ETV Bharat / state

ହକି ରାଜନୀତି: ବିରୋଧୀଙ୍କ ସମାଲୋଚନା, କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

author img

By

Published : Jan 12, 2023, 7:58 AM IST

ହକି ରାଜନୀତି, ବିରୋଧୀଙ୍କ ସମାଲୋଚନା, କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା
ହକି ରାଜନୀତି, ବିରୋଧୀଙ୍କ ସମାଲୋଚନା, କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା

ବିରୋଧୀଙ୍କ ଅଭିଯୋଗର କଡା ଜବାବ ଦେଇଛି ବିଜେଡି । ହକିକୁ ନେଇ ରାଜନୀତିକୁ ନାପସନ୍ଦ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସର୍ବଦଳୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରୁଥିବା ବେଳେ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ଶାସକ ଦଳ । ସେପଟେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ହକି କ୍ଷେତ୍ରରେ ଓଡିଶା କାମକୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ହକିକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି । ହକି ୱାର୍ଲ୍ଡ଼ କପ ସେଲିବ୍ରେସନ ଆଳରେ ଗ୍ରାମସଭା କରି ନବୀନଙ୍କ ପ୍ରଚାର କରାଯାଉଥିବା ଅଭିଯୋଗ କରିଛି ବିଜେପି । ନବୀନଙ୍କ ମଳିନ ପଡ଼ିଯାଇଥିବା ଛବି ଉପରେ ପରଦା ପକାଇବା, ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ଘଣ୍ଟ ଘୋଡାଇବା ପାଇଁ ଏଭଳି ଗ୍ରାମ ସଭା କରାଯାଉଛି ବୋଲି ବିଜେପି ଅଭିଯୋଗ ଆଣିଛି । ଦଳ ଓ ବିଜେଡି ସଭାପତିଙ୍କ ପ୍ରଚାର ଲାଗି ବ୍ୟବସ୍ଥା କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ । ଆଉ ଏହାର ଜବାବ ରଖିଛି ବିଜେଡି ।

ବିରୋଧୀଙ୍କ ଅଭିଯୋଗର କଡା ଜବାବ ଦେଇଛି ବିଜେଡି । ହକିକୁ ନେଇ ରାଜନୀତିକୁ ନାପସନ୍ଦ କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । ସର୍ବଦଳୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରୁଥିବା ବେଳେ ଦଳର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ଶାସକ ଦଳ । ସେପଟେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ହକି କ୍ଷେତ୍ରରେ ଓଡିଶା କାମକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ନୂଆ ଷ୍ଟାଡିଅମ ତିଆରି କରି ଓଡିଶା ବିଶ୍ଵକପ ଆୟୋଜନ କରିଛି । ଭବ୍ୟ ଆୟୋଜନ ହୋଇଥିବାରୁ ଭାରତର ଏକ ଭଲ ସନ୍ଦେଶ ସାରା ବିଶ୍ଵକୁ ଯିବ ବୋଲି ସେ କହିଛନ୍ତି ।

ଗତ କିଛି ଦିନ ଧରି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଛକା ପଞ୍ଝା ଜାରି ରହିଛି । ଏମିତି ସମୟରେ ଗୋଟେ କେନ୍ଦ୍ରୀୟ ନେତା ହକି ଆୟୋଜନକୁ ପ୍ରସଂଶା କରୁଥିବା ବେଳେ ଦଳୀୟ ନେତାଙ୍କ ବିରୋଧ ରାଜ୍ୟ ରାଜନୀତିକୁ ଅଧିକ ରୋଚକ କରିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.