Balangir Royal Family Dispute Case: ଅର୍କେଶଙ୍କ ସମେତ ପରିବାରର 5 ସଦସ୍ୟଙ୍କ ନାମରେ ମାମଲା

author img

By

Published : May 20, 2023, 10:51 PM IST

Etv Bharatସିଂଦେଓ ପରିବାର 5 ସଦସ୍ୟଙ୍କ ନାମରେ ମାମଲା ରୁଜୁ କଲା ଉତ୍ତରାଖଣ୍ଡ ପୋଲିସ, ଘରୋଇ ହିଂସା ଅଭିଯୋଗ ଆଣିଥିଲେ ଅର୍କେଶଙ୍କ ପତ୍ନୀ

ବଲାଙ୍ଗୀର ସିଂହଦେଓ ପରିବାର 5 ସଦସ୍ୟଙ୍କ ନାମରେ ମାମଲା ରୁଜୁ କଲା ଉତ୍ତରାଖଣ୍ଡ ପୋଲିସ । ରାଜପରିବାର ସାନବୋହୁ ଅଦ୍ରିଜା ମଞ୍ଜରୀ ସିଂହଦେଓ ଆଣିଥିଲେ ଯୌତୁକ ନିର୍ଯାତନା ସହ ଘରୋଇ ହିଂସା ଅଭିଯୋଗ । ଅଧିକ ପଢନ୍ତୁ

ଅର୍କେଶଙ୍କ ସମେତ ପରିବାରର 5 ସଦସ୍ୟଙ୍କ ନାମରେ ମାମଲା

ଡେରାଡୁନ: ବହୁଚର୍ଚ୍ଚିତ ବଲାଙ୍ଗୀର ରାଜପରିବାର ଯୌତୁକ ନିର୍ଯାତନା ଓ ଘରୋଇ ହିଂସା ଅଭିଯୋଗରେ ମାମଲା ରୁଜୁ କଲା ଉତ୍ତରାଖଣ୍ଡ ପୋଲିସ । ବଲାଙ୍ଗୀର ସିଂହଦେଓ ରାଜପରିବାର ସାନବୋହୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି ସିଂଙ୍କ ନାତୁଣୀ ଅଦ୍ରିଜା ମଞ୍ଜରୀ ସିଂହଦେଓଙ୍କ ଅଭିଯୋଗ ଆଧାରରେ ସ୍ବାମୀ ଅର୍କେଶଙ୍କ ସମେତ ରାଜପରିବାର 5 ସଦସ୍ୟଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଉତ୍ତରାଖଣ୍ଡ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଉତ୍ତରାଖଣ୍ଡ ରାଜପୁର ପୋଲିସ ଷ୍ଟେସନରେ ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂ କରିଥିବା ଅଭିଯୋଗ ଅନୁସାରେ ସ୍ୱାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ସମେତ 5ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଧାରା 323, 352, 504 ଏବଂ 506 ଆଇପିସି ଅଧୀନରେ ମାମଲା ରୁଜୁ କରି ମାମଲାର ତଦନ୍ତ କରୁଛନ୍ତି ।

ଏହି ମାମଲାରେ ଡେରାଡୁନ ଏସଏସପି ଦଲୀପ ସିଂ କନୱାର କହିଛନ୍ତି, 2023 ମସିହା ମଇ 18 ତାରିଖରେ ଅଦ୍ରିଜାଙ୍କ ଅଭିଯୋଗ ଆଧାରରେ ତାଙ୍କ ଶାଶୁଘରର ପରିବାରର 5 ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି । ଶାଶୁଘର ପରିବାର ଯୌତୁକ ନିର୍ଯାତନା ସହ ଘରୋଇ ହିଂସା ଓ ଘରୁ ତଡି ଦେଇଥିବା ଅଭିଯୋଗ କରିଥିଲେ ବୋହୁ ତଥା ଅର୍କେଶଙ୍କ ପତ୍ନୀ ଅଦ୍ରିଜା ।

ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂଙ୍କ ନାତୁଣୀ ତଥା ବଲାଙ୍ଗୀର ରାଜପରିବାର ସାନବୋହୁ ଅଦ୍ରିଜା ସିଂହଦେଓ ନିଜ ଶାଶୁଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ । ତେବେ ଅଦ୍ରିଜା ହେଉଛନ୍ତି ବଲାଙ୍ଗୀର ରାଜପରିବାର ଅର୍କେଶ ନାରାୟଣ ସିଂହଦେଓଙ୍କ ପତ୍ନୀ । ପୀଡିତାଙ୍କ ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୭ ନଭେମ୍ବର ୨୩ ତାରିଖରେ ସେ ଓଡ଼ିଆ ରାଜପରିବାରର ରାଜକୁମାର ଅର୍କେଶଙ୍କୁ ବିବାହ କରିଥିଲେ ।

ବିବାହ ପରେ ଉଭୟ ଡେରାଡୁନ ଥାନା ଅଧୀନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ । ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏପରିକି ଏହି ବିବାଦ ଶେଷରେ ଘରୋଇ ହିଂସାର ରୂପ ନେଇଥିବା ଅଦ୍ରିଜା ଅଭିଯୋଗ କରିଥିଲେ ।

ଅର୍କେଶଙ୍କ ଜେଜେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଅର୍କେଶଙ୍କ ଭାଇ ସାଂସଦ ଥିଲେ । ଏହି ଓଡ଼ିଆ ରାଜପରିବାର ଉତ୍ତରାଖଣ୍ଡରେ ରହୁଥିବା ବେଳେ ସେଠାରେ ଅଦ୍ରିଜା ଥାନାରେ ଅଭିଯୋଗ କରିଥିଲେ । ଆଜି ଏହି ଅଭିଯୋଗରେ ପୋଲିସ ସ୍ବାମୀ ଅର୍କେଶଙ୍କ ସମେତ ପରିବାରର 5 ଜଣଙ୍କ ନାମରେ ମାମଲା ରୁଜୁ କରିଛି ।

ବଲାଙ୍ଗୀର ରାଜା ପରିବାରର ସାନ ବୋହୂ ଅଦ୍ରିଜା ତାଙ୍କ ଉପରେ ନିର୍ଯାତନା ଅଭିଯୋଗ ପୋଲିସ ଓ ଗଣମାଧ୍ୟମରେ ଆଣିବା ପରେ ଏହାକୁ ନେଇ ଅନେକ ଆଲୋଚନା ହୋଇଛି । ସେପଟେ ଏହାକୁ ନେଇ ତାଙ୍କ ସ୍ଵାମୀ ଅର୍କେଶ ପ୍ରତିକ୍ରିୟା ରଖିଥିଲେ । ସେ କିଛି ଭିଡିଓ ପ୍ରମାଣ ଦେବା ସହ ସମ୍ପତ୍ତି ଲୋଭରେ ଅଦ୍ରିଜା ଏହି ଅଭିଯୋଗ ଆଣିଥିବାର ପାଲଟା ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.