ETV Bharat / state

ତହସିଲ କର୍ମଚାରୀଙ୍କ ଘରୁ ସୁନାଗହଣା ସମେତ ୩୦ ହଜାର ଟଙ୍କା ଲୁଟ୍‌

author img

By

Published : Apr 12, 2022, 10:56 PM IST

ଘର ତାଲା ଭାଙ୍ଗି ବୋଲଗଡ଼ ତହସିଲର କର୍ମଚାରୀ ବସନ୍ତ କୁମାର ନାୟକଙ୍କ ଘରୁ ସୁନାଗହଣା ସହିତ ୩୦ ହଜାର ଟଙ୍କା ଲୁଟ୍‌ ହୋଇଛି । ଅଧିକ ପଢ଼ନ୍ତୁ

ତହସିଲ କର୍ମଚାରୀଙ୍କ ଘରୁ ସୁନାଗହଣା ସମେତ ୩୦ ହଜାର ଟଙ୍କା ଲୁଟ
ତହସିଲ କର୍ମଚାରୀଙ୍କ ଘରୁ ସୁନାଗହଣା ସମେତ ୩୦ ହଜାର ଟଙ୍କା ଲୁଟ

ଖୋର୍ଦ୍ଧା: ବୋଲଗଡ଼ ତହସିଲ ସିମୋରରେ ଜଣେ ବ୍ୟକ୍ତିଙ୍କ ଘରୁ ସୁନାଗହଣା ସହ ୩୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ । ବ୍ୟକ୍ତି ଜଣକ ବୋଲଗଡ଼ ତହସିଲର ଜଣେ କର୍ମଚାରୀ ବସନ୍ତ କୁମାର ନାୟକ । ଗତ ସୋମବାର ଦିନ ବସନ୍ତଙ୍କ ପରିବାର ଲୋକେ ସିମୋରସ୍ଥିତ ଘର ତାଲା ପକାଇ ବୋଲଗଡ଼ ଆସିଥିଲେ । ଆଜି ଫେରି ଦେଖିବା ବେଳକୁ ଘର ତାଲା ଭଙ୍ଗା ହୋଇଥିବା ବେଳେ ଘରୁ ୫୬ ଗ୍ରାମ ସୁନା ନଗଦ ୩୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଦେଖିବାକୁ ପାଇଥିଲେ ।

ତହସିଲ କର୍ମଚାରୀଙ୍କ ଘରୁ ସୁନାଗହଣା ସମେତ ୩୦ ହଜାର ଟଙ୍କା ଲୁଟ

ଖାଲି ସେତିକି ନୁହେଁ, ଘରୁ କେତେକ ଆସବାବପତ୍ର ମଧ୍ୟ ଚୋର ହୋଇଛି । ଦୁର୍ବୃତ୍ତମାନେ କଟର ସହାୟତା ଘରର ତାଲା କାଟି ୩୧ ଗ୍ରାମର ୨ଟି ହାର, ୧୦ଗ୍ରାମର ୨ହଳ କାନଫୁଲ, ୧୫ଗ୍ରାମର ୫ଟି ସୁନାମୁଦି, ଗୋଟିଏ LED ଟିଭି, ଆସବାପତ୍ର ସହ ନଗଦ ୩୦ହଜାର ଟଙ୍କା ଚୋରି କରିଛନ୍ତି । ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବସନ୍ତ । ବାଘମାରୀ ଥାନା ପୋଲିସ ଏକ ମାମଲା ରୁଜୁ କରି ବିଭିନ୍ନ ଦିଗ ଉପରେ ତଦନ୍ତ ଜାରି ରଖିଛି । ଅପରାହ୍ନରେ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ ବୋଲି ଆଶ୍ବସନା ଦେଇଛନ୍ତି ବାଘମାରୀ ଥାନା ଅଧିକାରୀ ଅର୍ଚ୍ଚନା ମଲ୍ଲିକ । ବାଘମାରୀ ଥାନା ଅଞ୍ଚଳରେ ଏବେ ଧଳାଜହର, ଗଞ୍ଜେଇ, ଚୋରା ଦେଶୀମଦ କାରବାର ବୃଦ୍ଧି ପାଉଛି । ଫଳରେ ଦୈନିକ ଚୋରି, ଡକାୟତି, ଲୁଟ, ଛିନତାଇ ଭଳି ଘଟଣା ଘଟୁଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.