ETV Bharat / state

ରୋଷେଇ କରିବାବେଳେ ଫାଟିଲା ଗ୍ୟାସ ଟାଙ୍କି; ପରିବାରର ୫ ଆହତ, ୨ ଗୁରୁତର

author img

By

Published : Aug 19, 2021, 12:01 PM IST

ଖୋର୍ଦ୍ଧାରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଆହତ, ୨ ଗୁରୁତର । ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ...

ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଆହତ ୨ ଗୁରୁତର
ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଆହତ ୨ ଗୁରୁତର

ଖୋର୍ଦ୍ଧା: ଜିଲ୍ଲାରେ ଗ୍ୟାସ ଟାଙ୍କି ଫାଟିବାରୁ ୫ ଜଣ ଆହତଙ୍କ ସହ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଆହତ ୨ ଗୁରୁତର

ସୂଚନା ଅନୁଯାୟୀ ଆଜି(ଗୁରୁବାର) ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ରୋଷେଇ ସମୟରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା । ପରିବାରର ୭ ଜଣ ସଦସ୍ୟ ଆହତ ହୋଇଥିବାବେଳେ ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ପ୍ରଥମେ ଗମ୍ଭାରୀମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଗ୍ୟାସ ଟାଙ୍କି କାହିଁକି ଫାଟିଲା ତାର ତଦନ୍ତ ଚଳାଇଛି ପୋଲିସ ଏବଂ ଦମକଳ ବାହିନୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.