EDରେ ଢେଙ୍କାନାଳ ବିଧାୟକ ଭାଇ, ଅର୍ଚ୍ଚନା ଲିଙ୍କରେ ଗଙ୍ଗାଧର ସାମଲ ହାଜର

author img

By

Published : Nov 24, 2022, 10:57 AM IST

Updated : Nov 24, 2022, 12:23 PM IST

EDରେ ଢେଙ୍କାନାଳ ବିଧାୟକ ଭାଇ

ସାମ୍ନାକୁ ଆସିଲା ଅର୍ଚ୍ଚନା ହାଇପ୍ରୋଫାଇଲ ଲିଙ୍କ୍ । ଇଡିରେ ହାଜର ହେଲେ ଢେଙ୍କାନାଳ ବିଧାୟକ ଭାଇ ଗଙ୍ଗାଧର ସାମଲ । ଅଧିକ ପଢନ୍ତୁ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ଇଡିରେ ହାଜର ହେଲେ ଢେଙ୍କାନାଳ ବିଧାୟକ ଭାଇ ଗଙ୍ଗାଧର ସାମଲ । ସେ ସାମଲ କାର୍ ସୋ ରୁମ୍ ମାଲିକ ହୋଇଥିବା ତଥା ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ବୋଲି ଜଣାପଡ଼ିଛି । ତାଙ୍କର କଟକର ପ୍ରତାପ ନଗରରୀରେ ଏକ କାର ସୋରୁମ ରହିଥିବା ସୂଚନା ।

EDରେ ଢେଙ୍କାନାଳ ବିଧାୟକ ଭାଇ

ସେହି ଗାଡି ସୋରୁମରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ସୂଚନା । ଏଣ୍ଡଭର କିଣାବିକା ଲିଙ୍କରେ ଗଙ୍ଗାଧରଙ୍କ ସମ୍ପୃକ୍ତି ଥିବା ଇଡି ସନ୍ଦେହ କରୁଛି । ଏହାସହ ଏଣ୍ଡଭର କିଣିବା ପାଇଁ 33 ଲକ୍ଷ ପେମେଣ୍ଟ ଲିଙ୍କ ଥିବା ଜଣାପଡିଛି । ତେବେ କିପରି 33 ଲକ୍ଷ ବୋର୍ଡ ମାଲିକ ଏସ ଗର୍ଗଙ୍କୁ ପେମେଣ୍ଟ ହୋଇଥିଲା ସେ ନେଇ ପୂର୍ବରୁ ବୋର୍ଡ ମାଲିକ ତଥ୍ୟ ରଖିଥିଲେ । ଏନେଇ ତାଙ୍କ ତଥ୍ୟ ଆଧାରରେ ନିଧି ସାମଲଙ୍କ ଭାଇଙ୍କୁ ଜେରା କରିବ ଇଡି । ଏନେଇ ଗଙ୍ଗାଧରଙ୍କୁ 33 ଲକ୍ଷର କାରବାରର ସମ୍ପର୍କରେ ଇଡି ପଚରାଉଚରା କରିପାରେ ବୋଲି ଚର୍ଚ୍ଚା ହେଉଛି । ଇଡିରେ ହାଜର ବେଳେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ ଗଙ୍ଗାଧର ସାମଲ।

EDରେ ଢେଙ୍କାନାଳ ବିଧାୟକ ଭାଇ

ଏହା ମଧ୍ୟ ପଢନ୍ତୁ: ଅଭିଯୁକ୍ତ ଗିରଫ ହେଲେ ହବନି, ଦଣ୍ଡିତ ବି ହେବା ଦରକାର: ଅକ୍ଷୟ ପରିଜା

ଏହାସହ କାହା ଇସାରାରେ ଟଙ୍କା ଅର୍ଚ୍ଚନାଙ୍କୁ ଦିଆଯାଇଥିଲା ? ଗଙ୍ଗାଧର, ଅର୍ଚ୍ଚନା ଓ ପଲଟିକାଲ ପାଓ୍ବାର କରିଡ଼ରର ମାଧ୍ୟମ ସାଜିଥିଲେ କି ନିଧି ସାମଲର ଭାଇ ?ଏହା ପଛରେ ପଲଟିକାଲ ଲିଙ୍କ ଯେଉଁ ଚର୍ଚ୍ଚା ହେଉଛି ତାହା କଣ ସତରେ ପଦାକୁ ଆସିବ ସେନେଇ ତଥ୍ୟ ରଖିବେ‌ ଗଙ୍ଗାଧର । ତେବେ ଏହି ଘଟଣାରେ ଚର୍ଚ୍ଚିତ ଢେଙ୍କାନାଳ ବିଧାୟକଙ୍କ କଣ ଭୂମିକା ରହିଛି ତାହା ଦେଖିବାକୁ ବାକି ରହିଲା ।

ସୂଚନାଯୋଗ୍ୟ ଯେ, ଗତକାଲି ସହଯୋଗୀ ଶ୍ରଦ୍ଧାଞ୍ଜଳି ଏବଂ ଅକ୍ଷୟ ପରିଜାଙ୍କୁ ମୁହାଁମୁହିଁ 10 ଘଣ୍ଟା ଜେରା କରିଥିଲା ଇଡି । ଜେରା ପରେ ଅକ୍ଷୟ ପରିଜା କହିଥିଲେ ଯେ, ''ଇଡିକୁ ସମସ୍ତ ତଥ୍ୟ ଦେଇଛି, ଖାଲି ଅଭିଯୁକ୍ତକୁ ଗିରଫ କରିଦେଲେ ହବନି ଦୋଷୀ ସାବ୍ୟସ୍ତ କରିବା ଦରକାର । ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଅଛି ନ୍ୟାୟ ମିଳିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 24, 2022, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.