ETV Bharat / state

ରଥଯାତ୍ରା ମଉକାରେ ଗଞ୍ଜେଇ ଚାଲାଣ, ଧଉଳି ପାଖରୁ ଧରାପଡିଲେ ୩ଜଣ

author img

By

Published : Jun 23, 2023, 11:02 PM IST

cannabis seized from Bhubaneswar
ଭୁବନେଶ୍ବରରୁ ଗଞ୍ଜେଇ ଜବତ

ଭୁବନେଶ୍ବର ଉପକଣ୍ଠ ଲିଙ୍ଗିପୁର ଉତ୍ତରା ଅଞ୍ଚଳରୁ ଗଞ୍ଜେଇ ଭର୍ତ୍ତି କାର ଜବତ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବରରୁ ଗଞ୍ଜେଇ ଜବତ

ଭୁବନେଶ୍ବର: ରଥଯାତ୍ରା ଭିଡ଼ରେ ସକ୍ରିୟ ହୋଇଛନ୍ତି ଗଞ୍ଜେଇ ବେପାରୀ । ପୁରୀକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଆଧା ବାଟରେ ମାଡ଼ି ବସିଲା କମିଶନରେଟ ପୋଲିସ । ଧଉଳି ଥାନା ଲିଙ୍ଗିପୁର ଉତ୍ତରାରେ ଗଞ୍ଜେଇ ବେପାରୀଙ୍କୁ କମିଶନରେଟ ପୋଲିସ କାବୁ କରିଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ ଏକ ଗଞ୍ଜେଇ ଭର୍ତ୍ତି କାର ଜବତ କରିଛି ।

ପୁରୀରେ ରଥଯାତ୍ରା ଚାଲୁଥିବାରୁ ରାଜ୍ୟ ତଥା ବିଭିନ୍ନ ଦେଶରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ଏହି ସମୟରେ ଓଡ଼ିଶା ଗଞ୍ଜେଇର ବେଶି ଚାହିଦା ଥାଏ । ବିଦେଶୀ ବା ରାଜ୍ୟ ବାହାରୁ ଆସିଥିବା ପର୍ଯଟକଙ୍କୁ ଭଲ ଟଙ୍କାରେ ବେପାରୀମାନେ ଗଞ୍ଜେଇ ଯୋଗାଇଥାନ୍ତି । ତେବେ ପୋଲିସ ଆଇନଶୃଙ୍ଖଳା ଓ ରଥଯାତ୍ରାରେ ବ୍ୟସ୍ତତା ଯୋଗୁଁ ଏସବୁ ଉପରେ ବିଶେଷ ଧ୍ୟାନ ନଥାଏ । ଏହାର ସୁଯୋଗରେ ଭଲ ବେପାର ସାଙ୍ଗକୁ ସହଜରେ ଟଙ୍କା କାରବାର ପାଇଁ ଏପରି ଗଞ୍ଜେଇ କାରବାର ବଢାଇଥାନ୍ତି । କମିଶନରେଟ ପୋଲିସର ସୂଚନା ଅନୁସାରେ, କନ୍ଧମାଳରୁ ଗଞ୍ଜେଇ ବୋଝେଇ କରି ଏକ ନୂଆ କାର ଯୋଗେ ଭୁବନେଶ୍ବର ଦେଇ ପୂରୀ ଯାଉଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଧଉଳି ଥାନା ପୋଲିସର ସ୍ପେଶାଲ ସ୍କ୍ବାର୍ଡ ସେମାନଙ୍କ ପିଛା କରିଥିଲା । ପୋଲିସ ଗାଡ଼ିକୁ ଧକ୍କା ଦେଇ ବେପାରୀ ମାନେ ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ । ଏହାପରେ ଲିଙ୍ଗିପୁର ଉତ୍ତରାରେ ପୋଲିସ ଉକ୍ତ ଗାଡ଼ି ଉପରେ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ସେମାନେ ଖସିବାକୁ ଉଦ୍ୟମ କରୁଥିବା ବେଳେ ତିନି ଜଣଙ୍କୁ କାବୁ କରି ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୬୦ କେଜିର ଗଞ୍ଜେଇ ସହ ଏକ ହ୍ୟୁଣ୍ଡାଇ କାର ଜବତ ହୋଇଛି । ରଥଯାତ୍ରା ପୂର୍ବରୁ ମଧ୍ୟ ପୁରୀକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କମିଶନରେଟ ପୋଲିସ ଅନେକ ଗଞ୍ଜେଇ ଗାଡ଼ି ଜବତ କରିଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଗଙ୍ଗପୁରର ନିରାକାର ସ୍ବାଇଁ, ଚନ୍ଦନ ପ୍ରଧାନ ଏବଂ କନ୍ଧମାଳର କାମାଲ କହଁର । ଏମାନଙ୍କ ମଧ୍ୟରେ ଜଣେ ଯୁକ୍ତ ଦୁଇ ଛାତ୍ର ଥିବା ପୋଲିସ ଜାଣିବାକୁ ପାଇଛି । ୩ ଜଣଙ୍କ ମୋବାଇଲରୁ ଆଉ ୭ରୁ ୮ଜଣ ଗଞ୍ଜେଇ ବେପାରୀଙ୍କ ଲିଙ୍କ ଜଣାପଡ଼ିଛି । ଏହି ଆଧାରରେ ଆହୁରି କିଛି ନିଶା ବେପାରୀଙ୍କ ତାଲିକା ସାମ୍ନାକୁ ଆସିଛି । ସେମାନଙ୍କ ଉପରେ କମିଶନରେଟ ପୋଲିସ ନଜର ରଖିଛି । ଅନ୍ୟପଟେ ଏହି ଘଟଣାର ତଦନ୍ତ ଜାରି ରହିଥିବା ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.