ETV Bharat / state

ଶାଢ଼ୀରେ ଲୁଚାଇ ଖାଲି କରୁଥିଲେ ମଲ, ଧରାପଡିଲେ ବଙ୍ଗାଳୀ ଲେଡି ଲୁଟେରା ଗ୍ୟାଙ୍ଗ

author img

By

Published : Jun 2, 2023, 8:51 PM IST

Updated : Jun 2, 2023, 9:35 PM IST

lady lootera arrested by police
ରାଜଧାନୀରୁ ମହିଳା ଲୁଟେରା ଗ୍ୟାଙ୍ଗ ଗିରଫ

ରାଜଧାନୀରୁ ୯ ଜଣିଆ ମହିଳା ଗ୍ୟାଙ୍ଗ୍‌ ଗିରଫ । ବିଭିନ୍ନ ସପିଂ ମଲକୁ ଟାର୍ଗେଟ କରି ଶାଢ଼ୀ ଭିତରେ ଦାମୀ ସାମଗ୍ରୀ ଭର୍ତ୍ତି କରି ଲୁଟୁଥିଲେ । ଅଧିକ ପଢ଼ନ୍ତୁ

ରାଜଧାନୀରୁ ମହିଳା ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ଗ୍ରାହକ ବେଶରେ ଆସି ମଲରେ କଳାକନା ବୁଲାଉଥିଲେ । ଜଣେ କି ଦୁଇ ଜଣ ନୁହେଁ ମାଳମାଳ ମହିଳା ଆସି ମଲରୁ ଲୁଟ କରୁଥିଲେ । ରାଜଧାନୀରେ ଏଭଳି ଆତଙ୍କ ସୃଷ୍ଟି କରିଥିବା ବଙ୍ଗଳୀ ଲେଡି ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ । ମୋଟ ୧୩ ଜଣିଆ ଗ୍ୟାଙ୍ଗରୁ ୯ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ ହୋଇଛି ।

ସୁଚନା ମୁତାବକ, ବିଗତ କିଛି ଦିନ ଧରି ନୟାପଲ୍ଲୀ ରିଲାଏନ୍ସ ମାର୍ଟରୁ କସ୍‌ମେଟିକ୍‌ ଆଇଟମ୍‌ ସହ ଗ୍ରୋସରୀ ଜିନିଷ ଚୋରି ହେଉଥିଲା । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହେଉଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଥିଲା । ପରେ ତଦନ୍ତ ବେଳେ ଜଣାପଡ଼ିଲା କିଛି ମହିଳା ଗ୍ରାହକ ବେଶରେ ଆସି ଜିନିଷ ଦେଖୁଛନ୍ତି ଏବଂ ବିଲିଂ ନକରି ପଳାଉଛନ୍ତି । ମହିଳାଙ୍କ ଏପରି କାରନାମା ବିଷୟରେ ସିକ୍ୟୁରିଟି ଗାର୍ଡ ମଧ୍ୟ ଜାଣି ପାରୁନଥିଲା । ତେବେ ଏହି ଘଟଣା ନେଇ ପୋଲିସ କ୍ରମାଗତ ନେଇ ସେମାନଙ୍କ ଉପରେ ନଜର ରଖିଥିଲା । ମଲ୍‌କୁ ଆସୁଥିବା କିଛି ସନ୍ଦେହଜନକ ଗ୍ରାହକଙ୍କ ଉପରେ ନଜର ରଖୁଥିଲା । ତେବେ ଜଣାପଡିଥିଲା ଯେ, ସେମାନେ ଜିନିଷ ଧରି କ୍ୟାମେରା ନଥିବା ଲିଫ୍ଟ୍‌ ଭିତରେ ନଚେତ ଅଣ ଆଢୁଆଳରେ ଶାଢୀ ଭିତରେ ନେଇ ଛୁ' ମାରୁଛନ୍ତି ।

ଏହିଭଳି କିଛି ମହିଳାଙ୍କୁ ପୋଲିସ ପ୍ରଥମେ ପିଛା କରିଥିଲା । ଏହାପରେ ସେମାନେ ରହୁଥିବା ହୋଟେଲରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ସହ ସେମାନଙ୍କୁ କାବୁ କରିଥିଲା । ଚୋରି ସାମଗ୍ରୀ ମଧ୍ୟରେ ଲିପଷ୍ଟିକ୍‌ ଠାରୁ ଆରମ୍ଭ କରି ପାଉଡର, ଡେଟଲ କ୍ରିମ ଭଳି ଫେସିଆଲ କ୍ରିମ ଓ ଅନେକ ଦାମୀ ଜିନିଷ ରହିଥିଲା । ନୂଆ ଶାଢ଼ୀ ପିନ୍ଧି ଗ୍ରାହକ ବେଶରେ ପଶି ଲୁଟପାଟ କରୁଥିଲେ । ଏମାନଙ୍କୁ ସହଜରେ ସନ୍ଦେହ କରିବା ବି ମୁସ୍କିଲ ଥିଲା । ଏସିପି ସଞ୍ଜୀବ ଶତପଥି କହିଛନ୍ତି, "ଏହା ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗ । ଭାରତର ବିଭିନ୍ନ ସହରରେ ବୁଲିବୁଲି ଏପରି ଲୁଟପାଟ କରନ୍ତି । ଏମାନଙ୍କ ଗ୍ୟାଙ୍ଗରେ ୧୩ଜଣ ଥିବାବେଳେ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି । ବିଶେଷ କରି ରଥଯାତ୍ରା ସମେତ,ରଜ ଓ ପର୍ବ ପର୍ବାଣୀ ସମୟରେ ଓଡ଼ିଆ ଆସି ସପିଂ ଆଳରେ ଲୁଟପାଟ କରନ୍ତି । ସମସ୍ତ ମହିଳା ପଶ୍ଚିମବଙ୍ଗର ହୋଇଥିବା ଜଣାପଡ଼ିଛି । ଏମାନଙ୍କ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ଉପରେ ପୋଲିସର ନଜର ରହିଛି ।" ତେବେ ଆଗକୁ ରଥଯାତ୍ରା, ରଜ ବଜାର ଥିବା ବେଳେ ଏହି ମୌକାରେ ଏମିତି କିଛି ଲୁଟେରା ମାତିଛନ୍ତି । ଇତି ମଧ୍ୟରେ ରାଜ୍ୟ ବାହାରର ଅନେକ ଗ୍ୟାଙ୍ଗ ଧରା ପଡ଼ିଲେଣି । ପୂର୍ବରୁ ତାମିଲ ଗ୍ୟାଙ୍ଗ୍‌ ସମେତ ବାୱରିଆ ଗ୍ୟାଙ୍ଗ, ବିହାରି ଗ୍ୟାଙ୍ଗ ଭଳି ବନଜାରା ଓ ଏବେ ବଙ୍ଗାଳୀ ଗ୍ୟାଙ୍ଗ୍‌ ଧରା ପଡିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 2, 2023, 9:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.