ପଞ୍ଚାୟତ ଅଫିସ ବ୍ଲକ ଅଫିସ ଅଚଳ କରିବ ବିଜେପି: ବିରୋଧୀ ଦଳନେତା

author img

By

Published : Jan 19, 2023, 10:46 PM IST

ବିରୋଧୀ ଦଳନେତା
ବିରୋଧୀ ଦଳନେତା ()

ଏକ ପ୍ରେସମିଟ କରି ବିରୋଧୀ ଦଳନେତା କହିଛନ୍ତି ଯେ, ରାଜ୍ୟରେ କିଭଳି ସ୍ବଚ୍ଛ ଭାବେ ପ୍ରଧାନମନ୍ତ୍ରୀ ଆବସ ବଣ୍ଟନ ହେବ ତାହା ବିଜେପି ଜଗିବ । ଆବାସ ବଣ୍ଟନରେ କୌଣସି ଦୁର୍ନୀତି ଚଳିବ ନାହିଁ । ପଞ୍ଚାୟତ ଅଫିସ, ବ୍ଲକ ଅଫିସ ଓ ପିଡି-ଡିଆରଡିଏ ଅଫିସ ଦୁର୍ନୀତିର ଗନ୍ତାଘର ପାଲଟିଛି । ଏହି 3ଟି ଅଫିସ ଅଚଳ କରିବ ବିଜେପି । ଅଧିକ ପଢନ୍ତୁ

ପଞ୍ଚାୟତ ଅଫିସ ବ୍ଲକ ଅଫିସ ଅଚଳ କରିବ ବିଜେପି: ବିରୋଧୀ ଦଳନେତା

ଭୁବନେଶ୍ବର: ସାଧାରଣ ଲୋକଙ୍କୁ କେମିତି ପ୍ରଧାନମନ୍ତ୍ରୀ ଆବାସ ମିଳିବ ସେଥିପାଇଁ ବିଜେପି ଆନ୍ଦୋଳନ କରିବ । ପଞ୍ଚାୟତ ଅଫିସ, ବ୍ଲକ ଅଫିସ ଓ ପିଡି-ଡିଆରଡିଏ ଅଫିସ ଦୁର୍ନୀତିର ଗନ୍ତାଘର ପାଲଟିଛି । ଏହି 3ଟି ଅଫିସ ଅଚଳ କରିବ ବିଜେପି । ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଆନ୍ଦୋଳନ ନେଇ ନିଷ୍ପତ୍ତି ହେବ । ପଞ୍ଚାୟତ ସ୍ତରରେ ଉଠିବ ଆବାସ ଦୁର୍ନୀତି ପ୍ରସଙ୍ଗ । ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ପୂର୍ବରୁ ଆଜି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ଏଭଳି ଚେତବାନୀ ଦେଇଛନ୍ତି ।

ଆଜି (ଗୁରୁବାର) ଏକ ପ୍ରେସମିଟ କରି ବିରୋଧୀ ଦଳନେତା କହିଛନ୍ତି ‘‘ରାଜ୍ୟରେ କିଭଳି ସ୍ବଚ୍ଛ ଭାବେ ପ୍ରଧାନମନ୍ତ୍ରୀ ଆବସ ବଣ୍ଟନ ହେବ ତାହା ବିଜେପି ଜଗିବ । ଆବାସ ବଣ୍ଟନରେ କୌଣସି ଦୁର୍ନୀତି ଚଳିବ ନାହିଁ । ପଞ୍ଚାୟତ ଅଫିସ, ବ୍ଲକ ଅଫିସ ଓ ପିଡି-ଡିଆରଡିଏ ଅଫିସ ଦୁର୍ନୀତିର ଗନ୍ତାଘର ପାଲଟିଛି । ଏହି 3ଟି ଅଫିସ ଅଚଳ କରିବ ବିଜେପି । ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଆନ୍ଦୋଳନ ନେଇ ନିଷ୍ପତ୍ତି ହେବ । ପଞ୍ଚାୟତ ସ୍ତରରେ ଉଠିବ ଆବାସ ଦୁର୍ନୀତି ପ୍ରସଙ୍ଗ ।’’ ଜୟ ଆହୁରି କହିଛନ୍ତି ଯେ ଆସନ୍ତା 22ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବ । ବୈଠକରେ ଆନ୍ଦୋଳନକୁ ନେଇ ରୂପରେଖ ପ୍ରସ୍ତୁତ ହେବ ।

ସେହିପରି ବିରୋଧୀ ଦଳନେତା କହିଛନ୍ତି ମାଗଣାରେ ଯୋଗାଉଥିବା 5 କେଜି ଚାଉଳ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବ ବିଜେପି । ରାଜ୍ୟର ସମସ୍ତ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସେଣ୍ଟରରେ ମୋଦିଙ୍କ ଫଟୋ ଲାଗିଥିବା ବ୍ୟାନର ଲଗାଇବ ଦଳ । ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭାର କର୍ମକର୍ତ୍ତାଙ୍କ ସହ ଭିସି ଜରିଆରେ କଥା ହୋଇଛନ୍ତି । ଦୁଇଟି କାର୍ଯ୍ୟକ୍ରମ ପାଇଁ ନିଷ୍ପତି ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆନ୍ଦୋଳନ କରିବ ବିଜେପି ।

ସେହିଭଳି ରାଜ୍ୟ ସରକାରଙ୍କ ବିଜ୍ଞାପନ ପ୍ରଚାର ଉପରେ ବର୍ଷିଛନ୍ତି ଜୟ ନାରାୟଣ । କହିଛନ୍ତି ଏହା ହୀନମାନ୍ୟତା । ଓଡିଶା ସରକାରଙ୍କ ନିମ୍ନ ବୁଦ୍ଧି ଏବଂ ହୀନ ମାନସିକତାର ପରିଚୟ । ଓଡ଼ିଶାରେ ଆଦୌ ଗ୍ରାମସଭା, ପଲ୍ଲୀସଭା ହେଉ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି ଆଇନ ତା ବାଟରେ ଯିବ । ହେଲେ ଆଇନ ସବୁବେଳେ ଅବାଟରେ ଯାଉଛି । ଯାହାର କୋଠା ଅଛି ତାଙ୍କୁ ପକ୍କାଘର ମିଳୁଛି, କିନ୍ତୁ ଝୁମ୍ପୁଡିରେ ରହୁଥିବା ଗରିବଙ୍କୁ ମିଳୁନାହିଁ । ଏହା ଓଡିଶାର ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା । 2022 ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବା ପାଇଁ ଲକ୍ଷ୍ୟ ଥିଲା । କିନ୍ତୁ ଆଜି ଯାଏଁ ହୋଇପାରିଲା ନାହିଁ । ଏବେ କହିବେ ଯେ କେନ୍ଦ୍ର ଦେଉନାହିଁ । ତେବେ ରାଜ୍ୟ କେତେ ଲିଷ୍ଟ ପଠାଇଥିଲା, କେନ୍ଦ୍ର କେତେ ଦେଲା ସରକାର ସାର୍ବଜନୀନ କରନ୍ତୁ । ବିଭାଗୀୟ ମନ୍ତ୍ରୀ ଡାହା ମିଛ କହୁଛନ୍ତି ବୋଲି ଜୟ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.