ETV Bharat / state

ଜୁନରୁ ବନ୍ଦ ହେବ DBT ମୋଡ, ନଗଦ ମିଳିବ ମଧୁବାବୁ ପେନସନ ଟଙ୍କା

author img

By

Published : May 21, 2023, 6:01 PM IST

ଆସନ୍ତା ଜୁନ ମାସରୁ ନଗଦ ମିଳିବ ମଧୁବାବୁ ପେନସନ ଟଙ୍କା । ପ୍ରତିମାସରେ ବ୍ୟାଙ୍କ ପରିବର୍ତ୍ତେ ନଗଦ ଟଙ୍କା ଦିଆଯିବା ନେଇ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

madhubabu pension scheme
ମଧୁବାବୁ ପେନସନ ଯୋଜନା

ମଧୁବାବୁ ପେନସନ ଯୋଜନା

ଭୁବନେଶ୍ବର: ଆସନ୍ତା ଜୁନ ମାସରୁ ବନ୍ଦ ହେବ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (DBT) । ଏଣିକି ନଗଦ ମିଳିବ ମଧୁବାବୁ ପେନସନ ଟଙ୍କା । ଆଉ ବ୍ୟାଙ୍କ ଆକାଉଣ୍ଟକୁ ଯିବନି ଭତ୍ତା ଟଙ୍କା । ପ୍ରତିମାସରେ ବ୍ୟାଙ୍କ ପରିବର୍ତ୍ତେ ନଗଦ ଟଙ୍କା ଦିଆଯିବ । ଟଙ୍କା ଉଠାଇବାରେ ଅସୁବିଧା ହେବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଦିବ୍ୟାଙ୍ଗ ଓ ବରିଷ୍ଠ ହିତାଧିକାରୀଙ୍କୁ ଘରେ ଟଙ୍କା ମିଳିବ । ପ୍ରତିମାସ ୧୫ ତାରିଖକୁ ଭତ୍ତା ଟଙ୍କା ମିଳିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Balangir Royal Family Dispute Case: ଅର୍କେଶଙ୍କ ସମେତ ପରିବାରର 5 ସଦସ୍ୟଙ୍କ ନାମରେ ମାମଲା

ମଧୁବାବୁ ପେନସନ ଯୋଜନା ଅଧିନରେ ୨୮ ଲକ୍ଷରୁ ଅଧିକ ହିତାଧିକାରୀ ଅଛନ୍ତି । ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଅଧିନରେ ଥିବା ୨୦ ଲକ୍ଷ ହିତାଧିକାରୀଙ୍କୁ ମିଶାଇଲେ ୪୮ ଲକ୍ଷ ହିତାଧିକାରୀ ଅଛନ୍ତି । ପୂର୍ବରୁ DBT ମାଧ୍ୟମରେ ଭତ୍ତା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, "ହିତାଧିକାରୀମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦିଆଯିବାର ବ୍ୟବସ୍ଥା ରହିଛି । ଫଳରେ ଭିନ୍ନକ୍ଷମ ଓ ବରିଷ୍ଠ ହିତାଧିକାରୀଙ୍କୁ ଭତ୍ତା ଆଣିବାରେ ସମସ୍ୟା ପରିଲକ୍ଷିତ ହେଉଥିଲା । କିନ୍ତୁ ଏବେ ବ୍ୟାଙ୍କ ପରିବର୍ତ୍ତେ ନଗଦ ଟଙ୍କା ଦିଆଯିବ । ସେମାନଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇ ଦିଆଯିବ ।"

ଏହା ମଧ୍ୟ ପଢ଼ନ୍ତୁ: ମହାନଦୀ ଟ୍ରିବ୍ୟୁନାଲ ପ୍ରସଙ୍ଗ: ଉଭୟ ରାଜ୍ୟର ସରକାର ବୁଝାମଣାକୁ ଗଲେ ସୁଫଳ ମିଳିବ କହିଲେ କେନ୍ଦ୍ରମନ୍ତ୍ରୀ ଟୁଡୁ

ତେବେ ଭତ୍ତା ବଣ୍ଟନରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସହଯୋଗ କରିବେ ବୋଲି ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ସବୁ ବ୍ଲକରେ ଆଧାର ଲିଙ୍କ୍‌ ଟିମ ରହିଛି । ଏହି କ୍ରମରେ ସମସ୍ତ ହିତାଧିକାରୀଙ୍କ ଆଧାର ଲିଙ୍କ ହେବ । ପଞ୍ଚାୟତିରାଜ ସଂସ୍ଥାକୁ ଭତ୍ତା ପ୍ରଦାନରେ ସାମିଲ କରାଯିବ । ବରିଷ୍ଠ ହିତାଧିକାରୀଙ୍କ ହାତ ଥରିବା ବା ଆଖି ସମସ୍ୟା ଯୋଗୁଁ ସେମାନଙ୍କ ଆଧାର ଲିଙ୍କ୍‌ ହୋଇ ପାରୁନି । ତେଣୁ ପ୍ରତି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଆଧାର ଲିଙ୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗରନିଗମ କମିଶନରଙ୍କୁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯିବା ସହ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Cabinet Reshuffle: ସୋମବାର ରାଜ୍ୟ ମନ୍ତ୍ରୀମଣ୍ଡଳ ପୁନର୍ଗଠନ ! ଶପଥ ନେବେ ୩ରୁ ୪ ନୂଆ ମନ୍ତ୍ରୀ

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.