ETV Bharat / state

ପୁଷ୍କରିଣୀ ମଧ୍ୟରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ

author img

By

Published : Oct 20, 2021, 10:59 PM IST

ଖୋର୍ଦ୍ଧାରେ କୋଭିଡ ସଂକ୍ରମଣ ଏଡାଇବା ପାଇଁ ଅଭିନବ ଢଙ୍ଗରେ ଗଜଲକ୍ଷ୍ମୀ ପୂଜା । ପୁଷ୍କରିଣୀ ମଧ୍ୟରେ ହୋଇଛି ମା’ଙ୍କ ମଣ୍ଡପ । ଶ୍ରଦ୍ଧାଳୁଙ୍କୁ ବଣ୍ଟାଯାଉଛି ମାସ୍କ, ସାନିଟାଇଜର । ଅଧିକ ପଢନ୍ତୁ...

କୋଭିଡ ସଂକ୍ରମଣ ଏଡାଇବା ପାଇଁ ଅଭିନବ ଢଙ୍ଗରେ ପୂଜା, ପୁଷ୍କରିଣୀ ମଧ୍ୟରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ
କୋଭିଡ ସଂକ୍ରମଣ ଏଡାଇବା ପାଇଁ ଅଭିନବ ଢଙ୍ଗରେ ପୂଜା, ପୁଷ୍କରିଣୀ ମଧ୍ୟରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ

ଖୋର୍ଦ୍ଧା: ଶାରଦୀୟ ପୂଜା ଉତ୍ସବକୁ କୋଭିଡ-୧୯ କାରଣରୁ ସାରା ରାଜ୍ୟରେ କୋଭିଡ ଏସଓପି ମଧ୍ୟରେ ପାଳନ କରାଯାଇ ଥିବାବେଳେ ଗଜଲକ୍ଷ୍ମୀ ପୂଜା ମଧ୍ୟ ସମାନ ଢଙ୍ଗରେ ପାଳିତ ହେଉଛି । ତେବେ ଏଭଳି କରୋନା କଟକଣାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଳକ ବାଙ୍କୋଇ ଗ୍ରାମରେ ଅଭିନବ ଉପାୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜନ କରାଯାଇଛି ।

କୋଭିଡ ସଂକ୍ରମଣ ଏଡାଇବା ପାଇଁ ଅଭିନବ ଢଙ୍ଗରେ ପୂଜା, ପୁଷ୍କରିଣୀ ମଧ୍ୟରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ

ବାଙ୍କୋଇ ଗ୍ରାମରେ ଆୟୋଜିତ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜନରେ ଭିଡ ଏଡାଇବା ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ସାମାଜିକ ଦୂରତା ନିୟମକୁ ଦୃଷ୍ଟିରେ ରଖି ଗ୍ରାମର ହୁଲୁସୁଲି ପୁଷ୍କରିଣୀ ଜଳ ମଧ୍ୟରେ ମା’ଙ୍କର ପୂଜା ମଣ୍ଡପ ବନ୍ଧାଯାଇଛି । ପୂଜା ମଣ୍ଡପକୁ ପୁଷ୍କରିଣୀ କୂଳ ଠାରୁ ପ୍ରାୟ ୩୦ ମିଟର ଦୂରରେ ପୁଷ୍କରିଣୀର ମଧ୍ୟ ଭାଗରେ ଜଳ ମଧ୍ୟରେ ବାଉଁଶ ଦ୍ଵାରା ପ୍ରସ୍ତୁତ ମଞ୍ଚରେ ନିର୍ମାଣ କରାଯାଇଛି । ଜଳରାଶି ମଧ୍ୟରେ ଥିବା ଏହି ବାଉଁଶ ମଞ୍ଚ ଉପରେ ଆକର୍ଷଣୀୟ ରୂପରେ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ ।

ଚତୁଃପାର୍ଶ୍ବରେ ଜଳ ଥାଇ ମଝିରେ ମା ‘ଗଜଲକ୍ଷ୍ମୀଙ୍କର ପୂଜା ମଣ୍ଡପଟି ଅତୀବ ମନୋରମ ଦୃଶ୍ୟମାନ ହେଉଛି । ସେହିପରି ମଣ୍ଡପ ନିକଟକୁ ପୂଜା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁ ଏବଂ ଦର୍ଶକମାନଙ୍କୁ ଆୟୋଜକଙ୍କ ପକ୍ଷରୁ ହ୍ୟାଣ୍ଡ ସାନିଟାଇଜ ଏବଂ ମାସ୍କ ପରିଧାନର ବ୍ୟବସ୍ଥା କରାଯାଇଛି । ଏଥି ସହିତ ସାମାଜିକ ଦୁରତା ରକ୍ଷା ସାଙ୍ଗକୁ ପରିଷ୍କାର ପରିଚ୍ଛନତାର ସହ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଥିବାର ଦେଖାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.