ETV Bharat / state

ପାଖଉଛି ଘୋଷଯାତ୍ରା: ମହାପ୍ରଭୁଙ୍କ ବସ୍ତ୍ର ପ୍ରସ୍ତୁତିରେ ନିମଗ୍ନ ବୁଣାକାର, କାଳିଆ କାମରେ ଲାଗିଛନ୍ତି ପିଲାଠୁ ବୁଢା

author img

By

Published : May 26, 2022, 4:45 PM IST

ପାଖେଇ ଆସୁଛି ବିଶ୍ବ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଆସନ୍ତା ଜୁଲାଇ ୧ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏହାରି ମଧ୍ୟରେ ମହାପ୍ରଭୁଙ୍କ ପାଇଁ ଆବଶ୍ୟକ ହେଉଥିବା ଅଙ୍ଗବସ୍ତ୍ର ବୁଣିବା ପାଇଁ ରାଉତପଡାର 25ରୁ ଉର୍ଦ୍ଧ୍ବ ପରିବାରକୁ ଅନୁମତି ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ

ପାଖଉଛି ବିଶ୍ବ ନିଅନ୍ତାଙ୍କ ଘୋଷଯାତ୍ରା,  ମହାପ୍ରଭୁଙ୍କ ବସ୍ତ୍ର ପ୍ରସ୍ତୁତିରେ ନିମଗ୍ନ ବୁଣାକାର
ପାଖଉଛି ବିଶ୍ବ ନିଅନ୍ତାଙ୍କ ଘୋଷଯାତ୍ରା, ମହାପ୍ରଭୁଙ୍କ ବସ୍ତ୍ର ପ୍ରସ୍ତୁତିରେ ନିମଗ୍ନ ବୁଣାକାର

ଖୋର୍ଦ୍ଧା : ପାଖେଇ ଆସୁଛି ଓଡ଼ିଆ ଜାତିର କୂଳ ଦେବତା ମହାପ୍ରଭୁ ଜଗନ୍ନାଥ ଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା, ପ୍ରଶାସନିକ ସ୍ତରରେ ବି ଚାଲିଛି ଜୋରସୋର ପ୍ରସ୍ତୁତି । ଏହାରି ଭିତରେ ଜଗା କାମରେ ନିଜକୁ ନିୟୋଜିତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାର ରାଉତପଡା ବୁଣାକାର ପରିବାର । ଘୋଷଯାତ୍ରା ଆଗରୁ ବଡ ଦେଉଳର ବଡ ଠାକୁରଙ୍କ ଅଙ୍ଗବସ୍ତ୍ର ତିଆରି କରିବାରେ ଲାଗିଛନ୍ତି ରାଉତପଡାର 25ରୁ ଉର୍ଦ୍ଧ୍ବ ପରିବାର । ଚାଲିଛି କାଳିଆର ଭଳି କି ଭଳି ପାଟ ଓ ସୁତା ଲୁଗା ବୁଣା । ବୁଣାକାରମାନେ ସେମାନଙ୍କ କୁଶଳୀ ହାତରେ ବିଭିନ୍ନ ପ୍ରକାର ପାଟବସ୍ତ୍ର ବୁଣିବାରେ ବ୍ୟସ୍ତ । ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ପାଇଁ ଆବଶ୍ୟକ ହେଉଥିବା ଅଙ୍ଗବସ୍ତ୍ର ବୁଣିବା ପାଇଁ ଏମାନଙ୍କୁ ଅନୁମତି ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।

ମହାପ୍ରଭୁଙ୍କ ବସ୍ତ୍ର ପ୍ରସ୍ତୁତିରେ ନିମଗ୍ନ ବୁଣାକାର, କାଳିଆ କାମ ପାଇଁ ଲାଗିଛନ୍ତି ପିଲାଠୁ ବୁଢା

୧୯୯୦ ମସିହାରୁ ଶ୍ରୀମନ୍ଦିରକୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ଅଙ୍ଗବସ୍ତ୍ର ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଜିଲ୍ଲା ରାଉତପଡା ଗାଁର 25ରୁ ଉର୍ଦ୍ଧ୍ବ ପରିବାର । ବଡ ଦେଉଳରେ ମହାପ୍ରଭୁଙ୍କ ଅଙ୍ଗଲାଗି ହେଉଥିବା ବସ୍ତ୍ର ହେଉଛି ବାରହାତି ଗଡ଼ା, ଷୋଳ ହାତି ଗଡ଼ା, ବୋଇରାଣୀ, ନେତଫୁଟା, ନେତଖଣ୍ଡୁଆ, ଗଦିପେଟା, ମଲମଲ, ଶ୍ରୀମୂଖହୋତା, ଟଣାଠୋସା, ଅଧରଗାମୁଛା, ନିଉଛାଳି ଗାମୁଛା, ସୂତାଫୁଟା, ପତନିଓ ବାରହାତି ଗଦା ବୋଇରାଣୀ ଆଦି ବୁଣାକାରମାନେ ତିଆରି କରିବେ ବ୍ୟସ୍ତ ରହିଛନ୍ତି ।

ବଡ ଦେଉଳର ବଡ ଦିଅଁ ଭିନ୍ନ ଭିନ୍ନ ଦିନରେ ଭିନ୍ନ ଭିନ୍ନ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ରବିବାର ଦିନ ନାଲି ରଙ୍ଗର ପାଟ ପିନ୍ଧନ୍ତି ଭାଇ-ଭଉଣୀ । ସୋମବାର ଦିନ ଧଳା, ମଙ୍ଗଳବାର ଦିନ ବାରପାଟିଆ, ବୁଧବାର ଦିନ ନୀଳ, ଗୁରୁବାର ହଳଦୀ, ଶୁକ୍ରବାର ଧଳସୁତା ଓ ଶନିବାର ଦିନ କଳା ପାଟ ପରିଧାନ କରିଥାନ୍ତି ମହାପ୍ରଭୁ । ଏସବୁ ଭିତରେ ମହାପ୍ରଭୁଙ୍କର ପ୍ରିୟ ବସ୍ତ୍ର ହେଉଛି ଗୀତଗୋବିନ୍ଦ ପାଟ ।

ବଡସିଂହାର ବେଶରେ ଚତୁର୍ଦ୍ଧା ମୁରତି ଗୀତଗୋବିନ୍ଦ ପଦ ଲେଖା ହୋଇଥିବା ପାଟ ପରିଧାନ କରିଥାନ୍ତି । ଆଉ ଏହାକୁ ତିଆରି କରିବା ରାଉତପଡା ଗାଁର ପୁରୁଷ ମହିଳା ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ଲାଗି ପଡିଛନ୍ତି । ଶ୍ରୀପଞ୍ଚମୀ ଠାରୁ ଘରେ ପୂଜାର୍ଚ୍ଚନା କରିବା ପରେ ଘୋଷଯାତ୍ରା ପାଇଁ ବସ୍ତ୍ର ବୁଣା କାମ ଆରମ୍ଭ କରିଦେଇଥାନ୍ତି ବୁଣାକାର ପରିବାର । ଦୁଇଟି ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଶ୍ରୀବିଗ୍ରହଙ୍କ ଅଙ୍ଗବସ୍ତ୍ର ପଇଠ କରିଥାନ୍ତି । ତେବେ ଘୋଷଯାତ୍ରା ପାଇଁ ରାଉତପଡାରୁ ପ୍ରଥମ ପର୍ଯ୍ୟାୟ ଅଙ୍ଗବସ୍ତ୍ର ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠା ସରିଛି । ଏହି ସବୁ ଜଗନ୍ନାଥ ପ୍ରଭୁଙ୍କ ବସ୍ତ୍ର ତିଆରି ରେ 93 ବୟସରେ ଆସେଲି ଦାସ ଠାକୁରଙ୍କ ଲୁଗା ବୁଣିବା ପାଇଁ ସୂତା ପ୍ରସ୍ତୁତିରେ ଲାଗି ଜୀବନକୁ ଜଗନ୍ନାଥଙ୍କ ସେବାରେ ସମର୍ପିତ କରି ବହୁତ ଖୁସି ଥିବା କହିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.