ETV Bharat / state

Dengue menace: ବଢୁଛି ଡେଙ୍ଗୁ, କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା

author img

By

Published : Aug 19, 2023, 9:58 PM IST

ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା । ରୋଗୀ ଚିକିତ୍ସା, ଭିତ୍ତିଭୂମି ଏବଂ ଖାଦ୍ୟରମାନ ଯାଞ୍ଚ କଲା ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା
ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଦିନକୁ ଦିନ ଡେଙ୍ଗୁର ସଂଖ୍ୟା ବଢିବାରେ ଲାଗିଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ସଂଖ୍ୟା ବଢୁଥିବା କାରଣରୁ କ୍ୟାପିଟାଲ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରୋଗୀ ଚିକିତ୍ସା, ବେଡ଼ର ସ୍ଥିତି ଏବଂ ଖାଦ୍ୟରମାନ ଯାଞ୍ଚ କରାଯାଇଛି । ଏପଟେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ରୋଗୀଙ୍କ ସଂଖ୍ୟା ରହିଛି । ଖୋର୍ଦ୍ଧାରେ 2 ହଜାର ପରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ନିର୍ଦ୍ଦେଶକ କହିଛନ୍ତି ।

ଏନେଇ କ୍ୟାପିଟାଲ ହସ୍ପିଟାଲରେ ସର୍ବାଧିକ ରୋଗୀ ଆଡ଼ମିଶନ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲା ସମେତ ନୟାଗଡ଼, ପୁରୀ, କଟକ ଏବଂ ଅନେକ ଜିଲ୍ଲାରୁ ଆସି କ୍ୟାପିଟାଲ ହସ୍ପିଟାଲରେ ଆଡ଼ମିଶନ ହେଉଛନ୍ତି ରୋଗୀ । ତେବେ ଏହାଦ୍ବାରା ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲ ଉପରେ ଅତ୍ୟଧିକ ଚାପ୍ ରହିଛି । ଯଦି ଏଭଳି ଭାବରେ ରୋଗୀଙ୍କ ସଂଖ୍ୟା ବଢେ ତେବେ ଆଗାମୀ ଦିନରେ ମଧ୍ୟ ବେଡ଼ ସଂଖ୍ୟା ବଢାଇବା ପାଇଁ ନିଷ୍ପତି ନିଆଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଉଛନ୍ତି ।ଏପଟେ ରାଜ୍ୟରେ ଦିନକୁ ଦିନ କାୟା ମେଲାଉଛି ଡେଙ୍ଗୁ। ଗତବର୍ଷ ତୁଳନାରେ ଚଳିତ ବର୍ଷ ପାଜିଟିଭ ହାର ବଢ଼ିଥିବା ବେଳେ ପରୀକ୍ଷଣ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଧିକ କରାଯାଇଛି। ସେହିପରି ଭାବରେ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ବିଭାଗର ମିଳିତ ସ୍ଵତନ୍ତ୍ର ଦଳ ଘରକୁ ଘର ବୁଲି ଲୋକଙ୍କୁ ସତର୍କତା କରାଯାଉଛି।

ଅଧିକ ପଢନ୍ତୁ: କାୟା ମେଲାଉଛି ଡେଙ୍ଗୁ, ପାର୍କ ଏବଂ ସ୍କୁଲ୍‌ ଉପରେ ଅଧିକ ଫୋକସ

ଡେଙ୍ଗୁକୁ ନେଇ ବିଭାଗୀୟ ତଥ୍ୟ ଅନୁଯାୟୀ, ରାଜ୍ୟରେ ଅଗଷ୍ଟ ୧୬ ତାରିଖ ସୁଦ୍ଧା ୨୩ ହଜାର ୭୦୩ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୨ ହଜାର ୧୧୧ ଜଣ ଡେଙ୍ଗୁ ପାଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ଠିକ ଏହି ସମୟେ ୧୭ହଜାର ୩୬୨ ରକ୍ତ ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୧ ହଜାର ୪୪୧ ଜଣ ଡେଙ୍ଗୁ ପଯିଟିଭ୍ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ଖୋର୍ଦ୍ଧାରେ ୧ ହଜାର ୧୫୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରେ ୧୭୯, ପୁରୀରେ ୧୫୦, କଟକରେ ୧୨୫, ଗଞ୍ଜାମ ରେ ୧୦୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨ ଟି ଜିଲ୍ଲାରେ ପାଜିଟିଭ କେସ ଶୂନ୍ୟ ରହିଥିବା ବେଳେ ୧୪ ଟି ଜିଲ୍ଲାରେ ଏକ ଘର ବିଶିଷ୍ଟ ପଯିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ଜନିତ ମୃତ୍ୟୁ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.