ETV Bharat / state

ଡେଙ୍ଗୁ ନମୁନା ପରୀକ୍ଷାକୁ ନେଇ ବଢୁଛି ଦ୍ୱନ୍ଦ୍ୱ, ଅବଗତ ନାହାନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ

author img

By ETV Bharat Odisha Team

Published : Aug 27, 2023, 10:43 PM IST

ଡେଙ୍ଗୁ ନମୁନା ପରୀକ୍ଷାକୁ ନେଇ ବଢୁଛି ଦ୍ୱନ୍ଦ, ଅବଗତ ନାହାନ୍ତି ହସ୍ପିଟାଲ କର୍ତ୍ତୁପକ୍ଷ
ଡେଙ୍ଗୁ ନମୁନା ପରୀକ୍ଷାକୁ ନେଇ ବଢୁଛି ଦ୍ୱନ୍ଦ, ଅବଗତ ନାହାନ୍ତି ହସ୍ପିଟାଲ କର୍ତ୍ତୁପକ୍ଷ

ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହୋଇଛି । ଡେଙ୍ଗୁ ନମୁନା ପରୀକ୍ଷାକୁ ନେଇ ବଢୁଛି ଦ୍ୱନ୍ଦ୍ୱ । ଅବଗତ ନାହାନ୍ତି ହସ୍ପିଟାଲ କର୍ତ୍ତୁପକ୍ଷ । ଗ୍ରହଣ କରାଯାଉନାହିଁ ହସ୍ପିଟାଲରେ ଡେଙ୍ଗୁ ନମୁନା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହୋଉଛି । ଡେଙ୍ଗୁ ନମୁନା ପରୀକ୍ଷାକୁ ନେଇ ବଢୁଛି ଦ୍ୱନ୍ଦ୍ୱ । ଅବଗତ ନାହାନ୍ତି ହସ୍ପିଟାଲ କର୍ତ୍ତୁପକ୍ଷ । ହସ୍ପିଟାଲରେ ଡେଙ୍ଗୁ ନମୁନା ଗ୍ରହଣ କରାଯାଉନାହିଁ । ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ୩ ହଜାରରୁ ଊର୍ଦ୍ଧ୍ୱ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମଶଃ ବଢିଚାଲିଛି । ଇତି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ ସମେତ ଆରଏମ୍‌ଆରସି ଓ ଭୁବନେଶ୍ୱର ଏମ୍‌ସରେ ଡେଙ୍ଗୁ ନମୁନା ପରୀକ୍ଷା କରାଯାଉଥିଲା । ପରବର୍ତ୍ତୀ ସମୟରେ ୪ଟି ସିଏଚ୍‌ସି ଓ ପିଏଚ୍‌ସି କେନ୍ଦ୍ରରେ ଡେଙ୍ଗୁ ଟେଷ୍ଟିଂ ଲାଗି ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଏବେ ଡେଙ୍ଗୁ ନମୁନା ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ବଢିଚାଲିଛି।


ରାଜ୍ୟରେ ଡେଙ୍ଗୁ ସ୍ଥିତିକୁ ନେଇ ଜାତୀୟ ସ୍ବାସ୍ଥ୍ୟ ମିଶନ(ଏନଏଚ୍‌ଏମ୍‌ ) ପକ୍ଷରୁ ୨୨ ତାରିଖରେ ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଥିଲା । ଭୁବନେଶ୍ୱରରେ ସମସ୍ତ ସିଏଚ୍‌ସି ଓ ପିଏଚ୍‌ସିରେ ଡେଙ୍ଗୁ ନମୁନା ସଂଗ୍ରହ କରାଯାଇ କ୍ୟାପିଟାଲ ହସ୍ପିଟାଲ ଓ ଆରଏମ୍‌ଆରସିରେ ସଂଗୃହୀତ ନମୁନା ଗୁଡିକର ପରୀକ୍ଷା କରାଯିବ। ସେହିପରି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଇଆରସି ଭିଲେଜ୍‌ର ଅର୍ବାନ ପିଏଚ୍‌ସି ଓ ପଟିଆ ସିଏଚ୍‌ସିରେ ଡେଙ୍ଗୁ ଟେଷ୍ଟିଂ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଏନଏଚ୍‌ଏମ୍‌ ପକ୍ଷରୁ ଚିଠିରେ ସମସ୍ତ ସିଏଚ୍‌ସି ଓ ପିଏଚ୍‌ସି, ବିଏମସି ଏବଂ ଅତିରିକ୍ତ ମିଶନ ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲ ନାଁ ଚିଠିରେ ଉଲ୍ଲେଖ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ....Dengue Menace: କ୍ୟାପିଟାଲ ହସ୍ପିଟାଲରେ ମିଳୁନି ବେଡ୍, ବାରଣ୍ଡାରେ ଡେଙ୍ଗୁ ରୋଗୀ

ଇତି ମଧ୍ୟରେ ବିଭିନ୍ନ ସିଏଚ୍‌ସି ଓ ପିଏଚ୍‌ସିରେ ଡେଙ୍ଗୁ ନମୁନା ଗୁଡିକ ପରୀକ୍ଷା ଲାଗି କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ବେଳେ ହସ୍ପିଟାଲ ପକ୍ଷରୁ ଗ୍ରହଣ କରାଯାଉନାହିଁ । ବିଭାଗୀୟ ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲାରେ ୧୩ ହଜାରରୁ ଊର୍ଦ୍ଧ୍ୱ ରକ୍ତ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ପାଖାପାଖି ୬୦ ପ୍ରତିଶତରୁ ଅଧିକ ଡେଙ୍ଗୁ ନମୁନା ପରୀକ୍ଷଣ କ୍ୟାପିଟାଲ ହସ୍ପିଟାଲରେ କରାଯାଉଛି ।


ପୂର୍ବରୁ କ୍ୟାପଟାଲ ହସ୍ପିଟାଲରେ ଦୈନିକ ୩୦୦ରୁ ୪୦୦ ଡେଙ୍ଗୁ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ବର୍ତ୍ତମାନ ୬୦୦ ପର୍ଯ୍ୟନ୍ତ ପରୀକ୍ଷଣ କରାଯାଉଛି । ଟେଷ୍ଟିଂ ସେଣ୍ଟର ନଥିବାରୁ ସମସ୍ତ ଟେଷ୍ଟିଂ କ୍ୟାପିଟାଲ ହସ୍ପିଟାଲରେ କରାଯାଉଛି । ହସ୍ପିଟାଲରେ ଚାପ ବଢୁଥିବା ବେଳେ ସିଏଚ୍‌ସି ଓ ପିଏଚ୍‌ସିରେ ଡେଙ୍ଗୁ ନମୁନାଗୁଡିକ ପରୀକ୍ଷା ଲାଗି କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ବେଳେ ହସ୍ପିଟାଲ ପକ୍ଷରୁ ଗ୍ରହଣ କରାଯାଉନାହିଁ । ହସ୍ପିଟାଲରେ ମାନବସମ୍ବଳ ଓ ମେସିନ୍‌ର ମଧ୍ୟ ଅଭାବ ରହିଛି । ଏପରିକି ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.