ETV Bharat / state

ଜେଲ୍ ଗଲେ ଜଗବନ୍ଧୁ, ଖୁବଶୀଘ୍ର ହେବ ଅର୍ଚ୍ଚନା ମାମଲାର ଶୁଣାଣି

author img

By

Published : Dec 26, 2022, 10:58 PM IST

ଜେଲ୍ ଗଲେ ଜଗବନ୍ଧୁ୍
ଜେଲ୍ ଗଲେ ଜଗବନ୍ଧୁ୍

ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି । ତୃତୀୟ ଥର ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ମିଳିନି । ଝାରପଡ଼ା ଜେଲକୁ ଗଲେ ଜଗବନ୍ଧୁ । ତେବେ ଖୁବଶୀଘ୍ର ଅର୍ଚ୍ଚନା ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ହନିଟ୍ରାପ କୁଇନ୍‌ ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ଼ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘଟଣାରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ସୋମବାର କୋର୍ଟରେ ହାଜର କରାଇଥିଲା ଇଡି । ତେବେ ତୃତୀୟ ଥର ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ମିଳିନି । ଶେଷରେ ଜଗବନ୍ଧୁଙ୍କୁ ଝାରପଡ଼ା ଜେଲକୁ ପଠାଇଛନ୍ତି କୋର୍ଟ ।

ଜେଲ୍ ଗଲେ ଜଗବନ୍ଧୁ୍
ଜେଲ୍ ଗଲେ ଜଗବନ୍ଧୁ୍

ଜଗବନ୍ଧୁ ଚାନ୍ଦଙ୍କୁ ପ୍ରଥମ ପର୍ଯ୍ୟାୟରେ ୯ ଦିନିଆ ରିମାଣ୍ଡରେ ନେଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ଅର୍ଚ୍ଚନାଙ୍କ ଠାରୁ ଜବତ ଡିଜିଟାଲ ଫରେନସିକ ରିପୋର୍ଟ ଆଧାରରେ ତଦନ୍ତ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡରେ ନେଇଥିଲା ଇଡି । ହେଲେ ସୋମବାର ହାଜର ପରେ ଆଉ ରିମାଣ୍ଡ ପାଇଁ ଅନୁମତି ଦେଇନଥିଲେ କୋର୍ଟ । ପରେ ବିଚାରବିଭାଗୀୟ ହାଜତକୁ ଯାଇଛନ୍ତି ଜଗବନ୍ଧୁ । ଗତ ଅକ୍ଟୋବର ୨୧ ତାରିଖରେ ଗିରଫ ହୋଇଥିଲେ ଜଗବନ୍ଧୁ । ଏହା ପୂର୍ବରୁ ଅର୍ଚ୍ଚନାଙ୍କୁ ଅକ୍ଟୋବର ୫ରେ ଗିରଫ କରାଯାଇଥିଲା । କୁହାଯାଉଥିଲା ଅର୍ଚ୍ଚନାଙ୍କ ଠାରୁ ହେବିୱେଟ ଲିଙ୍କ ମିଳିବା ପରେ ପାୱାରକରିଡରରୁ କିଛି ହେବିଓ୍ବେଟଙ୍କୁ ସମନ୍ କରିବ ଇଡି । ତେବେ ଉଭୟ ନାଗ ଚାନ୍ଦ ଦମ୍ପତିଙ୍କୁ ଇଡି ଜେରା କରିସାରିଥିବା ବେଳେ ଏବେ କାହାକୁ ସମନ ହେଉଛି, ତା ଉପରେ ନଜର ।

ତେବେ କିଛିଦିନ ପୂର୍ବେ ଇଡି ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ ଡାଏରୀ କୁହାଯାଉଥିବା ଦୁଇଟି ଡାଏରୀ ଜବତ କରିଥିଲା । ସେହି ଡାଏରୀ ଆଧାରରେ ତଦନ୍ତ କରିବ ଇଡି । ସେଠାରେ ଜବତ ହୋଇଥିବା ଅର୍ଚ୍ଚନାଙ୍କ ଡିଜିଟାଲ ଡିଭାଇସ୍‌ର ଦ୍ବିତୀୟ ପର୍ଯ୍ୟାୟ ଫରେସନ୍‌ସିକ ରିପୋର୍ଟ ସୋମବାର ଆସିଛି । ଯାହାକୁ ଗ୍ରହଣ କରିଛନ୍ତି କମିଶନରେଟ୍ ପୋଲିସର ଏସ୍‌ଆଇଟି ଟିମ୍ । ଯେଉଁଥିରେ ୫ଟି ଡିଭାଇସ୍‌ର ଫରେନସିକ ରିପୋର୍ଟ ରହିଛି । ତେବେ ଏହି ରିପୋର୍ଟ ଆଧାରରେ କମିଶନରେଟ୍ ପୋଲିସ ଖୁବଶୀଘ୍ର ଅର୍ଚ୍ଚନାଙ୍କ ଖଣ୍ଡଗିର କେସର ଚାର୍ଜସିଟ୍ କୋର୍ଟରେ ଦାଖଲ କରିବ ବୋଲି ଅନୁମାନ କରାଯାଉଛି । କାରଣ ଅର୍ଚ୍ଚନାଙ୍କ ସମ୍ପର୍କିତ ସମସ୍ତ ତଥ୍ୟକୁ ଏକଜୁଟ କରୁଛି କମିଶନରେଟ ପୋଲିସ ।

ଜେଲ୍ ଗଲେ ଜଗବନ୍ଧୁ୍
ଜେଲ୍ ଗଲେ ଜଗବନ୍ଧୁ୍

କିଛିଦିନ ତଳେ ଝାରପଡ଼ା ଜେଲ ଯାଇ ଅର୍ଚ୍ଚନାଙ୍କ ହାତଲେଖା ନମୁନା ମଧ୍ୟ ସଂଗ୍ରହ କରିଥିଲା କମିଶନରେଟ ପୋଲିସ । ଯାହାକୁ ହ୍ୟାଣ୍ଡ୍‌ରାଇଟ ବ୍ୟୁରୋକୁ ପଠାଯିବ । ଯେଉଁଠୁ ଜବତ ହୋଇଥିବା ଡାଏରୀ ଅର୍ଚ୍ଚନାଙ୍କର କି ନୁହେଁ ତାହା ସ୍ପଷ୍ଟ ହେବ । ଏହାକୁ ଆଧାର କରି କୋର୍ଟରେ ସମସ୍ତ ତଥ୍ୟ ଉପସ୍ଥାପନ କରିବା କମିଶନରେଟ୍ ପୋଲିସ । ତେବେ ଏହା ପୂର୍ବରୁ ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ନାଁରେ ହୋଇଥିବା ଅକ୍ଷୟ ପରିଜାଙ୍କ ଅଭିଯୋଗର ଚାର୍ଜସିଟ୍ ଦାଖଲ କରିସାରିଛି କମିଶନରେଟ୍ ପୋଲିସ । ୫୦୧ପୃଷ୍ଠାର ଚାର୍ଜସିଟ୍ ଦାଖଲ ରହିଥିବା ପୂର୍ବରୁ ସୂଚନା ଦେଇଥିଲେ ନୟାପଲ୍ଲୀ ଥାନାଧିକାରି । ଉଭୟ କେସର ଚାର୍ଜସିଟ୍ ଦାଖଲ ହେବାପରେ ମାମଲାର ଶୀଘ୍ର ଶୁଣାଣି ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.