ETV Bharat / state

ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବେ ପ୍ରଶାସନିକ ଅଧିକାରୀ, ତାଲା ପଡିବ ସରକାରୀ କାର୍ଯ୍ୟାଳୟ

author img

By

Published : Apr 21, 2023, 6:48 PM IST

Khordha Bureaucrats association
Khordha Bureaucrats association

ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବେ ପ୍ରଶାସନିକ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ସରକାରୀ କର୍ମଚାରୀ । ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ସହ ଲେବୁଲ ବୃଦ୍ଧି କରିବାକୁ ଦାବି। ଅଧିକ ପଢ଼ନ୍ତୁ

ସମୂହ ଛୁଟିରେ ଯିବେ ଅମଲା, ତାଲା ପଡିବ ସରକାରୀ କାର୍ଯ୍ୟାଳୟ

ଖୋର୍ଦ୍ଧା: ଗ୍ରେଡ୍‌ ପେ' ଦାବିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଗର୍ଜିଛନ୍ତି ଅମଲା ସଂଘ । ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ସହ ଲେବୁଲ ବୃଦ୍ଧି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକୀ ପତ୍ର ପ୍ରଦାନ କରିଛି ଅମଲା ସଂଘ । ଏକ ଶୋଭାଯାତ୍ରାରେ ଆସି ନିଜ ଦାବି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଜିଲ୍ଲା ସ୍ତରୀୟ ଅମଲାମାନଙ୍କର ଶିକ୍ଷା ଗତ ଯୋଗ୍ୟତା ଅନୁସାରେ ଦରମା ବୃଦ୍ଧି କରାଯିବାକୁ ଦାବି କରିଛନ୍ତି ।

ଅମଲାମାନଙ୍କ ଲେବୁଲ 4ରୁ 9କୁ ବୃଦ୍ଧି କରାଯାଉ । ତଦ୍ଅନୁସାରେ ଦରମା 19ଶହ ଟଙ୍କା ବଦଳରେ 42ଶହ ଟଙ୍କାକୁ ଗ୍ରେଡ ପେ କରାଯାଉ । ଦୀର୍ଘଦିନ ହେବ ବିଭିନ୍ନ ଅମଲା ସଂଘ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ସରକାରଙ୍କ ଏହାକୁ ଗୁରୁତ୍ବର ସହ ନେଉ ନଥିବା ଅଭିଯୋଗ ହୋଇଛି । ଯାହା ସମସ୍ତ ଜିଲ୍ଲାସ୍ତରୀୟ ଅମଲାଙ୍କ ମନରେ ନୈରାଶ୍ୟ ଭାବ ସୃଷ୍ଟି କରିଥିବା ସଂଘ କହିଛି ।

ସରକାରଙ୍କର ବୈମାତୃକ ମନୋଭାବ ଶାନ୍ତିପ୍ରିୟ ଅମଲାମାନଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛି ବୋଲି ମିଳିତ ଅମଲା ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାଶ କ୍ଷୋଭ ପ୍ରକାଶ କରି କହିଛନ୍ତି । ଜନ ସାଧାରଣଙ୍କ ସେବାରେ ଅହରହ ନିଯୁକ୍ତି ଏହି ବର୍ଗର କର୍ମଚାରୀମାନେ ସରକାରୀ ଅବହେଳାର ଶିକାର ହେଉଛନ୍ତି ।

ଏଥିପାଇଁ ସରକାରଙ୍କ ଉପରେ ଚାପ ପକାଇବ ପାଇଁ ଓଡ଼ିଶା ଅମଲା ସଂଘ, ଓଡ଼ିଶା ରାଜସ୍ବ ଅମଲା ସଂଘ, ନିଖିଳ ଓଡିଶା ଟ୍ରେଜରି ଅମଲା ସଂଘ, ଓଡିଶା ଉପନିବନ୍ଧକ ଅମଲା ସଂଘ ଏକତ୍ରିତ ହୋଇ ନ୍ୟାର୍ଯ୍ଯ ଦାବି ପାଇଁ ଆନ୍ଦୋଳନ କିରବ। ସ୍ୱରକୁ ମଜଭୁତ କରାଯାଇ ସରକାରଙ୍କୁ ଏକମାସ ସାତଦିନ ପାଇଁ ମହଲତ ଦିଆଯାଇଛି । ଦାବି ପୂରଣ କରାନଗଲେ ସମସ୍ତ ଅମଲା ଆସନ୍ତା ମେ' ୨୨ରୁ ସପ୍ତାହ ପର୍ଯ୍ୟନ୍ତ କଳା ବ୍ୟାଚ୍‌ ପରିଧାନ କରି କାମ କରିବେ। ଜୁନ ୧ ତାରିଖରୁ କଲମ ଛାଡି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ଖୋର୍ଦ୍ଧା ମିଳିତ ଅମଲା ମଞ୍ଚର ଅଧକ୍ଷ ଅଶୋକ କୁମାର ପଣ୍ଡା, ଆବାହକ ସନ୍ତୋଷ କୁମାରଙ୍କ ଉପସ୍ଥିତ ରହି ଅମଲାମାନଙ୍କୁ ସମ୍ବୋଧିତ କରିଥିଲେ । ଆଗାମୀ ଦିନରେ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୂହ ଛୁଟିରେ ଯାଇ ସରକାରଙ୍କର କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ଆହ୍ବାନ ଦେଇଛନ୍ତି । ସୂଚନା ଯୋଗ୍ୟ କନିଷ୍ଠ ରାଜସ୍ୱ ସହାୟକ ଓ ବରିଷ୍ଠ ରାଜସ୍ୱ ସହାୟକ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସାରା ରାଜ୍ୟରେ ହଜାର ହଜାର କର୍ମଚାରୀ ରହିଛନ୍ତି । ସେମାନଙ୍କୁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଠାରୁ ମାତ୍ର ଶହେ ଟଙ୍କା ଅଧିକ ମିଳୁଥିବା ବେଳେ ସର୍ବନିମ୍ନ ଗ୍ରେଡ ପେ' ବ୍ୟବସ୍ଥାରେ କାମ କରିବା ସମ୍ଭବ ନୁହେଁ ବୋଲି ଦିଆଯାଇଥିବା ଦାବିପତ୍ର ନିବେଦନ କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.