ ଭରସା କରିପାରୁ ନାହାଁନ୍ତି । ସଭାପତି ଯିଏ ହେଲେ ବି ଦଳରେ କନ୍ଦଳ ଲାଗି ରହୁଛି । ଜାତୀୟ ସ୍ତରରେ କଂଗ୍ରେସର ଯେଉଁ ଆଦର୍ଶ ଅଛି, ତାହା ଓଡିଶାରେ ନାହିଁ । ଲୋକଙ୍କ ଆସ୍ଥାଭାଜନ ହେବାକୁ ହେଲେ ରାଜ୍ୟ କଂଗ୍ରେସ, ନିଜର ଆଦର୍ଶ ଲକ୍ଷ୍ୟ ଓ ଚରିତ୍ରକୁ ସ୍ପଷ୍ଟ କରିବା ଦରକାର ।

ସଙ୍କଟମୋଚକ ସାଜିବେ କି ଶରତ: ଗୋଟିଏ କଥା ସ୍ପଷ୍ଟ ଯେ ପିସିସି ସଭାପତି ପରିବର୍ତ୍ତନ ହୋଇଥିଲେ ମଧ୍ୟ ଦଳରେ ସବୁ କିଛି ଠିକ ଚାଲିନାହିଁ । ବରିଷ୍ଠ ନେତାଙ୍କ ମଧ୍ୟରେ ଏକତାର ଅଭାବ କାରଣରୁ ତାହା ତଳସ୍ତରରେ ପଡୁଛି । ଫଳର ନେତା କର୍ମୀ ନିରୁତ୍ସାହିତ ହୋଇ ଦଳ ଛାଡୁଥିବା କୁହାଯାଉଛି । ଏପରି ସ୍ଥିତିରେ ଦଳକୁ ପିସିସି ସଭାପତି ଶରତ ପଟ୍ଟନାୟକ କିଭଳି ଉଦ୍ଧାର କରୁଛନ୍ତି ଏବେ ତାହାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 20, 2023, 7:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.