ETV Bharat / state

ରାଜ୍ୟର ପ୍ରଥମ ପ୍ଲାଷ୍ଟିକ ଫ୍ରି ଆଦର୍ଶ ହାଟ ହେବ ‘ମାଆ କୋଚିଲେଇ ହାଟ’

author img

By

Published : Apr 16, 2023, 11:59 AM IST

ରାଜ୍ୟର ପ୍ରଥମ ପ୍ଲାଷ୍ଟିକ ଫ୍ରି ହାଟ ହେବ ‘ମା କୋଚିଲେଇ ହାଟ’
ରାଜ୍ୟର ପ୍ରଥମ ପ୍ଲାଷ୍ଟିକ ଫ୍ରି ହାଟ ହେବ ‘ମା କୋଚିଲେଇ ହାଟ’

ରାଜ୍ୟର ପ୍ରଥମ ପ୍ଲାଷ୍ଟିକ ଫ୍ରି ହାଟ ହେବ ‘ମା କୋଚିଲେଇ ହାଟ’ । ପ୍ଲାଷ୍ଟିକ ନିଷିଦ୍ଧ ଆଦର୍ଶ ହାଟ ହେବ ପାଇଁ ଅଣ୍ଟା ଭିଡିଛନ୍ତି ଦୋକାନୀ । ୧୫ ଦିନର ମହଲତ ଦେଲା ବିଏମସି । ଅଧିକ ପଢ଼ନ୍ତୁ

ରାଜ୍ୟର ପ୍ରଥମ ପ୍ଲାଷ୍ଟିକ ଫ୍ରି ହାଟ ହେବ ‘ମା କୋଚିଲେଇ ହାଟ’

ଭୁବନେଶ୍ବର: ପ୍ଲାଷ୍ଟିକ ବ୍ୟବହାର ଉପରେ ସରକାର ବାରଣ କରିଥିଲେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାର କରାଯାଉଛି । ଭୁବନେଶ୍ବରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ୍ ଲାଗିଥିବା ବେଳେ ଏହାକୁ କଡାକଡି ଭାବେ ପାଳନ କରାଯାଉନାହିଁ । ଏହାରି ମଧ୍ୟରେ ପ୍ଲାଷ୍ଟିକ ନିଷିଦ୍ଧ ଆଦର୍ଶ ହାଟ ହେବ ପାଇଁ ଅଣ୍ଟା ଭିଡିଛି ମାଆ କୋଚିଲେଇ ହାଟ । ୧୫ ଦିନରେ ମଧ୍ୟରେ ହାଟରେ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଚିକ ଉପରେ ରୋକ ଲଗାଇବେ ସମସ୍ତ ଦୋକାନୀ ।

ରାଜ୍ୟର ପ୍ରଥମ ହାଟ ଭାବରେ କୋଚିଲେଇ ହାଟ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟକକୁ ବ୍ୟାନ କରିବାକୁ ଯାଉଥିବାରୁ ସମସ୍ତ ଦୋକାନୀଙ୍କ ଉତ୍ସାହ ବଢାଇଛନ୍ତି ମେୟର । ମେୟର କହିଛନ୍ତି,‘‘ରାଜଧାନୀକୁ ପ୍ଲାଷ୍ଟିକ ମୁକ୍ତ ସହର କରିବାକୁ ଅଣ୍ଟା ଭିଡିଛି ବିଏମ୍ସି । ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଥିବା ବେଳେ ପ୍ଲାଷ୍ଟିକ ମୁକ୍ତ ମାର୍କେଟ ଅଭିଯାନରେ ପ୍ରଥମ ଦିନରେ ସାମିଲ ହୋଇଛି ରସୁଲଗଡ଼ର ମାଆ କୋଚିଲେଇ ହାଟ । ପ୍ଲାଷ୍ଟିକ ଉପରେ କଟକଣା ଲଗାଇବା ସହ ଦୋକାନୀ ଗ୍ରାହକମାନଙ୍କୁ ମଧ୍ୟ ସଚେତନ କରେଇବେ । କୋଚିଲେଇ ହାଟରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ପ୍ଲାଷ୍ଟିକ, ଥର୍ମକୁଲ ଓ ପଲିଥିନ ସ୍ଥାନରେ କନା ବ୍ୟାଗ, କାଗଜ ଠୁଙ୍ଗା ଅଥବା ପତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ପ୍ଲାଷ୍ଟିକ ଫ୍ରି ରାଜଧାନୀ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି ।’’

ବିଏମସି ଅତିରିକ୍ତ କମିଶନର କହିଛନ୍ତି,‘‘ ନିୟମକୁ କଡାକଡି କାର୍ଯ୍ୟକାରୀ କରିବାକୁ ଯାଇ ନିୟମିତ ଚଢ଼ାଉ ଜାରି ସହ ଜରିମାନା ଆଦାୟ କରାଯାଉଛି । ବିଏମସିର ୩ଟି ଜୋନରେ ୯ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ଏସବୁ ନିଷିଦ୍ଧ ସାମଗ୍ରୀର ଆମଦାନୀ ଓ ଚୋରା ଚାଲାଣ ଉପରେ ନଜର ରଖି ପଡୋଶୀ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ବଡ଼ରକମର ଜରିମାନା ଆଦାୟ ସହ ଅପରାଧୀକ ମାମଲା ରୁଜୁ କରିବାକୁ ମଧ୍ୟ ଚେତାବନୀ ଦେଇଛି ବିଏମସି ।

ବିଏମସିର ପଦକ୍ଷେପକୁ ଗ୍ରହଣ କରିବା ସହିତ ନିଜ ବ୍ୟବସାୟୀଙ୍କୁ ଓ ଗ୍ରାହକଙ୍କ ସଚେତନ କରି ମାଆ କୋଚିଲେଇ ହାଟକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ଆଦର୍ଶ ହାଟରେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବ୍ୟବସାୟୀ ସଂଘ କର୍ମକର୍ତ୍ତା । ତେବେ ଚାମଚ, ପ୍ଲେଟ, କାନ ସଫା କରିବା ବଡ୍ସ ହେଉ ଅଥବା ଅନ୍ୟ ଯେକୌଣସି ସାମଗ୍ରୀ ଛୋଟରୁ ବଡ଼ ସବୁ ନିତ୍ୟ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକରେ ପ୍ରସ୍ତୁତ ହେଉଥିବା ବେଳେ ସେଗୁଡିକୁ ନେବା ପାଇଁ ବ୍ୟବହାର କରାଯାଉଛି ପଲିଥିନ । ପ୍ଲାଷ୍ଟିକର ବିକଳ୍ପ ପ୍ରସ୍ତୁତ କରିବା ସହ ଯଥେଷ୍ଟ ପରିମାଣର ବଜାରକୁ ଛାଡିବା ଜରୁରୀ । ନଚେତ ହଠାତ୍‌ ଏହାକୁ ନିଷିଦ୍ଧ କରିବା କଷ୍ଟକର ହୋଇପଡିବ ବୋଲି କହିଛନ୍ତି ବ୍ୟବସାୟୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.