ETV Bharat / state

ପୋକଲିନ୍ ମେସିନରୁ ଖସି ପଡି ଆଖି ବୁଜିଲେ ଶ୍ରମିକ

author img

By

Published : Dec 5, 2022, 12:11 PM IST

ପୋକଲିନ୍ ମେସିନରୁ ପଡି ଶ୍ରମିକଙ୍କ ମୃତ୍ଯୁ
ପୋକଲିନ୍ ମେସିନରୁ ପଡି ଶ୍ରମିକଙ୍କ ମୃତ୍ଯୁ

ଖୋର୍ଦ୍ଧା ନିକଟସ୍ଥ ତାପଙ୍ଗ ହାତୀଆ ମୁଣ୍ଡିଆରେ ପୋକଲିନ୍ ମେସିନରେ ପାହାଡ ଖେଳୁଥିବା ବେଳେ ଅପରେଟର ପୋକ୍ଲିନ୍ ମେସିନରୁ ଖସି ଯୁବକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ପଥର ଖଣିରେ ଦୁର୍ଘଟଣା । ଅପରେଟର ପୋକ୍ଲିନ୍ ମେସିନରୁ ପଡି ଯୁବକଙ୍କ ମୃତ୍ୟୁ । ଏଭଳି ଦୁର୍ଘଟଣା ଘଟିଛି ଖୋର୍ଦ୍ଧା ନିକଟସ୍ଥ ତାପଙ୍ଗ ହାତୀଆ ମୁଣ୍ଡିଆରେ । ମୃତ ଯୁବକ ହେଲେ ମଳିପଡା ଗ୍ରାମର ଦିଲିପ କଳସ ।

ସୂଚନାଅନୁସାରେ, ଗତକାଲି(ରବିବାର) ଖୋର୍ଦ୍ଧା ନିକଟସ୍ଥ ତାପଙ୍ଗ ହାତୀଆ ମୁଣ୍ଡିଆରେ ପୋକଲିନ୍ ମେସିନରେ ପାହାଡ ଖେଳୁଥିବା ବେଳେ ଅପରେଟର ପୋକ୍ଲିନ୍ ମେସିନରୁ ଖସିପଡିଥିଲେ । ମେସିନ ଚୁରମାର ହେବାସହ ଯୁହକଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ମୃତ ଯୁବକ ହେଲେ ମଳିପଡା ଗ୍ରାମର ଦିଲିପ କଳସ ।

ଏହା ମଧ୍ୟ ପଢନ୍ତୁ: ଗୁଜୁରାଟରେ କଂଗ୍ରେସ ପ୍ରାର୍ଥୀଙ୍କୁ ଆକ୍ରମଣ, ଭୟରେ ଜଙ୍ଗଲରେ ଲୁଚିଲେ କାନ୍ତୀ ଖରାଡି

ପୋକଲିନ୍ ମେସିନରୁ ପଡି ଶ୍ରମିକଙ୍କ ମୃତ୍ଯୁ

ଖବରପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତକଙ୍କ ପରିବାର ତରଫରୁ କ୍ଷତିପୂରଣ ଦାବି କରାଯାଇଛି । ଏହାପରେ ପାହାଡ ଖନନ ପାଇଁ ଲିଜ୍ ନେଇଥିବା କମ୍ପାନୀ ପକ୍ଷରୁ 8 ଲକ୍ଷ ଟଙ୍କା ଦେବା ପରେ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ସୂଚନା ରହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.