ETV Bharat / state

ପୂର୍ଣ୍ଣ ଆଶ୍ବସ୍ତି, ରାଜ୍ୟରୁ ହଟିଲା ସମସ୍ତ କୋଭିଡ କଟକଣା

author img

By

Published : Nov 19, 2022, 9:23 PM IST

ରାଜ୍ୟରେ ସମସ୍ତ ପ୍ରକାର କୋଭିଡ କଟକଣା ଉଠାଇଲେ ସରକାର
ରାଜ୍ୟରେ ସମସ୍ତ ପ୍ରକାର କୋଭିଡ କଟକଣା ଉଠାଇଲେ ସରକାର

ରାଜ୍ୟରେ ଉଠିଲା ସମସ୍ତ ପ୍ରକାର କୋଭିଡ କଟକଣା (government withdraw covid measures) । ବର୍ତ୍ତମାନର ସ୍ଥିତିକୁ ଦେଖି 2020ରେ ଲାଗୁ ହୋଇଥିବା ଓଡିଶା COVID-19 ନିୟମାବଳୀକୁ ଉଠାଇ ନେବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ସମସ୍ତ ପ୍ରକାର କୋଭିଡ଼ କଟକଣାକୁ ସରକାର ପ୍ରତ୍ୟାହାର କରିଛନ୍ତି (government withdraw covid measures)। ଏବେ ପୂର୍ବରୁ ଲାଗୁ ହୋଇଥିବା କୋଭିଡ କଟକଣା ଅନୁପାଳନ କରିବା ବାଧ୍ୟତାମୂଳକ ନୁହେଁ । ଗତ କିଛି ମାସରେ କୋଭିଡ ସଂକ୍ରମଣରେ ହ୍ରାସ ଓ ବର୍ତ୍ତମାନର ସ୍ଥିତି ସମୀକ୍ଷା ଆଧାରରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସଂକ୍ରମଣ ଆରମ୍ଭ ହେବା ପରେ 2020ରେ ଏହି କଟକଣା ଲାଗୁ ହୋଇଥିଲା ।

ରାଜ୍ୟରୁ ହଟିଲା ସମସ୍ତ କୋଭିଡ କଟକଣା
ରାଜ୍ୟରୁ ହଟିଲା ସମସ୍ତ କୋଭିଡ କଟକଣା

ରାଜ୍ୟରେ ଗତ କିଛି ମାସ ମଧ୍ୟରେ COVID-19 ସଂକ୍ରମଣ ମାମଲା ଯଥେଷ୍ଟ ହ୍ରାସ ପାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଓଡିଶା ‘COVID-19 ନିୟମାବଳୀ’କୁ ପ୍ରତ୍ୟାହାର କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 13 ଲକ୍ଷ 36 ହଜାର 304 ଜଣ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଏହାସହ 9 ହଜାର 2ଶହ 4ଜଣ (9,204)ଙ୍କର ମୃତ୍ୟୁ ହୋଇଛି । ସେହିପରି ଏବେ ରାଜ୍ୟରେ ମାତ୍ର 132 ଜଣ ସକ୍ରିୟ କୋଭିଡ ସଂକ୍ରମିତ ଥିବା ସରକାରୀ ତଥ୍ୟ କହୁଛି ।

ରାଜ୍ୟରୁ ହଟିଲା ସମସ୍ତ କୋଭିଡ କଟକଣା
ରାଜ୍ୟରୁ ହଟିଲା ସମସ୍ତ କୋଭିଡ କଟକଣା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.