ETV Bharat / state

ବାହୁଡାରେ ଏକାମ୍ର ପ୍ରକଳ୍ପର ଭୂମିପୂଜନ, ପଲିଥିନ ମୁକ୍ତ ହେବ ଲିଙ୍ଗରାଜ ମନ୍ଦିର ଅଞ୍ଚଳ

author img

By

Published : Jun 23, 2023, 8:42 AM IST

lingaraj temple area to be plastic free
lingaraj temple area to be plastic free

ଏକାମ୍ର ପ୍ରକଳ୍ପ ଭୂମିପୂଜନ ପୂର୍ବରୁ ବିଏମସିର ବଡ ଘୋଷଣା । ପ୍ଲାଷ୍ଟିକ ମୁକ୍ତ ହେବ ଲିଙ୍ଗରାଜ ମନ୍ଦିର ଅଞ୍ଚଳ । ଅଧିକ ପଢନ୍ତୁ

lingaraj temple area to be plastic free

ଭୁବନେଶ୍ବର: ନୂଆ ରୂପ ପାଇବ ଏକାମ୍ର କ୍ଷେତ୍ର । ଏକାମ୍ର ପ୍ରକଳ୍ପରେ ବଦଳିବ ଏକାମ୍ର କ୍ଷେତ୍ରର ରୂପରେଖ । ବାହୁଡାରେ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ବ ଓ ପରିମଳ ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ମନ୍ଦିର ନିକଟ ବର୍ତ୍ତୀ ଅଞ୍ଚଳରେ ଅଧିକ ଶୌଚାଳୟ ଉପରେ ଧ୍ୟାନ ଦିଆଯିବା ସହ ପଲିଥିନ ମୁକ୍ତ ହେବ ଲିଙ୍ଗରାଜ ମନ୍ଦିର ଅଞ୍ଚଳ । ବାହୁଡ଼ାରେ ଏକାମ୍ର ଐତିହ୍ୟ ପ୍ରକଳ୍ପର ଭୂମିପୂଜନ ପୂର୍ବରୁ ବିଏମସି ଏପରି ନିଷ୍ପତ୍ତି ନେଇଛି । ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ବ୍ୟାନ ହେବ ପଲିଥିନ । ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ରୋକିବାକୁ ବିଏମସି ପଦକ୍ଷେପ ନେଇଥିବା କହିଛନ୍ତି କମିଶନର ।

ବାହୁଡାରେ ଏକାମ୍ର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହେବ ତିନି ଦିନିଆ ଯଜ୍ଞ । ମନ୍ଦିର ସମ୍ମୁଖ ଦେବୀପାଦହରା ପୁଷ୍କରିଣୀ ନିକଟରେ ଯଜ୍ଞ କରାଯିବ । ସାଧୁସନ୍ଥ ମନ୍ତ୍ର ଉଚ୍ଚାରଣର ପ୍ରକମ୍ପିତ ହେବ ମହାପ୍ରଭୁ ଲିଙ୍ଗରାଜଙ୍ଗ ଏକାମ୍ର କ୍ଷେତ୍ର । ସ୍ବତନ୍ତ୍ର ଭାବେ ତିଆରି ହୋଇଛ ଯଜ୍ଞ ମଣ୍ଡପ । ନାମି ଦାମି କଳାକାରଙ୍କ ଦ୍ବାରା ପରିବେଷଣ ହେବ ଭଜନ । ଏଥିପାଇ ଭଜନ ମଣ୍ଡପ ସହ ସମସ୍ତ ପ୍ରସ୍ତୁତିକୁ ଚୁଡାନ୍ତ କରିଛି ପ୍ରଶାସନ । ଏହି ପ୍ରସ୍ତୁତି ନେଇ ଲିଙ୍ଗରାଜମନ୍ଦିର ଚତୁଃପାର୍ଶ୍ଵ, ବିନ୍ଦୁସାଗର ନିକଟ, ଭଜନ ମଣ୍ଡପ ଅଞ୍ଚଳ ଓ ଲିଙ୍ଗରାଜ ମାର୍କେଟ ଆଦି ଅଞ୍ଚଳ ବିଏମସିର ପ୍ରଶାସନିକ ଅଧିକାରୀ ମାନେ ବୁଲି ଦେଖିଥିଲେ ।

ପୁରୁଣା ଭୁବନେଶ୍ବର ଅଞ୍ଚଳର ବିଭିନ୍ନ ପ୍ରାଚୀନ ସ୍ମାରକର ଗୁଡ଼ିକର ପୁନରୁଦ୍ଧାର ସହ ଏକାମ୍ର କ୍ଷେତ୍ରରେ ବିଭିନ୍ନ ସୁବିଧା ଉପଲବ୍ଧ କରିବା ପାଇଁ ସରକାର ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଯୋଜନାର ଅଂଶ ଭାବେ ଏକାମ୍ର କ୍ଷେତ୍ରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ହୋଇଥିବା ୧୫୬ କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଲିଙ୍ଗରାଜ ଏଣ୍ଟ୍ରି ପ୍ଲାଜା, ଲିଙ୍ଗରାଜ ହେରିଟେଜ କଂପ୍ଲେକ୍ସ, ପାର୍କିଙ୍ଗ ବ୍ୟବସ୍ଥା, କେଦାରଗୌରୀ ମୁକ୍ତେଶ୍ବର କକ୍ଲେକ୍ସ, ହେରିଟେଜ ଇ-ଅଟୋ ସହ ଯାତ୍ରୀଙ୍କ ରହିବା ପାଇଁ ହେବ ଇଣ୍ଟରପ୍ରିଟେସନ ସେଣ୍ଟର ।

ଟୁରିଷ୍ଟ ବସ ପାର୍କିଂ ସିଷ୍ଟମ, ଦୁଇ ଚକିଆ ଚାରି ଚକିଆ ପାଇଁ ମଧ୍ୟ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିବ । ଏହା ସହ ଏକାମ୍ର ପ୍ରୋଜେକ୍ଟରେ ଇ ଯାନ ପାଇଁ ଚାର୍ଜିଙ୍ଗ ଷ୍ଟେସନ କରାଯିବ । ମନ୍ଦିର ଦକ୍ଷିଣ ପାର୍ଶ୍ବରେ ସେବାୟତଙ୍କ ପାଇଁର୍ଥ ପାର୍କିଂ ବ୍ୟବସ୍ଥା ରହିବ । ଏହା ସହ ପାନୀୟ ଜଳ, ପବ୍ଲିକ ଟୟଲେଟ, ଲାଇଟିଂ ସହ କିଛି ମଠର ଉନ୍ନତି କରଣ କରାଯିବ । ଏହା ସହ ବିନ୍ଦୁ ସାଗରର ରୂପ ବଦଳିବ । ଏହା ଦ୍ଵାରା ଏକାମ୍ର କ୍ଷେତ୍ର ନୂଆ ରୂପ ପାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.