ETV Bharat / state

ବିଏସଏଫ କ୍ୟାମ୍ପର 2 ଯବାନ କୋରୋନା ପଜିଟିଭ

author img

By

Published : Jul 12, 2020, 12:37 PM IST

ଜଟଣୀ ବିଏସଏଫ କ୍ୟାମ୍ପରେ କୋରୋନା
ଜଟଣୀ ବିଏସଏଫ କ୍ୟାମ୍ପରେ କୋରୋନା

ଜଟଣୀ ବିଏସଏଫ କ୍ୟାମ୍ପର ୨ ଯବାନ କୋରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସୀତାଂଶୁ ରାଉତ ।

ଖୋର୍ଦ୍ଧା: ଜିଲ୍ଲା ଜଟଣୀ ବିଏସଏଫ କ୍ୟାମ୍ପରେ ପଶିଲା କୋରୋନା । ଜଟଣୀ ବିଏସଏଫ କ୍ୟାମ୍ପର ୨ ଯବାନ କୋରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସୀତାଂଶୁ ରାଉତ ।

ସେହିପରି ଆଜି ଖୋର୍ଦ୍ଧା ଉପଖଣ୍ଡରୁ ଆଉ 4ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଖୋର୍ଦ୍ଧା ପୌରାଞ୍ଚଳରୁ 2ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟାଙ୍ଗି ଏବଂ ମେଣ୍ଢାଶାଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.