ETV Bharat / state

କୋର୍ଟରେ ହନିଟ୍ରାପ କୁଇନ୍ ଅର୍ଚ୍ଚନା, ସ୍ବାମୀ ଜଗବନ୍ଧୁ ସହ ହେଲେ ହାଜର

author img

By

Published : Apr 10, 2023, 3:56 PM IST

Updated : Apr 10, 2023, 8:11 PM IST

ସିବିଆଇ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ
ସିବିଆଇ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ଓ ଜଗବନ୍ଧୁ

ଭୁବନେଶ୍ବର ସିବିଆଇ କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ । EDର PMLA କେସ ଆଧାରରେ ହାଜର ହୋଇଛନ୍ତି ନାଗ ଚାନ୍ଦ ଦମ୍ପତ୍ତି । ଅଧିକ ପଢ଼ନ୍ତୁ

କୋର୍ଟରେ ହନିଟ୍ରାପ କୁଇନ୍ ଅର୍ଚ୍ଚନା

ଭୁବନେଶ୍ବର: ହାଇପ୍ରୋଫାଇଲ ହନିଟ୍ରାପ ବ୍ଲାକମେଲିଂ ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ସହ ସ୍ବାମୀ ଜଗବନ୍ଧୁ ଭୁବନେଶ୍ବର ସିବିଆଇ କୋର୍ଟରେ ହେଲେ ହାଜର । EDର PMLA କେସ ଆଧାରରେ ହାଜର ହୋଇଛନ୍ତି ନାଗ ଚାନ୍ଦ ଦମ୍ପତ୍ତି । ଏହି କେସ୍‌ର ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ ଆଧାରରେ ସିବିଆଇ କୋର୍ଟରେ ଚାଲିଛି ମାମଲା । ଏନେଇ ପୂର୍ବରୁ ଭିସି ଜରିଆରେ ହାଜର ହୋଇଥିବା ବେଳେ ଆଜି ପ୍ରଥମ ଥର ପାଇଁ ସିବିଆଇ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି ଏହି ବହୁ ଚର୍ଚ୍ଚିତ ଦମ୍ପତି ।

ଏନେଇ ସିବିଆଇ ୧ କୋର୍ଟରେ ଆଜି ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ ହାଜର ହୋଇଥିବା ବେଳେ କୋର୍ଟ ଏନେଇ ପରବର୍ତ୍ତୀ ନିଷ୍ପତି ନେବେ । ତେବେ ନାଗ ଚାନ୍ଦ ଦମ୍ପତ୍ତିଙ୍କ ବିରୋଧରେ ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ଦେଇଥିବା କେସ ସହ ନୟାପଲ୍ଲୀରେ ପ୍ରଯୋଜକ ଅକ୍ଷୟ ପରିଜା ଦେଇଥିବା କେସ ଓ ଇଡିର PMLA କେସ ରହିଛି । ତିନୋଟି ଯାକ କେସରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ଧୀରେଧୀରେ ଏହିସବୁ କେସର ଚାର୍ଜ ଫ୍ରେମ ହେବା ଆରମ୍ଭ ହେବ । ହେଲେ ଯେହେତୁ ଖଣ୍ଡଗିରି ଓ ନୟାପଲ୍ଲୀ କେସ ଆଧାରରେ ଜିଲ୍ଲା କୋର୍ଟରେ ପୂର୍ବରୁ ମାମଲା ରହିଥିଲା ଏବେ ଇଡି କେସ ପରଠାରୁ ମାମଲା ସିବିଆଇ କୋର୍ଟରେ ପରିଚାଳନା ହେଉଛି । ଏନେଇ ଇଡି କେସରେ PMLA କେସ ଆଧାରରେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ସହ ମିଡିଲମ୍ୟାନ ଖଗେଶ୍ବର ଓ ଶ୍ରଦ୍ଧାଞ୍ଜଳି ମଧ୍ୟ ଅଭିଯୁକ୍ତ ଅଛନ୍ତି । ତେଣୁ ଇଡି କେସରେ ଅନେକ ଥର ଶ୍ରଦ୍ଧାଞ୍ଜଳିକୁ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଅନେକ କାରଣ ଦର୍ଶାଇ କୋର୍ଟକୁ ଆସୁନାହାନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଫଳରେ କେସର ଚାର୍ଜ ଫ୍ରେମ ହୋଇପାରୁ ନାହିଁ । ଏବେ ଜେଲରେ ରହିଛନ୍ତି ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ବର ।

ତେବେ ଖଗେଶ୍ବରଙ୍କ ଓକିଲଙ୍କ ପକ୍ଷରୁ ଏହି ଇଡି କେସରେ ଅଭିଯୁକ୍ତମାନଙ୍କ କେସ୍‌ର ଅଲଗା କରି ଶୁଣାଣି ପାଇଁ ମାର୍ଚ୍ଚ ୧୬ରେ ଏକ ପିଟିସନ ଦାଖଲ କରିଛନ୍ତି । ଏନେଇ ସେ ସିବିଆଇ କୋର୍ଟରେ ପିଟିସନ ଦାଖଲ କରି ଜଣାଇଛନ୍ତି ଯେ, ଯଦିଓ ଏହି କେସରେ କିଛି ଅଭିଯୁକ୍ତ ଜେଲରେ ଅଛନ୍ତି, କିନ୍ତୁ ଅନ୍ୟ ଅଭିଯୁକ୍ତ ମଧ୍ୟ ଏହି କେସରେ ବାହାରେ ଅଛନ୍ତି । ବାରମ୍ବାର କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଯଦି ସେମାନେ କୋର୍ଟରେ ହାଜର ହେଉନାହାନ୍ତି, ତେବେ ସେମାନଙ୍କ ପାଇଁ ଯେଉଁମାନେ ଜେଲ୍‌ରେ ଅଛନ୍ତି ସେମାନେ କଷ୍ଟ ପାଇବା ଉଚିତ ନୁହେଁ । କେସ୍‌ଗୁଡ଼ିକର ଏକାଠି କରି ଶୁଣାଣି ପାଇଁ ସମସ୍ୟା ବା ବାଧା ସୃଷ୍ଟି ହେଉଛି‌ । ଯଦି ଅଭିଯୁକ୍ତ ମାନଙ୍କର କେସ୍‌କୁ ଅଲଗାଅଲଗା କରାଯାଏ, ତେବେ ସମସ୍ତ କେସ୍‌ର ତ୍ବରିତ ଶୁଣାଣି ହୋଇପାରିବ । ଏପରିକି ଚାର୍ଜ ଫ୍ରେମ ବା କେସ କୋର୍ଟ ପରିଚାଳନାରେ ସହଜ ହେବ ବୋଲି ପିଟିସନରେ ଯୁକ୍ତି ବାଢ଼ିଛନ୍ତି ଖଗେଶ୍ବରଙ୍କ ଓକିଲ । ତେବେ କୋର୍ଟରେ ଅର୍ଚ୍ଚନା ଓ ଜଗବନ୍ଧୁ ହାଜର ହେବା ପରେ କୋର୍ଟ କଣ ନିଷ୍ପତି ନେଉଛନ୍ତି, ଏବେ ତାହାକୁ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 10, 2023, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.