ETV Bharat / state

Gobinda Sahu Suicide Case: ହତ୍ୟା ଅଭିଯୋଗ ଆଣିଲେ ବିରୋଧୀ, ଜବାବ ରଖିଲା ବିଜେଡି

author img

By

Published : Dec 20, 2022, 5:01 PM IST

Updated : Dec 20, 2022, 10:24 PM IST

santosh singh saluja
santosh singh saluja

ରାଜ୍ୟର ବହୁ ଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ବଲାଙ୍ଗିର କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବା ଜେଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଚର୍ଚ୍ଚିତ ଘଟଣାର ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଘଟଣାକୁ ଗ୍ରହଣ କରିନାହାଁନ୍ତି ବିରୋଧୀ । ଅଧିକ ପଢନ୍ତୁ

Gobinda Sahu suicide case: ହତ୍ୟା ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ବର: ରାଜ୍ୟର ବହୁ ଚର୍ଚ୍ଚିତ ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ( ମଙ୍ଗଳବାର) ବଲାଙ୍ଗିର କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବା ଜେଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଚର୍ଚ୍ଚିତ ଘଟଣାର ମୁଖ୍ୟ ଅଭିଯୁକ୍ତର ଆତ୍ମହତ୍ୟା ଘଟଣାକୁ ଗ୍ରହଣ କରିନାହାଁନ୍ତି ବିରୋଧୀ । ଘଟଣା ଆଉ କିଛି ଘଟିଥାଇପାରେ ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ଓ କଂଗ୍ରେସ । ଅଭିଯୁକ୍ତ ଗୋବିନ୍ଦଙ୍କୁ ହତ୍ୟା କିମ୍ବା ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।

ଘଟଣା ପରେ ପରେ ସ୍ଥାନୀୟ(କଣ୍ଟାବାଞ୍ଜି) ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରି କହିଛନ୍ତି ଆତ୍ମହତ୍ୟା ନୁହେଁ ତାଙ୍କୁ ଷଡଯନ୍ତ୍ର କରି ମାରିଦିଆଯାଇଛି । ଘଟଣାର ସିବିଆଇ ତଦନ୍ତ ହେବାର ଆବଶ୍ୟକତା ରହିଛି । ଯେହେତୁ ମମିତା ମେହେର ହତ୍ୟାକାଣ୍ଡରେ ହାଇପ୍ରୋଫାଇଲ ନେତା, ମନ୍ତ୍ରୀଙ୍କ ରହିଛି ସେମାନଙ୍କୁ କ୍ଲିନଚିଟ ଦେବା ପାଇଁ ମୁଖ୍ୟ ଅଭିଯୁକ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ସାଲୁଜା ।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି କାରଣ ଅଛି ତାହା ସନ୍ଦେହ ଜନକ। ଏହି ଘଟଣା ଉପରୁ ସନ୍ଦେହ ଦୂର ପାଇଁ ହାଇକୋର୍ଟଙ୍କ ଦ୍ଵାରା ଏକ ଏସଆଇଟି ଗଠନ କରି ତଦନ୍ତ କରାଯାଉ। ଯିଏ ମୁଖ୍ୟ ଅଭିଯୁକ୍ତ ସେ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି କରିଛନ୍ତି ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନିୟମ ଅନୁସାରେ କୌଣସି ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ହେଲେ ମାମଲା ବି ବନ୍ଦ ହୋଇଯାଏ । ଯଦି ଏହି ଷଡଯନ୍ତ୍ର ହୋଇଥାଏ ତେବେ ମମିତା ମେହେର ହତ୍ୟାକାଣ୍ଡରେ ଲିଙ୍କ ଥିବା ବିଧାୟକ ମନ୍ତ୍ରୀଙ୍କର ଅସଲ ଚେହେରା ସବୁଦିନ ପାଇଁ ଲୁଚିଯିବ ବୋଲି କହିଛନ୍ତି ।

ସେପେଟେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି । ଅମର କହିଛନ୍ତି କୋର୍ଟରେ ମାମଲା ବିଚାରାଧିନ ଅଛି । ସେ ସଂକ୍ରାନ୍ତରେ ରାଜନୈତିକ ବୟାନ ବାଜି ଠିକ ନୁହେଁ । ଯିଏ ଆତ୍ମହତ୍ୟା କରୁ କି ନ କରୁ ତାହା କୋର୍ଟ ପରିସରକୁ ଆସିବ । ଯେହେତୁ ଗୋବିନ୍ଦ ସାହୁ ମୁଖ୍ୟ ଅଭିଯୁକ୍ତ । ନ୍ୟାୟାଳୟରେ ମମିତା ମାମଲା ଥିବାରୁ ଯାହା କାର୍ଯ୍ୟକ୍ରମ ହେବ କୋର୍ଟରେ ବିଚାର ହେବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 20, 2022, 10:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.