ETV Bharat / state

ପଛୁଆବର୍ଗଙ୍କ ଜନଗଣନା ନେଇ ସାମ୍ବାଦିକ ସମ୍ମିଳନୀ, ରାଜ୍ୟ ସରକାରଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ

author img

By

Published : Mar 21, 2023, 6:51 AM IST

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ
ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ଏବଂ ଜାତିଭିତ୍ତିକ ଜନଗଣନାକୁ ନେଇ ସାମ୍ବାଦଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର ଏବଂ ଜାତିଭିତ୍ତିକ ଜନଗଣନାକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ସୋମବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ଏଥିରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଦୀର୍ଘ ୨୩ ବର୍ଷ ହେବ ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଠକି ଚାଲିଥିବା ବେଳେ ଏବେ ପୁଣିଥରେ ଠକିବାକୁ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ଜେନା କହିଛନ୍ତି, "ରାଜ୍ୟ ସରକାର ପଛୁଆ ବର୍ଗଙ୍କ ସର୍ଭେ କରିବାକୁ ଯାଉଛନ୍ତି । ମାତ୍ର ଏହା ସେହି ବର୍ଗ ପାଇଁ ଉପହାସ ସଦୃଶ । ଦୀର୍ଘ ୨୩ ବର୍ଷ ହେବ କ୍ଷମତାରେ ରହି ରାଜ୍ୟ ସରକାର ଏହି ଜାତିକୁ ଠକିବା ପରେ ପୁନର୍ବାର ଠକିବା ପାଇଁ ପ୍ରୟାସ କରାଯାଉଛି । ରାଜ୍ୟ ସରକାରଙ୍କ ସର୍ଭେ କଣ ଜାତିଭିତ୍ତିକ ଜନଗଣନା କି ? ଏହାକୁ ଓଡିଶା ସରକାର ସ୍ପଷ୍ଟ କରନ୍ତୁ । ପଛୁଆ ବର୍ଗଙ୍କର ସର୍ଭେ ନାମରେ ରାଜ୍ୟ ସରକାର ସେହି ବର୍ଗକୁ ଠକୁଛନ୍ତି । ଅର୍ଥାତ ରାଜ୍ୟର ୫୪% ଲୋକଙ୍କୁ ଠକୁଛନ୍ତି ରାଜ୍ୟ ସରକାର । ଜାତିଭିତ୍ତିକ ଜନଗଣନା ନକରି ସର୍ଭେ ନାମରେ ଓଡ଼ିଶାର ୫୪ ପ୍ରତିଶତ ପଛୁଆ ବର୍ଗଙ୍କୁ ଠକିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ବିଗତ ୨୫ ବର୍ଷ ଶାସନ କାଳରେ ପଛୁଆ ବର୍ଗର ଲୋକମାନେ ସାମ୍ଭିଧାନିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି । ଅର୍ଥାତ ଶିକ୍ଷା ଓ ଚାକିରୀ କ୍ଷେତ୍ରରୁ ବଞ୍ଚିତ ହୋଇଛନ୍ତି ଏହି ୫୪ ପ୍ରତିଶତ ଲୋକ ।

ତେବେ ଏହାଦ୍ବାରା ରାଜ୍ୟର ଲକ୍ଷ ଲକ୍ଷ ପଛୁଆ ବର୍ଗର ଯୁବକ ଓ ଯୁବତୀ ମାନେ ଚାକିରି ଓ ଶିକ୍ଷାର ସୁଯୋଗ ହରାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀକାନ୍ତ । ରାଜ୍ୟରେ ମାତ୍ର ୬ ପ୍ରତିଶତ ଲୋକଙ୍କ ହାତରେ ରାଜନୈତିକ କ୍ଷମତା ଓ ପ୍ରଶାସନିକ କ୍ଷମତା ଠୁଳ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ କହିଛନ୍ତି, "ରାଜ୍ୟର ପ୍ରାୟ ୩୮.୫ ପ୍ରତିଶତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗରୁ ଇଞ୍ଜିନିୟରିଂ ଓ ମେଡିକାଲ ଶିକ୍ଷାର ସଂଖ୍ୟା ଅନୁପାତରେ ସଂରକ୍ଷଣ ଦିଆ ଯାଉନାହିଁ । ଲୋକଙ୍କୁ ଭୁଆଁ ବୁଲାଇ ଏହି ବର୍ଗ ପ୍ରତି ଦରଦ ଅଛି ବୋଲି କହି ୨୦୧୪ ପୂର୍ବରୁ ଭୋଟ ନେବାକୁ ଆଉ ଏକ ଉଦ୍ୟମ କରାଯାଇଛି । ଏହି ବର୍ଗର ସାମ୍ବିଧାନିକ ହକ ହାସଲ ପାଇଁ ''ଅଧିକାର ଯାତ୍ରା'' ଆରମ୍ଭ କରାଯିବ ।" ତେବେ ରାଜ୍ୟର ସମସ୍ତ ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନକୁ ଏହି ଅଭିଯାନରେ ସାମିଲ ହେବାପାଇଁ ନିବେଦନ କରିଛନ୍ତି ଶ୍ରୀକାନ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.