ETV Bharat / state

EDରେ ହାଜର ହେଲେନି ବିଧାୟକଙ୍କ ଭାଇ, ଆର୍ଥିକ ପରାମର୍ଶଦାତାଙ୍କ ଜରିଆରେ ରଖିଲେ ତଥ୍ୟ

author img

By

Published : Dec 3, 2022, 9:09 PM IST

EDରେ ହାଜର ହେଲେନି ବିଧାୟକଙ୍କ ଭାଇ, ଆର୍ଥିକ ପରାମର୍ଶଦାତାଙ୍କ ଜରିଆରେ ରଖିଲେ ତଥ୍ୟ
EDରେ ହାଜର ହେଲେନି ବିଧାୟକଙ୍କ ଭାଇ, ଆର୍ଥିକ ପରାମର୍ଶଦାତାଙ୍କ ଜରିଆରେ ରଖିଲେ ତଥ୍ୟ

ସନ୍ଦେହ ଘେରରେ ବିଜେଡି ବିଧାୟକଙ୍କ ଭାଇ ଓ ତାଙ୍କ କାର ସୋରୁମ । ଅର୍ଚ୍ଚନା ନାଗ ମାମଲାରେ ଗଙ୍ଗାଧର ସାମଲଙ୍କ ଏମ୍ପ୍ରିଓ ପ୍ରେଷ୍ଟିଜର ୩ ବର୍ଷର ଫାଇନାନ୍ସ ଟ୍ରାନାଜାକ୍ସନ ତଥ୍ୟ ମାଗିଥିଲା ED । ନିଜେ ହାଜର ନହୋଇ ନିଜ କମ୍ପାନୀର ଫାଇନାନ୍ସିଆଲ୍ ହେଡ୍‌ଙ୍କ ଜରିଆରେ ତଥ୍ୟ ରଖିଛନ୍ତି ଗଙ୍ଗାଧର । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ସନ୍ଦେହ ଘେରରେ ବିଜେଡି ବିଧାୟକଙ୍କ ଭାଇ ଓ ତାଙ୍କ କାର ସୋରୁମ । ଅର୍ଚ୍ଚନା ନାଗ ମାମଲାରେ ଗଙ୍ଗାଧର ସାମଲଙ୍କ ଏମ୍ପ୍ରିଓ ପ୍ରେଷ୍ଟିଜର ୩ ବର୍ଷର ଫାଇନାନ୍ସ ଟ୍ରାନାଜାକ୍ସନ ତଥ୍ୟ ମାଗିଥିଲା ED । ତେବେ ଏଥର ନିଜେ ହାଜର ନହୋଇ ନିଜ କମ୍ପାନୀର ଫାଇନାନ୍ସିଆଲ୍ ହେଡ୍ ସନ୍ତୋଷ କୁମାର ନାୟକଙ୍କ ଜରିଆରେ ତଥ୍ୟ ରଖିଛନ୍ତି ଗଙ୍ଗାଧର ।

ଅର୍ଚ୍ଚନା ଲିଙ୍କରେ ପିଛା ଛାଡୁନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଢେଙ୍କାନାଳ ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲଙ୍କ କମ୍ପାନୀ ଏମ୍ପ୍ରିଓ ପ୍ରେଷ୍ଟିଜର ଫାଇନାନ୍ସ ଟ୍ରାନାଜାକ୍ସନ ତଥ୍ୟ ମାଗିଥିଲା ED । ଏନେଇ ପୂର୍ବରୁ ସମନ୍ ପାଇ ହାଜର ହୋଇଥିବା ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ ଏଥର କିନ୍ତୁ ନିଜେ ଆସି ନଥିଲେ । ନିଜ କମ୍ପାନୀର ଫାଇନାନ୍ସିଆଲ୍ ହେଡ୍ ସନ୍ତୋଷ କୁମାର ନାୟକଙ୍କ ଜରିଆରେ ନିଜ କମ୍ପାନୀର ୩ ବର୍ଷର ଫାଇନାନ୍ସିଆଲ୍ ଟ୍ରାନଜାକ୍ସନର ତଥ୍ୟ ଦେଇଛନ୍ତି । ଏନେଇ ଫାଇନାନ୍ସିଆଲ୍ ହେଡ ED କାର୍ଯ୍ୟାଳୟରେ ପହଞ୍ଚି ଆର୍ଥିକ କାରବାରର ତଥ୍ୟ ଦେଇଛନ୍ତି । ED ନିକଟରେ‌ ହାଜର ହୋଇ ତଥ୍ୟ ରଖିବା ବେଳେ ଗଣମାଧ୍ୟମକୁ ତଥ୍ୟ ଦେଇଛନ୍ତି ସନ୍ତୋଷ ।

ଏହି ତଥ୍ୟ ଅନୁସାରେ ଅର୍ଚ୍ଚନା ଗାଡି କିଣିବା ପାଇଁ ଆକାଉଣ୍ଟକୁ ୩୫ ଲକ୍ଷ ୧୧ ହଜାର ଟଙ୍କା ଦେଇଥିଲେ । ପରେ ଇନ୍‌କମ୍‌ ଟାକ୍ସ ସମସ୍ୟା ଯୋଗୁଁ ମେଲ ଜରିଆରେ ଗାଡି କିଣିବାକୁ ମନା କରିଥିଲେ । ଏହାପରେ ସେହି ଟଙ୍କାକୁ ଚେକ୍ ଜରିଆରେ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଫେରାଇଥିଲେ ବିଧାୟକଙ୍କ ଭାଇ ଗଙ୍ଗାଧର ସାମଲ । ଯାହାକୁ ନେଇ ଅର୍ଚ୍ଚନାଙ୍କ ଲିଙ୍କରେ ବିବାଦ ଘେରକୁ ଆସିଥିଲେ । ତେବେ ଯଦି ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଆସିଥିବା ଟଙ୍କାକୁ ପୁନଶ୍ଚ ଅର୍ଚ୍ଚନାଙ୍କ ଆକାଉଣ୍ଟ ଫେରାଇଛନ୍ତି, ତେବେ ED ଗଙ୍ଗାଧର ଦେଉଥିବା ପ୍ରମାଣରେ ସନ୍ତୁଷ୍ଟ ନୁହେଁ କାହିଁକି । ପ୍ରମାଣ ପାଇବା ପରେ ମଧ୍ୟ ବିଧାୟକଙ୍କ ଭାଇଙ୍କ ଉପରୁ ସହଜରେ EDର ସନ୍ଦେହ ହଟୁନି । ତେବେ ଏହି ତମାମ ତଥ୍ୟକୁ ତର୍ଜମା ପାଇଁ ED ଅଫିସରେ ପହଞ୍ଚିଛନ୍ତି କିଛି ଏକସ୍ପର୍ଟ । ଦିଲ୍ଲୀରୁ ସାସିଥିବା ଏକ୍ସପର୍ଟ ମଧ୍ୟ ଟ୍ରାନାଜାକ୍ସନ ରିପୋର୍ଟ ଉପରେ ତର୍ଜମା କରିବେ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.