ETV Bharat / state

କୋରୋନାରେ ମୃତ ବେଗୁନିଆ ଏଏସଆଇଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Dec 20, 2020, 5:09 PM IST

Khurda SP gave tribute to Begunia ASI who dead in covid-19
କୋରୋନାରେ ମୃତ ବେଗୁନିଆ ଏଏସଆଇଙ୍କୁ ଶ୍ରଦ୍ଧାଞ୍ଜଳି

କୋରୋନାରେ ମୃ୍ତ୍ୟୁବରଣ କରିଥିବା ବେଗୁନିଆ ଥାନାର ଏଏସଆଇଙ୍କୁ ଖୋର୍ଦ୍ଧା ଏସପି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଗତ ନଭେମ୍ବର 30 ତାରିଖ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଗୁନିଆ ଥାନାର କାର୍ଯ୍ୟରତ ଏ.ଏସ.ଆଇ ସନାତନ ମଲ୍ଲିକଙ୍କୁ ରବିବାର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଖୋର୍ଦ୍ଧା ଏସପି, ଏସଡିପିଓ, ଚାରୋଟି ଥାନାର ଥାନା ଅଧିକାରୀ ବେଗୁନିଆ ଥାନା ପରିସରରେ ଏକ ସଭା ଅନୁଷ୍ଠିତ କରି ଏହି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

କୋରୋନାରେ ମୃତ ବେଗୁନିଆ ଏଏସଆଇଙ୍କୁ ଶ୍ରଦ୍ଧାଞ୍ଜଳି

ବେଗୁନିଆ ବ୍ଲକର 21ଟି ପଞ୍ଚାୟତର ଲୋକ, ପ୍ରତିନିଧି ସହିତ ବୁଦ୍ଧିଜୀବୀ ସଭାରେ ଉପସ୍ଥିତ ରହି ଦିବଙ୍ଗତ ମଲ୍ଲିକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଜଗତସିଂହପୁର ଜିଲ୍ଲାରୁ ମଲ୍ଲିକଙ୍କ ପୁଅ ଝିଅ ଓ ଧର୍ମପତ୍ନୀ ବେଗୁନିଆ ଥାନା ଅଧିକାରୀଙ୍କ ଅନୁରୋଧ କ୍ରମେ ଆସି ସଭାରେ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ମଲ୍ଲିକଙ୍କ ପରିବାର ବର୍ଗଙ୍କୁ ସଭାରେ ସମ୍ବର୍ଦ୍ଧନା ଦିଆଯିବା ସହିତ ଖୋର୍ଦ୍ଧା ଏସପି ଜିଲ୍ଲା ପୋଲିସ ୱେଲଫେୟାର ଫଣ୍ଡରୁ 50 ହଜାର ଟଙ୍କାର ନଗଦ ଅର୍ଥରାଶି ତାଙ୍କ ଧର୍ମପତ୍ନୀଙ୍କୁ ପ୍ରଦାନ କରିବା କରିଛନ୍ତି । ସେହିପରି ପରିବାରରୁ ସରକାରଙ୍କ ନୀତି ନିୟମ ଅନୁସାରେ ଜଣଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.