ETV Bharat / state

Make In Odisha Conclave: ସବୁଜ ଶକ୍ତି କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ

author img

By

Published : Dec 3, 2022, 10:13 AM IST

ମେକ ଇନ ଓଡିଶା କନକ୍ଲେଭ (Make In Odisha Canclave)ରେ ପୁଞ୍ଜି ନିବେଶ ପ୍ରସ୍ତାବ । ସବୁଜ ଶକ୍ତି ଓ ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ ଆସିଛି । ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ପମ୍ପ ଷ୍ଟୋରେଜ ଜଳ ବିଦ୍ୟୁତ ପ୍ରକଳ୍ପ, ଭାସମାନ ସୋଲାର ଏବଂ ପବନ ତଥା ଅକ୍ଷୟ ଶକ୍ତି ସମ୍ବନ୍ଧିତ ଉପକରଣ ଉତ୍ପାଦନ କ୍ଷେତ୍ରରେ ଏହି ନିବେଶ ପ୍ରସ୍ତାବ ମିଳିଛି । ଏନେଇ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Etv BharatMake In Odisha: ସବୁଜ ଶକ୍ତି ଓ ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ
Etv BharatMake In Odisha: ସବୁଜ ଶକ୍ତି ଓ ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ

ଭୁବନେଶ୍ବର: ସବୁଜ ଶକ୍ତି ଓ ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ ଆସିଛି । ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ, ପମ୍ପ ଷ୍ଟୋରେଜ ଜଳ ବିଦ୍ୟୁତ ପ୍ରକଳ୍ପ, ଭାସମାନ ସୋଲାର ଏବଂ ପବନ ତଥା ଅକ୍ଷୟ ଶକ୍ତି ସମ୍ବନ୍ଧିତ ଉପକରଣ ଉତ୍ପାଦନ କ୍ଷେତ୍ରରେ ଏହି ନିବେଶ ପ୍ରସ୍ତାବ ମିଳିଛି । ଏନେଇ ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି ।

ସବୁଜ ଶକ୍ତି ଓ ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ

ଏହାବି ପଢନ୍ତୁ- G20 Presidency: ସଭାପତିତ୍ୱକୁ ପ୍ରଶଂସା କଲା ଆମେରିକା, କହିଲା ଭାରତ ଆମର ଶକ୍ତିଶାଳୀ ସାଥୀ

ସବୁଜ ଶକ୍ତି ଓ ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ
ସବୁଜ ଶକ୍ତି ଓ ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ

ମେକ ଇନ ଓଡିଶା କନକ୍ଲେଭ (Make In Odisha Canclave) ର ଆଜି ତୃତୀୟ ଦିବସରେ ଶକ୍ତି ବିଭାଗ ଦ୍ୱାରା ବୈଦ୍ୟୁତିକ ଉପକରଣ ଓ ଗ୍ରୀନ ହାଇଡ୍ରୋଜେନ ଶୀର୍ଷକକୁ ନେଇ ଦୁଇଟି ପ୍ୟାନେଲ ବୈଠକ ଅନୁଷ୍ଠିତ ହୋଇଛି । ଓଡ଼ିଶାରେ ବୈଦ୍ୟୁତିକ ଉପକରଣ ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ ପାଇଁ ଏକ ଅନୂକୁଳ ପରିସ୍ଥିତି କିପରି ସୃଷ୍ଟି କରାଯାଇପାରିବ ସେ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି ।

ସବୁଜ ଶକ୍ତି ଓ ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ
ସବୁଜ ଶକ୍ତି ଓ ବୈଦ୍ୟୁତିକ ଉପକରଣ ଉତ୍ପାଦନ କ୍ଷେତ୍ରରେ ୧.୭୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ

ଏହି ପ୍ୟାନେଲ ବୈଠକରେ, ଉଦ୍ୟୋଗ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ତଥା ଭାରତୀୟ ଅକ୍ଷୟ ଶକ୍ତି ବିଭାଗ ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ୱାରୀ), ପରିଚାଳନା ନିର୍ଦ୍ଦେଶକ (ଏଏମପି ଏନର୍ଜି), ସଭାପତି (ଆଇ ଫରେଷ୍ଟ), ଭାରତୀୟ ତୈଳ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ସଭାପତି (ରିନିୟୁ ପାୱାର), ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଏଜୁର ପାୱାର), ମୁଖ୍ୟ ପରିଚାଳନା ଅଧିକାରୀ (ଅଭାଡା ଏନର୍ଜୀ), ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ଆଦିତ୍ୟ ବିର୍ଲା ରିନୱେବଲ) ଏବଂ ବିଶ୍ୱ ବ୍ୟାଙ୍କର ଗ୍ରୀନ ହାଇଡ୍ରୋଜେନ ବିଶେଷଜ୍ଞ ପ୍ରମୁଖ ଉପସ୍ଥିତ ଥିଲେ ।

ଏହାବି ପଢନ୍ତୁ- Viral Leave Application: ମା’ 8ଟାରେ ମରିଯିବେ, ମୋତେ ଛୁଟି ଦିଅ

ଅକ୍ଷୟ ଶକ୍ତି ଚାମ୍ପିୟନ ପୁରସ୍କାରରେ ଦୁଇଟି କମ୍ପାନୀକୁ ସମ୍ମାନିତ କରାଯାଇଛି । ମିନାକ୍ଷୀ ପାୱାର ଲିମିଟେଡକୁ ରାଜ୍ୟରେ ପ୍ରଥମ ଏବଂ ସବୁଠାରୁ କମ ମୂଲ୍ୟର ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଏବଂ ଆଦିତ୍ୟ ବିର୍ଲା ରିନୱେବଲକୁ ଓଡ଼ିଶାରେ ସର୍ବାଧିକ ସୈାରଶକ୍ତି ଉତ୍ପାଦନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ଉପସ୍ଥିତ ରାଜ୍ୟ ପ୍ରମୁଖ ଶିଳ୍ପ ସଚିବ ହେମନ୍ତ ଶର୍ମା, ରାଜ୍ୟ ଶିଳ୍ପ ନୀତି କିପରି ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ପାଇଁ ସହାୟକ ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁଜ ଶକ୍ତିର ବ୍ୟବହାର ଓଡିଶାରେ ବ୍ୟାପକ ନିବେଶ ସୁଯୋଗ ସୃଷ୍ଟି କରିଛି ବୋଲି ଉଦ୍ୟୋଗୀ ମାନଙ୍କୁ ଉଦବୋଧନ ଦେବା ଅବସରରେ ଏହା ପ୍ରକାଶ କରିଛନ୍ତି । ଶକ୍ତି ମନ୍ତ୍ରୀ ରାଜ୍ୟ ସରକାରଙ୍କ ତରଫରୁ ସବୁଜ ଶକ୍ତିର ବିକାଶ ପାଇଁ ସମସ୍ତ ପ୍ରଶାସନିକ ଏବଂ ନୀତିଗତ ସୁବିଧା ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.