ETV Bharat / state

ମଙ୍ଗୁଳି ଜେନା ହତ୍ଯାକାଣ୍ଡ ଘଟଣା: ଅଭିଯୁକ୍ତକୁ ଧରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

author img

By

Published : Mar 13, 2020, 2:01 PM IST

Updated : Mar 13, 2020, 2:11 PM IST

khordha murder case
ମଙ୍ଗୁଳି ଜେନା ହତ୍ଯାକାଣ୍ଡ ଘଟଣା: ଅଭିଯୁକ୍ତକୁ ଧରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳି ହତ୍ୟାକାଣ୍ଡ ଘଟଣା । ହତ୍ୟାକାରୀକୁ ଧରିବା ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।

ଖୋର୍ଦ୍ଧା : ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳି ହତ୍ୟାକାଣ୍ଡ ଘଟଣା । ହତ୍ୟାକାରୀକୁ ଧରିବା ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।

ମଙ୍ଗୁଳି ଜେନା ହତ୍ଯାକାଣ୍ଡ ଘଟଣା: ଅଭିଯୁକ୍ତକୁ ଧରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ହତ୍ୟାକାଣ୍ଡକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାକାରୀକୁ ଧରିବାରେ କ୍ରାଇମବ୍ରାଞ୍ଚ ବିଫଳ ହୋଇଛି । ଏହାର ପ୍ରତିବାଦରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦିନ ଧରି ମଙ୍ଗୁଳି ଜେନାଙ୍କ ପରିବାର ଏବଂ ବଡପୋଖରୀଆ ଗ୍ରାମବାସୀ ହତ୍ୟାକାରୀକୁ ଧରିବା ଦାବିରେ ଧାରଣାରେ ବସିଛନ୍ତି ।

ହତ୍ୟାକାଣ୍ଡକୁ ଦୀର୍ଘ 10 ମାସ ବିତିଲାଣି କିନ୍ତୁ ଏହି ଘଟଣାର ତଦନ୍ତ ଭାର ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ମଧ୍ୟ ଏବେବି ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେହିପରି ଘଟଣାକୁ ରାଜନୈତିକ ଚାପ ପକାଇ ତଦନ୍ତକୁ ବାଟବଣା କରାଯାଉଥିବା ଅଭିଯୋଗ କରିଛନ୍ତି ମଙ୍ଗୁଳି ଜେନାଙ୍କ ପତ୍ନୀ । ତେବେ ଧାରଣାକୁ ତିନିଦିନ ବିତିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପ୍ରଶାସନ କେହି ମଧ୍ୟ ଧାରଣାସ୍ଥଳକୁ ଆସିନାହାନ୍ତି ।

ସେପଟେ ତୁରନ୍ତ ହତ୍ୟାକାରୀକୁ ଗିରଫ କରାନଗଲେ ଆଗାମୀ ଦିନରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ପରିବାର ଲୋକ ଓ ଗ୍ରାମବାସୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Mar 13, 2020, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.