ETV Bharat / state

କ୍ଷୟକ୍ଷତି ଆକଳନ ପରେ ସହାୟତା; ପ୍ଲଟ ୱାରୀ ରିପୋର୍ଟ ଦେବେ ଦୁଇ ବିଭାଗର ମିଳିତ ଟିମ: ଓଏସଡମା ନିର୍ଦ୍ଦେଶକ

author img

By ETV Bharat Odisha Team

Published : Dec 7, 2023, 10:48 PM IST

କ୍ଷୟକ୍ଷତି ଆକଳନ ପରେ ସହାୟତା; ପ୍ଲଟ ୱାରୀ ରିପୋର୍ଟ ଦେବେ ଦୁଇ ବିଭାଗର ମିଳିତ ଟିମ : ଓଏସଡମା ନିର୍ଦ୍ଦେଶକ
କ୍ଷୟକ୍ଷତି ଆକଳନ ପରେ ସହାୟତା; ପ୍ଲଟ ୱାରୀ ରିପୋର୍ଟ ଦେବେ ଦୁଇ ବିଭାଗର ମିଳିତ ଟିମ : ଓଏସଡମା ନିର୍ଦ୍ଦେଶକ

ବାତ୍ୟା ଜନିତ ବର୍ଷା ପ୍ରଭାବରେ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । 12 ତାରିଖରେ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ କୃଷି ଓ ରାଜସ୍ବ ଅଧିକାରୀ ମିଳିତ ଭାବେ ପ୍ଲଟ ୱାରୀ ତଦନ୍ତ କରି ରିପୋର୍ଟ ଦେବାକୁ ରହିଛି ନିର୍ଦ୍ଦେଶ । କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ନିୟମ ଅନୁଯାୟୀ ଚାଷୀଙ୍କୁ କୃଷି ଇନପୁଟ ସବସିଡି ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ

କ୍ଷୟକ୍ଷତି ଆକଳନ ପରେ ସହାୟତା; ପ୍ଲଟ ୱାରୀ ରିପୋର୍ଟ ଦେବେ ଦୁଇ ବିଭାଗର ମିଳିତ ଟିମ : ଓଏସଡମା ନିର୍ଦ୍ଦେଶକ

ଭୁବନେଶ୍ବର: ବାତ୍ୟା ଜନିତ ବର୍ଷା ପ୍ରଭାବରେ କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର । 12 ତାରିଖରେ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ କୃଷି ଓ ରାଜସ୍ବ ଅଧିକାରୀ ମିଳିତ ଭାବେ ପ୍ଲଟ ୱାରୀ ତଦନ୍ତ କରି ରିପୋର୍ଟ ଦେବାକୁ ରହିଛି ନିର୍ଦ୍ଦେଶ । କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ନିୟମ ଅନୁଯାୟୀ ଚାଷୀଙ୍କୁ କୃଷି ଇନପୁଟ ସବସିଡି ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଓଏସଡମା ନିର୍ଦ୍ଦେଶକ ଡ଼. ଜ୍ଞାନ ରଞ୍ଜନ ଦାସ ।

ଓଏସଡ଼ମା ନିର୍ଦ୍ଦେଶକ ଡ଼. ଜ୍ଞାନ ରଞ୍ଜନ ଦାସଙ୍କ ସୂଚନା ଅନୁସାରେ, ବାତ୍ୟା ପ୍ରଭାବରେ ଗତ ଦୁଇ ଦିନ ହେଲା ବର୍ଷା ଲାଗି ରହିଥିଲା । 5 ଓ 6 ତାରିଖରେ ମଧ୍ୟ ବର୍ଷା ହୋଇଛି । ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇଛି । ମାଲକାନଗିରି, ଗଜପତି, କୋରାପୁଟ, ନବରଙ୍ଗପୁରରେ ବର୍ଷା ହୋଇଛି । ଗଲା କାଲି ରାତିରେ ସୁନ୍ଦରଗଡର କିଛି ଅଞ୍ଚଳରେ ବର୍ଷା ହୋଇଛି । ମିଗଜୋମ ବାତ୍ୟା ପ୍ରଭାବରେ ଅବେଳରେ ବର୍ଷା ହୋଇଛି । ଏଥି ଯୋଗୁଁ ଏସଆରସିଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଚିଠି ହୋଇଛି । କୃଷି ଓ ଉଦ୍ୟାନ କୃଷି କ୍ଷୟକ୍ଷତିର ସେମାନେ ଆକଳନ କରିବେ । କୃଷି ଓ ରାଜସ୍ବ ବିଭାଗ ଅଧିକାରୀଙ୍କ ସମନ୍ଵୟରେ ଗାଁ, ପଞ୍ଚାୟତ, ବ୍ଲକ ସ୍ତରରେ କ୍ଷୟକ୍ଷତିର ଆକଳନ ହେବ । ସେମାନେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ । ଏହି ରିପୋର୍ଟକୁ ରାଜସ୍ବ ଓ କୃଷି ବିଭାଗର ଅଧିକାରୀ ସମୀକ୍ଷା କରିବେ । ଏହା ପରେ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯିବ । ଆସନ୍ତା 12 ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କାରିବାକୁ କୁହାଯାଇଛି ।

ଅଧିକ ପଢନ୍ତୁ- ଏସଆରସି ମାଗିଲେ ମିଗଜୋମ ପ୍ରଭାବରେ କ୍ଷୟକ୍ଷତି ରିପୋର୍ଟ

ସୂଚନା ଅନୁସାରେ ବାତ୍ୟା ମିଗଜୋମ ପ୍ରଭାବରେ ବର୍ଷା ଯୋଗୁଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଫସଲ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ନିୟମ ଅନୁଯାୟୀ 33% କିମ୍ବା ତା’ଠାରୁ ଅଧିକ ଫସଲ ନଷ୍ଟ ହେଉଥିବା ଚାଷୀଙ୍କୁ କୃଷି ଇନପୁଟ ସବସିଡି ଯୋଗାଇ ଦିଆଯିବ । ଡିସେମ୍ବର 12 ତାରିଖ ସୁଦ୍ଧା ୟୁଏଲବି, ବ୍ଲକ, ଗ୍ରାମପଞ୍ଚାୟତ, ଗ୍ରାମଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫସଲ କ୍ଷୟକ୍ଷତିର ଆକଳନ ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜମି ସୂଚୀ ଭୁଲେଖଙ୍କଠାରୁ ଯାଞ୍ଚ କରାଯିବ । କ୍ଷତିଗ୍ରସ୍ତ ଫସଲ ଅଞ୍ଚଳର ଜିଓ ଟ୍ୟାଗ ଓ ଟାଇମ ଷ୍ଟାମ୍ପ ହୋଇଥିବା ଫଟୋ ଉଠାଇ କେସ ରେକର୍ଡରେ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମିଗଜୋମ ପ୍ରଭାବରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ସର୍ବାଧିକ 106 ମିଲିମିଟର ବର୍ଷା ହୋଇଛି । ଅନ୍ୟ ଅଞ୍ଚଳରେ ଟିକେ କମ ବର୍ଷା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.