Make In Odisha Conclave: ବଣ୍ଟନ ବ୍ୟବସାୟରେ 6 ହଜାର କୋଟି ପୁଞ୍ଜି ନିବେଶ କରିବ ଟାଟା ପାୱାର

author img

By

Published : Dec 2, 2022, 11:09 PM IST

Etv Bharat
Etv Bharat ()

ଭାରତର ସର୍ବବୃହତ ସମନ୍ୱିତ ବିଦ୍ୟୁତ କମ୍ପାନୀ ଟାଟା ପାୱାର ମେକ ଇନ ଓଡିଶା(Make In Odisha Conclave)ରେ ଅଂଶଗ୍ରହଣ କରିଛି । ସବୁଜ ଶକ୍ତି ସମାଧାନ ଏବଂ ସେବା ଜରିଆରେ ଓଡିଶାକୁ ଏକ ସ୍ୱଚ୍ଛ ଶକ୍ତି ହବରେ ରୂପାନ୍ତରିତ କରିବା ଲାଗି ଏହାର ରହିଥିବା ଲକ୍ଷ୍ୟ ଘୋଷଣା କରିଛି । ସ୍ୱଚ୍ଛ ଗମନାଗମନର ପ୍ରସାର କରିବା ଲାଗି ଆସନ୍ତା ପାଞ୍ଚ ବର୍ଷରେ ୧୦୦୦ ଚାର୍ଜିଂ ପଏଣ୍ଚ ସ୍ଥାପନ କରିବାକୁ କମ୍ପାନୀ ଯୋଜନା ରଖିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଭାରତର ସର୍ବବୃହତ ସମନ୍ୱିତ ବିଦ୍ୟୁତ କମ୍ପାନୀ ଟାଟା ପାୱାର ମେକ ଇନ ଓଡିଶା(Make In Odisha Conclave)ରେ ଅଂଶଗ୍ରହଣ କରିଛି । ସବୁଜ ଶକ୍ତି ସମାଧାନ ଏବଂ ସେବା ଜରିଆରେ ଓଡିଶାକୁ ଏକ ସ୍ୱଚ୍ଛ ଶକ୍ତି ହବରେ ରୂପାନ୍ତରିତ କରିବା ଲାଗି ଏହାର ରହିଥିବା ଲକ୍ଷ୍ୟ ଘୋଷଣା କରିଛି । ସ୍ୱଚ୍ଛ ଗମନାଗମନର ପ୍ରସାର କରିବା ଲାଗି ଆସନ୍ତା ପାଞ୍ଚ ବର୍ଷରେ ୧୦୦୦ ଚାର୍ଜିଂ ପଏଣ୍ଚ ସ୍ଥାପନ କରିବାକୁ କମ୍ପାନୀ ଯୋଜନା ରଖିଛି ।

ବଣ୍ଟନ ବ୍ୟବସାୟରେ 6 ହଜାର କୋଟି ପୁଞ୍ଜି ନିବେଶ ଘୋଷଣା କଲା ଟାଟା ପାୱାର
ବଣ୍ଟନ ବ୍ୟବସାୟରେ 6 ହଜାର କୋଟି ପୁଞ୍ଜି ନିବେଶ ଘୋଷଣା କଲା ଟାଟା ପାୱାର

ଇଭି ଚାର୍ଜିଂ ଷ୍ଟେସନ, ସୋଲାର ରୁଫଟପ୍‌, ସୋଲାର ପମ୍ପ ଏବଂ ମାଇକ୍ରୋଗ୍ରିଡ ଆଦିକୁ ନେଇ ସମଗ୍ର ସ୍ୱଚ୍ଛ ଶକ୍ତି ମୂଲ୍ୟ ଶୃଙ୍ଖଳାରେ କମ୍ପାନୀ ଏହାର ଉପସ୍ଥିତି ଜାହିର କରିସାରିଛି । ଇଭି ୫୦ ଚାର୍ଜିଂ ପଏଣ୍ଟ ସ୍ଥାପନ କରିସାରିଥିବା ବେଳେ ଆଉ ୯୭ ଚାର୍ଜିଂ ପଏଣ୍ଟ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି । ସ୍ୱର୍ଣ୍ଣ ଚର୍ତୁଭୂଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଜାତୀୟ ରାଜପଥ ୧୬ରେ ଚାର୍ଜର, ପ୍ରମୁଖ ପର୍ଯ୍ୟଟନ କରିଡର ଏବଂ ଓଡିଶାକୁ ଯୋଡ଼ୁଥିବା ପ୍ରମୁଖ ଆନ୍ତଃ ରାଜ୍ୟ ରାଜପଥ ଆଦି ବିଭିନ୍ନ ଅଭିଯାନ ଜରିଆରେ କମ୍ପାନୀ ପକ୍ଷରୁ ଇଭି ଚାର୍ଜିଂ ପରି ବ୍ୟବସ୍ଥାକୁ ସୁବିଧା ପ୍ରଦାନ କରାଯାଉଛି ।

ବଣ୍ଟନ ବ୍ୟବସାୟରେ 6 ହଜାର କୋଟି ପୁଞ୍ଜି ନିବେଶ ଘୋଷଣା କଲା ଟାଟା ପାୱାର
ବଣ୍ଟନ ବ୍ୟବସାୟରେ 6 ହଜାର କୋଟି ପୁଞ୍ଜି ନିବେଶ ଘୋଷଣା କଲା ଟାଟା ପାୱାର

ପାର୍କିଂ ସ୍ଥଳ ଏବଂ ହସ୍ପିଟାଲ୍‌, ବିଶ୍ୱବିଦ୍ୟାଳୟ, ମଲ ଏବଂ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଚାର୍ଜିଂ ଭିତ୍ତିଭୂମୀ ମୁତୟନ କରିବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ସହ ମିଶି ଟାଟା ପାୱାର କାର୍ଯ୍ୟ କରୁଛି । ଶିଳ୍ପ ଚାହିଦା ପୂରଣ କରିବା ଲାଗି ପାରାଦୀପରେ ଗ୍ରିନ ହାଇଡ୍ରୋଜେନ ହବ ବିକାଶର ସମ୍ଭାବନାକୁ ସନ୍ଧାନ କରିବାର ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ରହିଛି ।

ସେହିପରି ରାଜ୍ୟ ସରକାରଙ୍କ ସହଯୋଗରେ କୃଷି କ୍ଷେତ୍ରରେ ସୌର ଶକ୍ତିର ବ୍ୟବସ୍ଥା କରିବା ଦିଗରେ ଟାଟା ପାୱାର କାର୍ଯ୍ୟ କରୁଛି । ସାରା ରାଜ୍ୟରେ ଗୋଷ୍ଠୀ ପାନୀୟ ଜଳ ପ୍ରୟୋଗ ୧୨୦୦ ଦ୍ୱେତ ପମ୍ପ ସହ ୭୦୦ରୁ ଅଧିକ ସୌର ପମ୍ପ ମୂତୟନ କରାଯାଇଛି । ଆସନ୍ତା ପାଞ୍ଚ ବର୍ଷରେ ୧,୦୦,୦୦୦ ସୌର ପମ୍ପ ସ୍ଥାପନ କରିବାକୁ ଏହା ଯୋଜନା ରଖିଛି । ଟାଟା ପାୱାରର ସିଇଓ ଓ ଏମଡି ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ, “ଶିଳ୍ପ ବିକାଶ ଲାଗି ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ଉଚ୍ଚ ମାନର ଏବଂ ସୁଲଭ ବିଦ୍ୟୁତ ଯୋଗାଣ ଜରିଆରେ ଉଦ୍ୟୋଗରୁ ପ୍ରଗତିକୁ ନିଶ୍ଚିତ କରୁଛି ଟାଟା ପାୱାର । ଇ-ମୋବିଲିଟି କ୍ଷେତ୍ରରେ ଆମର ସ୍ୱଚ୍ଛ ଏବଂ ସବୁଜ ଶକ୍ତି ଉତ୍ପାଦ ଏବଂ ସମାଧାନ, ବିକେନ୍ଦ୍ରୀକରଣ ଉତ୍ପାଦନ, କୃଷି ଏବଂ ଡିମାଣ୍ଡ ସାଇଡ ମ୍ୟାନେଜମେଣ୍ଟ ରାଜ୍ୟର ସାମଗ୍ରିକ ବିକାଶକୁ ନିଶ୍ଚିତ କରିବାରେ ଆହୁରି ସହାୟକ ହେବ ।’’

ଅକ୍ଷୟ ଶକ୍ତିରେ ଓଡ଼ିଶାର ରହିଥିବା ବ୍ୟାପକ ସୁଯୋଗ ବିଚାରକୁ ନେଇ ଟାଟା ପାୱାର ରାଜ୍ୟର ଅକ୍ଷୟ ତଥା ସ୍ୱଚ୍ଛ ଶକ୍ତି ଅଭିବୃଦ୍ଧିରେ ଅଂଶଗ୍ରହଣ କରିାକୁ ଚାହୁଛି । ରୁଫ୍‌ଟପ୍ ସୋଲାର କ୍ଷେତ୍ରରେ କମ୍ପାନୀ ପକ୍ଷରୁ ସାରା ରାଜ୍ୟରେ ୨୫ ମେଗାୱାଟ୍‌ରୁ ଅଧିକ ବ୍ୟବସ୍ଥା ସ୍ଥାପନ କରାଯାଇଛି । ଯାହା ୭.୦୭ ଲକ୍ଷ ଟନର ସିଓ୨ ନିର୍ଗମନ ଏବଂ ୧୧.୩୧ ଲକ୍ଷ ଗଛ ଲଗାଇବା ସହ ସମାନ । କାଜୁ ପ୍ରକ୍ରିୟାକରଣ ୟୁନିଟ, ଅଏଲ ମିଲସ, ହସ୍ତତନ୍ତ, ଇସ୍ପାତ ଏବଂ ମାନୁଫ୍ୟାକଚରିଂ ଭଳି ବିଭିନ୍ନ ଶିଳ୍ପରେ କମ୍ପାନୀ ରୁଫଟପ ସୋଲାର ବ୍ୟବସ୍ଥାକୁ ହାସଲ କରାଯାଇଛି ।

ରାଜ୍ୟରେ ବାସଗୃହ, କମର୍ସିଆଲ ଓ ଶିଳ୍ପ ସଂସ୍ଥା ପାଖରେ ପହଞ୍ଚାଇବା ଲାଗି ରୁଫଟପ ଓ ଭୂପୃଷ୍ଠରେ ସ୍ଥାପନ ହେଉଥିବା ସୌର ବ୍ୟବସ୍ଥାକୁ ଗ୍ରହଣ କରିବା ଲାଗି ରାଜ୍ୟରେ ୧୦୦୦ ମେଗାୱାଟ ରୁଫଟପ ସୋଲାର ସ୍ଥାପନ କରିବାର ସୁଯୋଗ ରହିଛି । ସୌର ଶକ୍ତିର ବ୍ୟାପକ ଲାଭ ହାସଲ କରିବାରେ ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳର ୯ଟି ଜିଲ୍ଲା ଅଗ୍ରଣୀ ହେବେ । ଏହି ଜିଲ୍ଲାଗୁଡ଼ିକର ୨୫% ଅନାବାଦି ଜମି ଉପଲବ୍ଧ ହେଲେ ପ୍ରାୟ ୪୪ ଗିଗାୱାଟର ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ ହୋଇପାରିବ ।

ସେହିପରି ଓଡ଼ିଶାର ବିଭିନ୍ନ ହ୍ରଦରେ ଥିବା ଭାସମାନ ସୌର କ୍ଷମତା ପ୍ରାୟ ୫୦୦୦ ମେଗାୱାଟ ହେବା ଆକଳନ କରାଯାଇଛି । ଏଭଳି ପ୍ଲାଣ୍ଚ ସ୍ଥାପନ କରିବାରେ ଟାଟା ପାୱାର ଏହାର ବିଶେଷତାକୁ ବ୍ୟବହାର କରିବ । ଡକ୍ଟର ସିହ୍ନା ଓଡ଼ିଶା ସରକାରଙ୍କ ଅକ୍ଷୟ ଶକ୍ତି ନୀତି ୨୦୨୨କୁ ସ୍ୱାଗତ କରିଛନ୍ତି । ଯାହାକୁ ଆଜି ମେକ ଇନ ଓଡ଼ିଶା କନକ୍ଲେଭରେ ଉନ୍ମୋଚନ କରାଯାଇଛି । ଅକ୍ଷୟ ଶକ୍ତି ନୀତିରେ ବିଦ୍ୟୁତ ଶୁଳ୍କରେ ଛାଡ଼, ହ୍ୱିଲିଂ ଚାର୍ଜ, କ୍ରସ ସବସିଡି ସରଚାର୍ଜ, ରାଜ୍ୟ ଟ୍ରାନ୍ସମିସନ, ୟୁଟିଲିଟି ଚାର୍ଜ ଭଳି ଥିବା ପ୍ରୋତ୍ସାହନ ବେଶ ଉତ୍ସାହଜନକ ଏବଂ ଯାହା ସ୍ୱଚ୍ଛ ଓ ସବୁଜ ଶକ୍ତି ସମାଧାନକୁ ଦୃତ ଗତିରେ ମୁତୟନ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.