ETV Bharat / state

Cyclone Mocha: 7ରୁ ଫେରିବ ତାତି, ଆଉ 2ଦିନ କାଳବୈଶାଖୀ ଆଲର୍ଟ; ୯ ତାରିଖ ପରେ ବାତ୍ୟା ସମ୍ଭାବନା

author img

By

Published : May 4, 2023, 6:04 PM IST

IMD predicts Cyclone Mocha
IMD predicts Cyclone Mocha

ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୭ରେ ଲଘୁଚାପ, ୮ରେ ଅବପାତ ଓ ୯ ତାରିଖରେ ବାତ୍ୟା ସୃଷ୍ଟି ହୋଇପାରେ। ଯାହାର ନାଁ ‘ମୋଚା’ ରଖାଯାଇଛି। ଅଧିକ ପଢନ୍ତୁ

IMD predicts Cyclone Mocha

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପାଣିପାଗ ବିଭାଗର ଆକଳନ ଅନୁସାରେ , ଆସନ୍ତା 6 ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୃର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି ଏହା ଘନୀଭୂତ ହୋଇ ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା 9 ତାରିଖରେ ବାତ୍ୟାର ରୂପ ନେଇପାରେ। ଯଦି ଏହି ବାତ୍ୟା ହୁଏ ତେବେ ତାହାର ନାଁ 'ମୋଚା' ରଖାଯିବ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ବାତ୍ୟା ଓ୍ବାର୍ଣ୍ଣିଂ ନାହିଁ। ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟାର ଗତିପଥ କେନ୍ଦ୍ରୀୟ ବାଙ୍ଗୋପ ସାଗର ଦେଇ ମିଆଁମାର ଆଡକୁ ଯିବାର ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ କୁହଯାଇଛି। ସେହିପରି ଓଡ଼ିଶାର ଉପକୂଳରେ ମତ୍ସଜୀବୀଙ୍କ ପାଇଁ ମଧ୍ୟ କୌଣସି ୱାର୍ଣ୍ଣିଂ ନାହିଁ । ସେପଟେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ମତରେ ୧୧ ତାରିଖ ଯାଏଁ ବାତ୍ୟା ସମୁଦ୍ର ମଧ୍ୟରେ ରହିବ । ସମୁଦ୍ରରେ ଏହି ସମୟର ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୨୦୦ କିମି ରହିବା ସମ୍ଭାବନା ରହିଛି।

ସେହିପରି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ତୀବ୍ରତା,ଗତିପଥ ସଂପର୍କରେ ଜଣାପଡିବ । ତେବେ ବର୍ତ୍ତମାନର ଆକଳନ ଅନୁସାରେ ବାତ୍ୟାର ଗତିପଥ କେନ୍ଦ୍ରୀୟ ବାଙ୍ଗୋପ ସାଗର ଦେଇ ମିଆଁମାର ଆଡକୁ ଯିବାର ସମ୍ଭାବନା ରହିଥିବା ବେଳେ ୭ ଠାରୁ ଆଣ୍ଡାମାନ ନିକୋବର ପାଇଁ ରହିଛି ସତର୍କ ସୂଚନା। କାରଣ ସେହି ସମୟରେ ପବନର ବେଗ ୪୦ ରୁ ୬୦ କିମି ମିଟର ବେଗରେ ବହିବା ସହ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ସମୁଦ୍ର ମଧ୍ୟକୁ ଯିବାକୁ ବିଭାଗ ବାରଣ କରିଛି।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଛି। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର ଯଶିପୁର ଠାରେ ସର୍ବାଧିକ ୭୯.୦ ବର୍ଷ ରେକର୍ଡ କରାଯାଇଛି। ସର୍ବାଧିକ ବାତ୍ୟା ନୂଆପଡାରେ ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି କିମ୍ବା ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ କିଛି ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଦିଆଯାଇଛି । ଆଗାମୀ 2ଦିନ ଯାଏ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ବେଳେ 2ଦିନ ପରେ ପାଗର ପରିବର୍ତ୍ତନ ଆସିବ । ଏଥିସହ କାଳବୈଶାଖୀ କମିବା ପରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ମତରେ , ବାତ୍ୟା ୧୧ ତରିଖ ଯାଏଁ ସମୁଦ୍ର ମଧ୍ୟରେ ରହିବ। ସମୁଦ୍ରରେ ଏହି ସମୟର ପବନର ବେଗ ଘଣ୍ଟା ପ୍ରତି ୧୫୦ରୁ ୨୦୦ କିମି ରହିବା ସମ୍ଭାବନା ରହିଛି। ବାତ୍ୟା ୧୨ ତାରିଖ କିମ୍ବା ଏହା ପରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ଶରତ ସାହୁ କହିଛନ୍ତି। ସେପଟେ ବାତ୍ୟା ମୁକାବିଲ ପାଇଁ ସମସ୍ତ ଜିଲ୍ଲପାଳଙ୍କୁ ଆଲର୍ଟ ରଖାଯାଇଥିବା ବେଳେ ସରକାରଙ୍କ ନଜର ରହିଛି । ଅନ୍ୟପଟେ ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରା ବଢିବା ସହ ୭ ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ୪୦ ଡିଗ୍ରୀ ତାପମାତ୍ରା ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସମ୍ଭାବ୍ୟ ବାତ୍ୟାର ନାଁ ‘ମୋଚା’ ରଖାଯିବ । କାରଣ ଏହି ନାଁକୁ ୟେମେନ୍ ସୁପାରିଶ କରିଛି । ଏହାର ନାମକରଣ ୟେମେନର ଏକ ସହର ମୋଚା Mocha (or Mokha) ନାମରେ ନାମିତ ହେବ । କାରଣ ଏହି ସହର ରେଡ୍(ନାଲି) ସମୂଦ୍ର କୂଳରେ ଆବସ୍ଥିତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.