ETV Bharat / state

Make in Odisha Conclave: ବାୟୋଟେକ୍ନୋଲୋଜିରେ ଆସିବ ୧୨୫୦ କୋଟି

author img

By

Published : Dec 4, 2022, 7:33 AM IST

ରାଜ୍ୟରେ ବାୟୋଟେକ୍ନୋଲୋଜିରେ ଆସିବ ୧୨୫୦ କୋଟି । ଏକ୍ଷେତ୍ରରେ ସରକାର ୫ଟି ନୂଆ ଏମଓୟୁ କରିଛନ୍ତି । ବିଜ୍ଞାନ ଏବଂ କାରିଗରୀ ବିଭାଗ ପକ୍ଷରୁ ଏହି ରାଜିନାମା କରାଯାଇଛି । ଅଧିକ ପଢନ୍ତୁ

ବାୟୋଟେକ୍ନୋଲୋଜିରେ ଆସିବ ୧୨୫୦ କୋଟି
ବାୟୋଟେକ୍ନୋଲୋଜିରେ ଆସିବ ୧୨୫୦ କୋଟି

ଭୁବନେଶ୍ବର: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର(Make in Odisha Conclave) ଶେଷ ଦିନରେ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କେତେକ ରାଜିନାମା ସ୍ଵାକ୍ଷରିତ ହୋଇଛି । ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ଏସବୁ ରାଜିନାମାରେ ବ୍ୟବସ୍ଥା ରହିଛି । ୧୨୫୦କୋଟି ଟଙ୍କା ନିବେଶର ସମ୍ଭାବନା ରହିଛି । ଆବଲ୍, ଗ୍ଲୋବାଲ୍ ନେଟ୍‌ୱାର୍କ ଅଫ୍ ଇଣ୍ଟ୍ରପ୍ରିନିୟୋର୍ସ ଆଣ୍ଡ ପ୍ରଫେସନାଲସ୍ ଫର ଓଡ଼ିଶା, ହୁଲ୍ ଲାଇଫ୍ ସାଇନ୍ସେସ୍, କ୍ରପଜିନି ସଂସ୍ଥା ସହ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଭାଗୀୟ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ।

ବାୟୋଟେକ୍ନୋଲୋଜିରେ ଆସିବ ୧୨୫୦ କୋଟି

ରାଜ୍ୟରେ ବାୟୋଟେକ୍‌ନୋଲୋଜି ବିକାଶ ପାଇଁ ଷ୍ଟାର୍ଟଅପ୍, ଇନ୍‌କ୍ୟୁବେସନ୍, ଗବେଷଣା ନିମନ୍ତେ ଏହି ସଂସ୍ଥାଗୁଡ଼ିକ ସହଯୋଗ କରିବେ ବୋଲି ରାଜିନାମାରେ ଘୋଷଣା କରାଯାଇଛି । ହୁୱେଲ୍‌ ଲାଇଫ୍ ସାଇନ୍ସେସ୍ ୫୦ କୋଟି ଟଙ୍କା ଓ କ୍ରପଜିନି ୫୦୦ କୋଟି ଟଙ୍କା ବିନିଯୋଗ କରିବେ । ଏହି ନିବେଶ ଫଳରେ ୮୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିପାରିବ । ପୂର୍ବରୁ ଭାରତ ବାୟୋଟେକ୍ ଟିକା ଉତ୍ପାଦନ ପାଇଁ ୫୦୦ କୋଟି ଟଙ୍କା ପୁଂଜିନିବେଶ କରିଥିବାବେଳେ ଏବେ ପ୍ରକଳ୍ପ ସଂପ୍ରସାରଣ ପାଇଁ ଆଉ ୭୦୦କୋଟି ଟଙ୍କା ନିବେଶ ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ବିଜ୍ଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇଛନ୍ତି ।


ଏହା ମଧ୍ୟ ପଢନ୍ତୁ: Make in Odisha conclave: ଉଦଯାପନ ହେଲା ଶିଳ୍ପ ମହାକୁମ୍ଭ, ସହଯୋଗ ପାଇଁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ


ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ, "ଅପରିସୀମ ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶା ବାୟୋଟେକ୍‌ନୋଲୋଜି ବିକାଶ ପାଇଁ ଅନନ୍ୟ । ବାୟୋଟେକ୍ନୋଲୋଜି ମାଧ୍ୟମରେ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଖାଦ୍ୟ ନିରାପତ୍ତା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରାଯାଇପାରିବ । ରାଜ୍ୟ ଶିଳ୍ପ ନୀତି ୨୦୨୨ରେ ବାୟୋଟେକ୍‌ନୋଲୋଜିକୁ ଏକ ପ୍ରମୁଖ କ୍ଷେତ୍ର ଭାବରେ ଚିହ୍ନଟ କରାଯାଇଛି । ରାଜ୍ୟ ସରକାର ବାୟୋଟେକ୍ନୋଲୋଜି ନୀତି, ଷ୍ଟାର୍ଟଅପ୍ ନୀତି ପ୍ରଣୟନ କରିଛନ୍ତି । ଏସବୁ ନୀତି ଶିଳ୍ପ - ଶିକ୍ଷାନୁଷ୍ଠାନ ମିଳିତ ଉଦ୍ୟମ ଓ ସହଯୋଗ ସଂପନ୍ନ ପରିବେଶ, ଆଧୁନିକ ଶିଳ୍ପ ସୁବିଧାକୁ ଆଧାର କରି ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ଅନୁକୂଳ ସୁଯୋଗ ରହିଛି ।"



ଉପନିର୍ଦ୍ଦେଶକ ଶଶିକାନ୍ତ ଦାସ ଓ ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀନାରାୟଣ ପାଢ଼ୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରେ ଦୁଇଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଗୋଟିଏ ବାୟୋଫାର୍ମା ଓ ଅନ୍ୟଟି କୃଷି ଓ ଶିଳ୍ପ ପ୍ରସଙ୍ଗ ଉପରେ ହୋଇଥିବାବେଳେ ଏଥିରେ ଶିଳ୍ପଦ୍ୟୋଗୀ, ଉଦ୍ୟୋଗ କର୍ମକର୍ତ୍ତା ଓ ଅନ୍ୟ ଅଂଶୀଦାରମାନେ ଉପସ୍ଥିତ ଥିଲେ ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.