ଅଭିଯୁକ୍ତ ଗିରଫ ହେଲେ ହବନି, ଦଣ୍ଡିତ ବି ହେବା ଦରକାର: ଅକ୍ଷୟ ପରିଜା

author img

By

Published : Nov 23, 2022, 11:04 PM IST

Updated : Nov 24, 2022, 10:59 AM IST

Akhaya Parija and Shradhanjali came out from ED drill after ten hours

ଅର୍ଚ୍ଚନା ନାଗ ମାମଲାରେ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିକୁ 12 ଘଣ୍ଟା ଧରି ଜେରା କଲା ଇଡି । ନ୍ୟାୟ ମିଳିବା ନେଇ କହିଲେ ଅକ୍ଷୟ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ତଦନ୍ତକୁ ଜୋରଦାର କରିଛି ଇଡି । ଜଣଙ୍କ ପରେ ଜଣଙ୍କୁ ସମନ ଜାରି କରି ପଚରାଉଚରା କରୁଛି ଇଡି । ବୁଧବାର ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୀର୍ଘ ୧୦ ଘଣ୍ଟା ଜେରା ପରେ ପଦାକୁ ଆସିଥିଲେ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି । ଅକ୍ଷୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବା ବେଳେ ଅନ୍ୟପଟେ କୌଣସି ପ୍ରତିକ୍ରିୟା ନଦେଇ ପଳାଇଥିଲେ ଶ୍ରଦ୍ଧାଞ୍ଜଳି ।

ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲା

ଜେରା ପରେ ଅକ୍ଷୟ ପରିଜା କହିଥିଲେ ଯେ, ''ଇଡିକୁ ସମସ୍ତ ତଥ୍ୟ ଦେଇଛି, ଖାଲି ଅଭିଯୁକ୍ତକୁ ଗିରଫ କରିଦେଲେ ହବନି ଦୋଷୀ ସାବ୍ୟସ୍ତ କରିବା ଦରକାର । ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଅଛି ନ୍ୟାୟ ମିଳିବ । ପୋଲିସ ଓ ଇଡି ତାର ତଦନ୍ତ କରୁଛନ୍ତି ବୋଲି କହିଛନ୍ତି ଅକ୍ଷୟ ପରିଜା ''। ଉଭୟଙ୍କୁ ଜେରା ପରେ ଇଡି ହାତରେ ଅର୍ଚ୍ଚନା ବିରୋଧରେ ଅନେକ ତଥ୍ୟ ହାସଲ କରିଛି ଇଡି । ଏହି ତଥ୍ୟ ଆଧାରରେ ତଦନ୍ତକୁ ଆଗକୁ ନେବ ଇଡି ।

ଅନ୍ୟପଟେ ଜେଲର ଚାରିକାନ୍ଥ ଭିତରେ ଅର୍ଚ୍ଚନା ନାଗ ଚାନ୍ଦ ଓ ସ୍ବାମୀ ଜଗବନ୍ଧୁ ଥାଇ ଇଡିର କଷ୍ଟଡିରେ ଅଛନ୍ତି ଖଗେଶ୍ବର । ହେଲେ ତଥାପି ନ୍ୟାୟ ଦରକାର ଖାଲି ଗିରଫ କଲେ ହେବନି ଦଣ୍ଡିତ ହେବା ଦରକାର ଏମିତି କହି କାହା ଆଡ଼କୁ ଇସାରା କରିଛନ୍ତି ଅକ୍ଷୟ ପରିଜା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଶ୍ରଦ୍ଧାଞ୍ଜଳି ଗିରଫ ହୋଇନଥିବା ନେଇ ଅସନ୍ତୋଷ ଅଛନ୍ତି କି ଅକ୍ଷୟ । କାରଣ ଶ୍ରଦ୍ଧାଞ୍ଜଳିକୁ ଗିରଫ ନ କରି ଅଭିଯୋଗ ଆଧାରରେ ଅର୍ଚ୍ଚନାକୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ପଚରାଉଚରା ପରେ ନ୍ୟାୟ ମିଳିବ ବୋଲି କହିଛନ୍ତି ଅକ୍ଷୟ । ଅର୍ଥାତ୍‌ କେଉଁଠି ନା କେଉଁଠି ଅକ୍ଷୟ ପରିଜା ପୋଲିସର ଆକ୍ସନକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ପୋଲିସ କିଛି ଜିନିଷ ଲୁଚାଇ ଦେଇଛି । ଯେଭଳି ‌ତଦନ୍ତ କରିବା କଥା ସେପରି କରିନାହିଁ । ଅର୍ଚ୍ଚନା ସହ ଶ୍ରଦ୍ଧାଞ୍ଜଳି ମଧ୍ୟ ତାଙ୍କୁ ବ୍ଲାକମେଲିଂ କରିଥିଲା ହେଲେ ପୋଲିସ ତାକୁ ଗିରଫ କରିନଥିଲା । ଏଭଳି ଅନେକ ଅର୍ଚ୍ଚନା ସମ୍ପର୍କିତ ସାଙ୍ଘାତିକ ତଥ୍ୟ ଗୁଡିକୁ ଇଡିକୁ ଦେଇଛନ୍ତି ଅକ୍ଷୟ ପରିଜା । ଦ୍ବିତୀୟ ଥର ଜେରା ବେଳେ ଶ୍ରଦ୍ଧାଞ୍ଜଳିର ବ୍ଲାକମେଲିଂର ଟର୍ଚରକୁ ଇଡି ଆଗରେ ବଖାଣି ଥିଲେ ଅକ୍ଷୟ । ତେବେ କିପରି ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାରେ ଅଭିଯୋଗ କଲେ‌ । ୪ ଫାଳ ଏଫଆଇଆର ପଛରେ କିଏ କିଏ ରହିଛନ୍ତି । କେଉଁମାନେ ଏଫଆଇଆର ଲେଖାଇଛନ୍ତି ନା ଶ୍ରଦ୍ଧାଞ୍ଜଳି ନିଜେ ଲେଖିଛନ୍ତି ସେ ସବୁର ରାଜ ଜାଣିବାକୁ ଇଡି ଚଳାଇଛି ତଦନ୍ତ ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ବିଧାନସଭା ଶୀତ ଅଧିବେଶନ, ଅର୍ଚ୍ଚନା ନାଗ ମାମଲାକୁ ନେଇ କମ୍ପିବ ଗୃହ

କାରଣ ଅକ୍ଷୟ ପରିଜା ପରୋକ୍ଷରେ କହିଛନ୍ତି ମତେ ନ୍ୟାୟ ଦରକାର । ପୂର୍ବରୁ ମଧ୍ୟ ଅକ୍ଷୟଙ୍କ ଓକିଲ କହିଥିଲେ ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ତେବେ ଅକ୍ଷୟ କାହାକୁ ସନ୍ଦେହ କରୁଛନ୍ତି । ଶ୍ରଦ୍ଧାଞ୍ଜଳି ପଛରେ ମାଷ୍ଟର ମାଇଣ୍ଡ ନୁହେଁ ତ । ଯାହା ସମ୍ପର୍କରେ ଇଡି ହାତରେ ସୁରାକ ଲାଗିଥିବା ବେଳେ ଏବେ ଖୋଜା ପଡିଛି ଶ୍ରଦ୍ଧାଞ୍ଜଳି ପଛର ମାଷ୍ଟର ମାଇଣ୍ଡ ଷଡଯନ୍ତ୍ରକାରୀ । ଯାହାକୁ ନେଇ ଗତକାଲି ଶ୍ରଦ୍ଧାଞ୍ଜଳିକୁ ଦୀର୍ଘ ୧୨ଘଣ୍ଟା ଧରି ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସକାଳ ୯ଟା ରୁ ରାତି ୯ପର୍ଯ୍ୟନ୍ତ ଶ୍ରଦ୍ଧାଞ୍ଜଳି ସବୁ ସତ ଓଗାଳିଥିଲା । ଚର୍ଚ୍ଚା ହେଉଛି କିଛି ପୋଲିସ ଅଧିକାରୀ ମଧ୍ୟ ଏବେ ଇଡି ନଜରକୁ ଆସିଛନ୍ତି । ଯେଉଁମାନେ କି ଏହା ପଛର କାରସାଦି ଓ ଘଟଣାକ୍ରମ ପାଇଁ ଷଡ଼ଯନ୍ତ୍ରରରେ ଥିଲେ ସାମିଲ ।

ଅର୍ଚ୍ଚନା କେଳେଙ୍କାରୀର ପ୍ରଥମ ଅଭିଯୋଗକାରୀ ହେଉଛନ୍ତି ଅକ୍ଷୟ । ଅର୍ଚ୍ଚନା ପ୍ରଥମେ ଅକ୍ଷୟଙ୍କ ବିରୋଧରେ ଥାନାରେ ଯୌନ ଶୋଷଣର ଅଭିଯୋଗ କରିଥିଲେ । ଏହାପରେ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ ଅକ୍ଷୟ । ଅର୍ଚ୍ଚନା ଓ ଆଉ ଶ୍ରଦ୍ଧାଞ୍ଜଳି କିଛି ଅଶ୍ଳୀଳ ଫଟୋ ଜରିଆରେ ତାଙ୍କୁ ବ୍ଲାକମେଲ କରି ଟଙ୍କା ମାଗୁଥିବା ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।

ଏହାପରେ ଅଡୁଆ ସୁତାରେ ଯେମିତି ଛନ୍ଦି ହୋଇପଡିଥିଲେ ଅର୍ଚ୍ଚନା । ସାମ୍ନାକୁ ଆସିଲା ଅର୍ଚ୍ଚନା କେଳେଙ୍କାରୀର ଗୁମର । ତଦନ୍ତ ପରେ ଅର୍ଚ୍ଚନା ସେକ୍ସ ସ୍କାଣ୍ଡାଲ ଚଲାଇଥିବା ସାମ୍ନାକୁ ଆସିଥିଲା । ଅନେକ ବଡବଡିଆଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବ୍ୟାକମେଲ କରି ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା । ଏନେଇ ଘଟଣାରେ ଖଣ୍ଡଗିରା ଥାନା ପୋଲିସ ଅର୍ଚ୍ଚନାକୁ ଗିରଫ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 24, 2022, 10:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.