ETV Bharat / state

Assembly News: ଶିକ୍ଷକ ପଦ ପୂରଣ କରିବା ଲାଗି ନିଆଯାଉଛି ପଦକ୍ଷେପ: ମନ୍ତ୍ରୀ

author img

By

Published : Nov 30, 2022, 7:27 PM IST

Etv Bharat
Etv Bharat

ରାଜ୍ୟରେ ବିଭିନ୍ନ ସ୍କୁଲରେ ଫାଙ୍କା ପଡିଛି ପ୍ରଧାନ ଶିକ୍ଷକ ଓ ଶିକ୍ଷକ ପଦ । ପଦବୀ ପୂରଣ ଲାଗି ସରକାର ନେଉଛନ୍ତି ପଦକ୍ଷେପ । ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ସ୍କୁଲରେ ଫାଙ୍କା ପଡିଛି ପ୍ରଧାନ ଶିକ୍ଷକ ଓ ଶିକ୍ଷକ ପଦ । ପଦବୀ ପୂରଣ ଲାଗି ସରକାର ନେଉଛନ୍ତି ପଦକ୍ଷେପ । ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, 14 ହଜାର 697 ଲେବେଲ 3 ବରିଷ୍ଠ ହେଡ ମାଷ୍ଟର, 4545 ଲେବେଲ ହେଡ ମାଷ୍ଟର, 6777 ଲେବେଲ 4 ଗ୍ରାଜୁଏଟ କଳା ଶିକ୍ଷକ, 15865 ଶିକ୍ଷକ ଲେବେଲ 5 ବିଜ୍ଞାନ, 6448 ଲେବେଲ 5 ଶିକ୍ଷକ ପଦବୀ ଖାଲି ପଡିଛି । ଏହା ପଦୋନ୍ନତି ମାଧ୍ୟମରେ ପୂରଣ କରିବାକୁ ପଦକ୍ଷେପ ନିଆଯାଉଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ 1178 ଶିକ୍ଷକ ପଦବୀ ଖାଲି ପଡିଛି ।

ଏହାବି ପଢନ୍ତୁ- ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ, ଉଦଘାଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ Live

2019ରୁ 23 ଭିତରେ ଦୁଇଟି ପର୍ଯ୍ୟାୟରେ ଶିକ୍ଷକ ନିଯୁକ୍ତି ଦିଆଯାଉଛି । ଏଥିରୁ 14404 ଜଣଙ୍କୁ ନିଯୁକ୍ତି ମିଳିଛି । ଦ୍ୱିତୀୟ ପର୍ଯ୍ୟାୟରେ 2244 ମାଧ୍ୟମିକ ଶିକ୍ଷକ ପଦବୀ ପୂରଣ କରାଯିବ । 7540 ଶିକ୍ଷକ ନିଯୁକ୍ତି ପାଇଁ OSSC ବିଜ୍ଞାପନ ବାହାର କରିଛି । 2259 କନିଷ୍ଠ ସହାୟକ ପଦବୀ ପୂରଣ ପାଇଁ OSSSB କୁ ନିବେଦନ କରାଯାଇଛି । ଅନେକ ସ୍କୁଲରେ ଅତିଥି ଶିକ୍ଷକ ପାଠ ପଢ଼ାଉଛନ୍ତି ।

ଏହାବି ପଢନ୍ତୁ- Video: କା’ ମନ୍ତ୍ରୀ ଗୋଳେଇ ଘାଣ୍ଟି ଉତ୍ତର ଦେଉଛନ୍ତି କହିଲେ ତାରା

ରାଜ୍ୟରେ 1922 ଧନ୍ଦାମୂଳକ ଶିକ୍ଷକ ଓ 64 ସଂଯୋଜକ କାର୍ଯ୍ୟରତ ଅଛନ୍ତି । 1048 PGT ଶିକ୍ଷକ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି । 335 ପଦବୀ ପାଇଁ OPSC ପ୍ରକ୍ରିୟା ଜାରି ରଖିଛି । ଯେଉଁଥିରୁ 7ଟି ବିଷୟରେ ନିୟୋଜନ ସାରିଥିବାବେଳେ 17 ବିଷୟରେ ପ୍ରକ୍ରିୟା ଚାଲିଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ଉତ୍ତର ରଖିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।

ଇଟିଭି ଭାରତ, ଓଡିଶା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.