ETV Bharat / state

ଏସଟିଏଫ କବଜାରେ ମୋଷ୍ଟ ୱାଣ୍ଟେଡ ଖଣି ମାଫିଆ

author img

By

Published : Sep 18, 2019, 2:32 PM IST

ବେଆଇନ ଖଣି ଓ ନିଶା କାରବାର ନେଇ ମୋଷ୍ଟ ୱାଣ୍ଟେଡ ଖଣି ମାଫିଆ ପ୍ରକାଶଚନ୍ଦ୍ର ରାଉତରାୟଙ୍କୁ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଗିରଫ କରିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା


ଖୋର୍ଦ୍ଧା: ଖୋଲୁଛି ଖଣି ମାଫିଆଙ୍କ ଗୁମର । ବେଆଇନ ଖଣି ଓ ନିଶା କାରବାର ନେଇ ଏସଟିଏଫ ପକ୍ଷରୁ ଅପରେସନ ଜାରି ରହିଥିବାବେଳେ ମୋଷ୍ଟ ୱାଣ୍ଟେଡ ଖଣି ମାଫିଆ ପ୍ରକାଶଚନ୍ଦ୍ର ରାଉତରାୟଙ୍କୁ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଗିରଫ କରିଛି । ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ରହୁଥିବା ଖଣି ମାଫିଆକୁ ଗିରଫ କରାଯାଇଛି ।

ବେଗୁନିଆ ତହସିଲ ଅନ୍ତର୍ଗତ ଡଙ୍ଗରପଡା ଅଞ୍ଚଳରେ ପ୍ରକାଶ ବେଆଇନ ଖଣି କାରବାର କରୁଥିବା ନେଇ ଏସଟିଏଫ ପାଖରେ ଖବର ଥିଲା । ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାହାଡ଼ରୁ ବେଆଇନ ଭାବେ ଖଣିଜ ପଦାର୍ଥ ଚୋରା ଚାଲାଣ କରୁଥିଲା ବୋଲି ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶ ଏସଟିଏଫ ପାଇଁ ୱାଣ୍ଟେଡ ଥିବାବେଳେ ସେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଆଜି ଏସଟିଏଫ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପୁଣି ଜଣେ ଖଣି ମାଫିଆକୁ ଧରିଲା ଏସ୍ଟିଏଫ



Body:ଖୋର୍ଦ୍ଧା : ବେଆଇନ ଖଣି କାରବାର ଓ ନିଶା ମାଫିଆଙ୍କ ସାମ୍ରାଜ୍ୟକୁ ଶେଷ କରିବା ପାଇଁ ଏସ୍ଟିଏଫ ତାର ଅପରେସନ ଜାରି ରଖିଛି । ସେହିଭଳି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ରହୁଥିବା ଖଣି ମାଫିଆ ପ୍ରକାଶ ଚନ୍ଦ୍ର ରାଉତରାୟକୁ କ୍ରାଇମବ୍ରାଞ୍ଚର ଏସ୍ଟିଏଫ ଟିମ ଗିରଫ କରିଛି । ପ୍ରକାଶ ବେଗୁନିଆ ତହସିଲ ଅନ୍ତର୍ଗତ ଡଙ୍ଗରପଡା ଅଂଚଳରେ ବେଆଇନ ଖଣି କାରବାର କରୁଥିବା ଏସ୍ଟିଏଫ ପାଖରେ ଖବର ଥିଲା । ଗଣମାଧ୍ୟମକୁ ଆଜି ଏସ୍ଟିଏଫ ଦେଇଥିବା ସୁଚନା ଅନୁଯାୟୀ ପ୍ରକାଶ ଏସ୍ଟିଏଫ ପାଇଁ ୱାନଟେଡ ଥିଲା ଏବଂ ସେ ଜଣେ ଅଭ୍ୟାସଗତ ଅପରାଧୀ । ପ୍ରକାଶ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାହାଡ଼ରୁ ବେଆଇନ ଭାବେ ଖଣିଜ ପଦାର୍ଥ ଚୋରା ଚାଲାଣ କରୁଥିଲା ବୋଲି ଏସ୍ଟିଏଫ ପକ୍ଷରୁ ସୂଚନା ଦିଆଯାଇଛି ।Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.