ETV Bharat / state

Hockey World Cup : ଭୁବନେଶ୍ବରରେ ପହଁଞ୍ଚିଲା ଟ୍ରଫି, ସ୍ବାଗତ କଲେ ହକି ଇଣ୍ଡିଆ ସଭାପତି

author img

By

Published : Dec 25, 2022, 8:33 PM IST

୨୧ ଦିନ ମଧ୍ୟରେ ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିବା ପରେ ରବିବାର ଭୁବନେଶ୍ବରରେ ପହଞ୍ଚିଛି ହକି ବିଶ୍ବକପ ଟ୍ରଫି । ଅଧିକ ପଢ଼ନ୍ତୁ

ଟ୍ରଫିକୁ ସ୍ବାଗତ କରୁଛନ୍ତି  ହକି ଇଣ୍ଡିଆ ସଭାପତି ଓ ଭୁବନେଶ୍ବର ମେୟର
ଟ୍ରଫିକୁ ସ୍ବାଗତ କରୁଛନ୍ତି ହକି ଇଣ୍ଡିଆ ସଭାପତି ଓ ଭୁବନେଶ୍ବର ମେୟର

Hockey World Cup : ଭୁବନେଶ୍ବରରେ ପହଁଞ୍ଚିଲା ଟ୍ରଫି ଟୁର, ସ୍ବାଗତ କଲେ ହକି ଇଣ୍ଡିଆ ସଭାପତି

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପକୁ ଆଉ ମାତ୍ର 18 ଦିନ ବାକି ରହିଛି । ଦିନ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । ଏହାରି ମଧ୍ୟରେ FIH ଓଡ଼ିଶା ପୁରୁଷ ହକି ବିଶ୍ବକପ ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ଆସି ପହଞ୍ଚିଛି । ହକି ବିଶ୍ବକପ ଟ୍ରଫି ପରିକ୍ରମାକୁ ଭୁବନେଶ୍ବରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତ ବେହେରା ଏବଂ ବିଏମସି କମିଶନର ସୁଲୋଚନା ଦାସ ଏହି ଟ୍ରଫି ସହିତ ଭୁବନେଶ୍ଵରରେ ପରିକ୍ରମା କରିଛନ୍ତି ।

ହକି ବିଶ୍ବକପ ଟ୍ରଫିଟିକୁ ବିମାନ ବନ୍ଦରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖରେ ସମସ୍ତ ସ୍ବାଗତ କରିଥିଲେ । ଲିଙ୍ଗରାଜ ମନ୍ଦିର, ସୋଆ ୟୁନିଭର୍ସିଟି, ଏସପ୍ଲାନେଡ ମଲ ଏବଂ କିଟ୍ ୟୁନିଭର୍ସିଟି ଆଦି ପରିକ୍ରମା କରିବା ନେଇ ଯୋଜନା ରହିଛି । ଏହାପରେ ବିଶ୍ବକପ ଟ୍ରଫି ନୟାଗଡ଼ ଅଭିମୁଖେ ଯାତ୍ରା କରିବ । ୨୧ ଦିନ ମଧ୍ୟରେ ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିସାରିଲେଣି । ଡିସେମ୍ବର ୨୫ରେ ଟ୍ରଫି ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିବା ପରେ ଓଡ଼ିଶା ଫେରିଛି । ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ ଟ୍ରଫି । ହକିର ଏନ୍ତୁଡିଶାଳ ସୁନ୍ଦରଗଡ଼ର ୧୭ଟି ବ୍ଲକରେ ଟ୍ରଫି ପରିକ୍ରମା କରିବା ନେଇ ଯୋଜନା ରହିଛି ।

ଜାନୁଆରୀ 13ରୁ ଭୁବନେଶ୍ବର ଓ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ବକପ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । ସେପଟେ ବିଶ୍ବକପ ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ଖେଳିବ ଭାରତୀୟ ଟିମ । ଅମିତ ରୋହିଦାସ ଉପ ଅଧିନାୟକ ରହିବେ । ଭାରତୀୟ ଦଳରେ ଦୁଇ ଓଡିଆ ଖେଳାଳି ସମିଲ ହୋଇଛନ୍ତି । ଅମିତଙ୍କ ସହ ଟିମ୍‌ରେ ସ୍ଥାନ ପାଇଛନ୍ତି ନୀଲମ ସଞ୍ଜୀପ ।

ଇଟିଭି ଭାରତ, ଭୁବନନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.