ETV Bharat / state

2ବର୍ଷ ପରେ ଜମିବ ରଙ୍ଗର ପର୍ବ ହୋଲି ! ଚଳଚଞ୍ଚଳ ଜଟଣୀର ରଙ୍ଗ ବଜାର

author img

By

Published : Mar 17, 2022, 6:18 PM IST

Updated : Mar 17, 2022, 7:16 PM IST

ଦିନ କେଇଟା ପରେ ଭାଇଚାରାର ପର୍ବ ହୋଲି, ଚଳଚଞ୍ଚଳ ଜଟଣୀର ରଙ୍ଗ ବଜାର
ଦିନ କେଇଟା ପରେ ଭାଇଚାରାର ପର୍ବ ହୋଲି, ଚଳଚଞ୍ଚଳ ଜଟଣୀର ରଙ୍ଗ ବଜାର

ଦିନକ ପରେ ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳରେ ରଙ୍ଗୀନ ହେବ ଗାଁ ଦାଣ୍ଡ । ପରସ୍ପରକୁ ଅବିର ଲଗାଇ ରଙ୍ଗର ପର୍ବ ପାଳିବେ ରାଜ୍ୟବାସୀ । ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ଜମିଲାଣି ରଙ୍ଗ ବଜାର । ରଙ୍ଗବେରଙ୍ଗର ଅବିର ସାଙ୍ଗକୁ ପିଚକାରୀ, ହର୍ବାଲ କଲର ଓ ବିଭିନ୍ନ ମୁଖାକୁ ନେଇ ଜଟଣିରେ ମେଲିଛି ରଙ୍ଗର ପସରା । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଦିନ କେଇଟା ପରେ ଭାଇଚାରାରର ପର୍ବ ବା ରଙ୍ଗର ପର୍ବ ହୋଲି । ହୋଲି ରଙ୍ଗରେ ରଙ୍ଗେଇ ହୋଇ ପର୍ବ ପାଳିବେ ରାଜ୍ୟବାସୀ । ହୋଲିକୁ ଦୃଷ୍ଟିରେ ରଖି ଏବେଠୁ ଜମିଲାଣି ରଙ୍ଗ ବଜାର । ଓଡ଼ିଶାର କୋଲକାତା ଭାବରେ ପରିଚିତ ଜଟଣୀରେ ଜମୁଛି ରଙ୍ଗର ବେପାର । ହୋଲି ପାଇଁ ଏବେ ରଙ୍ଗୀନ ହୋଇଛି ଜଟଣୀ । ହୋଲସେଲିଂର ବୃହତ ବଜାର କୁହାଯାଉଥିବା ଜଟଣୀରେ ଚଳିତ ବର୍ଷ କରୋନା କଟକଣା କୋହଳ ହେବାପରେ ଜମୁଛି ରଙ୍ଗ ବେପାର। ତେବେ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଲୋକେ ନିଜ ନିଜ ଘରେ ରଙ୍ଗ ଖେଳିପାରିବେ ।

ଚଳଚଞ୍ଚଳ ଜଟଣୀର ରଙ୍ଗ ବଜାର

ଦୀର୍ଘ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ଫିକା ପଡିଥିଲା ରଙ୍ଗର ପର୍ବ ହୋଲି। ଚଳିତ ବର୍ଷ ସାମାନ୍ୟ କୋହଳ ପରେ ହୋଲି ମନେଇବାକୁ ସମସ୍ତେ ବ୍ୟଗ୍ର । ଏଥିପାଇଁ ଛକ ବଜାର ରେ ଲାଗିଛି ଖୁଚୁରା ଦୋକାନୀଓ ଗ୍ରାହକଙ୍କ ଭିଡ଼ । ଜଟଣୀ ର ହୋଲସେଲ ବଜାରର ସିଜିନ୍ ସେଣ୍ଟର ଗୁଡିକରେ ଏବେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ରଙ୍ଗବେରଙ୍ଗର ଅବିର ସାଙ୍ଗକୁ ପିଚକାରୀ, ହର୍ବାଲ କଲର ଓ ବିଭିନ୍ନ ମୁଖାକୁ ନେଇ ଜଟଣିରେ ମେଲିଛି ରଙ୍ଗର ପସରା । ଚଳିତ ବର୍ଷ ହର୍ବାଲ କଲର, ଆଉ ବିଭିନ୍ନ ଭେରାଇଟ ର ମୁଖା ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ।

ବ୍ୟବସାୟୀ ଭଲ ଦୁଇ ପଇସା ରୋଜଗାର କରି ଖୁସି ଥିବା ବେଳେ ଗ୍ରାହକ ମାନେ ମଧ୍ୟ ବେସ ଖୁସି ଅଛନ୍ତି । ଚଳିତ ବର୍ଷ ମଧ୍ୟ ସର୍ବସାଧାରଣ ସ୍ଥାନରେ ହୋଲି ଖେଳକୁ ବାରଣ କରାଯାଇଛି। କିନ୍ତୁ ଦୋକାନ ଗୁଡିକ କଟକଣା ମୁକ୍ତ ରହିଥିବାରୁ ଜଟଣୀରେ ଥିବା ରଙ୍ଗର ହୋଲସେଲ ମାର୍କେଟରୁ ଖୁଚୁରା ବ୍ୟବସାୟୀ କମ ଦାମରେ ରଙ୍ଗ କିଣି ବ୍ୟବସାୟ ଆରମ୍ଭ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Mar 17, 2022, 7:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.