ETV Bharat / state

khordha SP warn: ସାବାଡ଼ ହେବେ ନିଶା ମାଫିଆ

author img

By

Published : Nov 25, 2021, 5:49 PM IST

Updated : Nov 27, 2021, 2:36 PM IST

khordha SP warn: ସାବାଡ଼ ହେବେ ନିଶା ମାଫିଆ
khordha SP warn: ସାବାଡ଼ ହେବେ ନିଶା ମାଫିଆ

ସହରକୁ ନିଶାମୁକ୍ତ କରିବା ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଏସପି । ଖୋର୍ଦ୍ଧାର କୁଖ୍ୟାତ ନିଶା ମାଫିଆ ସୋମନାଥ ଭୁଜବଳ(somanath bhujabala) ବେଆଇନ ନିଶା କାରବାର କରି ଅର୍ଜନ କରିଥିବା ସମ୍ପତ୍ତିକୁ ଜବତ କରି ବାର୍ଜ୍ୟାପ୍ତ ପାଇଁ ସୁପାରିଶ କରିଛି ଖୋର୍ଦ୍ଧା ପୋଲିସ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ସହରକୁ ନିଶାମୁକ୍ତ କରିବା ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି ଖୋର୍ଦ୍ଧା ଏସପି । ସେହିଭଳି ଖୋର୍ଦ୍ଧାର କୁଖ୍ୟାତ ନିଶା ମାଫିଆ ସୋମନାଥ ଭୁଜବଳ ବେଆଇନ ନିଶା କାରବାର କରି ଅର୍ଜନ କରିଥିବା ସମ୍ପତ୍ତିକୁ ଜବତ କରି ବାର୍ଜ୍ୟାପ୍ତ ପାଇଁ ସୁପାରିଶ କରିଛି ଖୋର୍ଦ୍ଧା ପୋଲିସ । ଏନେଇ ଆଜି ଖୋର୍ଦ୍ଧା ଆଦର୍ଶ ଥାନାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ।

khordha SP warn: ସାବାଡ଼ ହେବେ ନିଶା ମାଫିଆ

ସୂଚନା ଅନୁଯାୟୀ ଆଦର୍ଶ ଥାନା ଅନ୍ତର୍ଗତ ସାମନ୍ତରାପୁର ଅଞ୍ଚଳର ସୋମନାଥ ଭୁଜବଳଙ୍କ 8ଟି ଗାଡି, କୋଠାଘର, ବିପୁଳ ପରିମାଣର ସୁନା ଗହଣା, ନଗଦ 3 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ବ୍ୟାଙ୍କ ଜମାକୁ ମିଶାଇ ସମୁଦାୟ 2 କୋଟି 34 ଲକ୍ଷ 52 ହଜାର 594 ଟଙ୍କା ବ୍ୟାଜପ୍ତି ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି ଏସପି । ଆଗକୁ ମଧ୍ୟ ଏହିପରି ନିଶା କାରବାର କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏସପି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Nov 27, 2021, 2:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.