ETV Bharat / state

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା, ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ ସମ୍ପର୍କୀୟ

author img

By ETV Bharat Odisha Team

Published : Oct 12, 2023, 5:41 PM IST

ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେଖାଦେଇଛି ଉତ୍ତେଜନା । ନର୍ସଙ୍କ ସମେତ ଅନ୍ୟ ଷ୍ଟାଫ୍ ଓ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଅଧିକ ପଢନ୍ତୁ

hospital staffs attacked by attendants
ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପଶି ଡାକ୍ତରଙ୍କୁ ନିର୍ଦ୍ଧୁମ ଛେଚିଲେ ରୋଗୀଙ୍କ ସମ୍ପର୍କୀୟ । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ନର୍ସଙ୍କ ସମେତ ଅନ୍ୟ ଷ୍ଟାଫ୍ ଓ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । ଆଉ ଏହି ମାଡ଼ ମାରୁଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ସୂଚନା ଅନୁଯାୟୀ, ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଜଣେ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଉ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସଠିକ ଚିକିତ୍ସା କରାଯାଇନଥିବା ଅଭିଯୋଗ କରି ନରେନ୍ଦ୍ର ଦାସ ଓ ସ୍ମୃତି ରଞ୍ଜନ ମହାନ୍ତି ନାମକ ଦୁଇ ଜଣ ଯୁବକ ନିଜ ସହଯୋଗୀଙ୍କ ସହ ହସ୍ପିଟାଲରେ ପଶି କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ମାରିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ସେପଟେ ପୂର୍ବରୁ ମଧ୍ୟ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ନେଇ ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ଆଣିଥିଲେ ନବ ଜନ୍ମିତ ଏକ ଛୁଆର ବାପା ଓ ମା'। ଜନ୍ମିତ ପୁଅକୁ ବଦଳ କରି ସେହି ସ୍ଥାନରେ ଶିଶୁକନ୍ୟାକୁ ରଖାଯାଇଥିବା ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା କ୍ୟାପିଟାଲ ହସ୍ପିଟାଲ। ଏନେଇ ସୁପରିଟେଣ୍ଡ ଓ ଡେପୁଟି ସୁପରିଟେଣ୍ଡଙ୍କ ସହ ଗାଇନକୋଲୋଜି ବିଭାଗର ଏଚଓଡିଙ୍କ ନେତୃତ୍ବରେ ଏକ ତିନିଜଣିଆ ଟିମ୍ ତଦନ୍ତ ଜୋରଦାର କରିଥିଲେ ।

ଏହା ବି ପଢନ୍ତୁ...କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ପୁଅ ନୁହେଁ ଝିଅ ହୋଇଥିବା DNA ରିପୋର୍ଟରୁ ସ୍ପଷ୍ଟ

ପ୍ରଥମେ ପୁଅ ଜନ୍ମ ହୋଇଥିବା ନେଇ ଅଭିଭାବକଙ୍କୁ ଜଣାଯାଇଥିଲା । ଏନେଇ ପୁଅ ହେବା ଖବର ପାଇ ଖୁସିରେ ପୁଅର ଫଟୋ ଉଠାଇବାକୁ କହିଥିଲେ ନବଜାତ ପୁଅର ବାପା । ହେଲେ ନବଜନ୍ମିତ ଶିଶୁକୁ କିଛି ସମୟ ପରେ ବାହାରକୁ ଆଣିବା ପରେ ଶିଶୁର ପିତା ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ । ସେତେବେଳେ ପୁଅ ନୁହେଁ ଝିଅ ବୋଲି ଦେଖିବାକୁ ପାଇଥିଲେ ବୋଲି ଅଭିଯୋଗ ହୋଇଥିଲା। ହେଲେ ତଦନ୍ତ ପରେ ଅଭିଯୋଗ ମିଥ୍ୟା ବୋଲି ସ୍ପଷ୍ଟ ହୋଇଛି । ତେବେ ବାରମ୍ବାର ରାଜଧାନୀର ସରକାରୀ ତଥା ଘରୋଇ ହସ୍ପିଟାଲରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.