ETV Bharat / state

ବେଗୁନିଆରେ ଘରୁ ଲୁଟ ଘଟଣାର ପର୍ଦ୍ଦାଫାସ : କାମବାଲି ସହ ୬ ଗିରଫ

author img

By

Published : Aug 3, 2022, 4:14 PM IST

ନାତିକୁ କୁରକୁରି ଦେଇ ଆଇକୁ ବାନ୍ଧି ଲୁଟ ଘଟଣାର ପର୍ଦ୍ଦାଫାସ : କାମବାଲି ସହ ୫ ଗିରଫ
ନାତିକୁ କୁରକୁରି ଦେଇ ଆଇକୁ ବାନ୍ଧି ଲୁଟ ଘଟଣାର ପର୍ଦ୍ଦାଫାସ : କାମବାଲି ସହ ୫ ଗିରଫ

ଆଇକୁ ବାନ୍ଧିଲେ ନାତିକୁ କୁରକୁରି ଦେଇ ଘରୁ ଲୁଟିଲେ । ଘରର କାମବାଲି ରଚିଥିଲା ଲୁଟ କରିବାର ବ୍ଲୁ ପ୍ରିଣ୍ଟ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା : ବେଗୁନିଆ ଥାନା ଅଞ୍ଚଳରେ ଦିନ ଦିପହରେ ଲୁଟ ଘଟଣାରେ ବେଗୁନିଆ ପୋଲିସକୁ ମିଳିଛି ବଡ଼ ସଫଳତା । ଲୁଟ ଘଟଣାର ମାଷ୍ଟର ମାଇଣ୍ଡ କାମ ବାଲି ସହ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବେଗୁନିଆ ପୋଲିସ । ସୂଚନା ଅନୁଯାୟୀ ଚଳିତ ମାସ ୧୨ତାରିଖରେ ଚାରି ଦୁର୍ବୃତ୍ତ ନିଶାମଣି ସେଠୀଙ୍କ ଘରେ ପଶିଥିଲେ । ଦୁର୍ବୃତ୍ତମାନେ ନାତିକୁ କୁରକୁରି ଦେବା ପରେ ଆଇକୁ ବାନ୍ଧି ଘରୁ ପାଞ୍ଚ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା, 50ଗ୍ରାମ ରୂପା, ଲାପଟପ ଓ ମୋବାଇଲ ଲୁଟି ନେଇଥିବା ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ବେଗୁନିଆ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ଘଟଣାର ତଦନ୍ତ କରିଥିଲା । ଘଟଣାରେ ନିଶାମଣିଙ୍କ ଘରେ ୬ମାସ ତଳୁ କାମ କରୁଥିବା କାମବାଲି ସବିତା ସେଠୀ ଏଭଳି କାଣ୍ଡର ମାଷ୍ଟର ମାଇଣ୍ଡ କରିଥିବା ଜାଣିବାକୁ ପାଇଥିଲା ପୋଲିସ । ଘଟଣାରେ ସବିତାଙ୍କ ସହ ତପନ ସେଠୀ, ମନୋଜ ନାୟକ, ଜଗା ସେଠୀ ଏବଂ ବସନ୍ତ ପଟ୍ଟନାୟକ ସାମିଲ ଥିବା ଜଣା ପଡ଼ିଥିଲା । ଆଜି ସମସ୍ତଙ୍କୁ ବେଗୁନିଆ ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି । ସେହିପରି ଚୋରି ସୁନା ବିକିବାରେ ସହଯୋଗ କରିଥିବା ଲିପ୍ସା ସେଠୀକୁ ମଧ୍ୟ ଗିରଫ କରିଛି ପୋଲିସ ।

ସେପଟେ ଅଭିଯୁକ୍ତଙ୍କ ଠାରୁ ପୋଲିସ 12 ଗ୍ରାମ ସୁନା, 50ଗ୍ରାମ ରୁପା, 6ଟି ମୋବାଇଲ ଫୋନ, ଲୁଟରେ ବ୍ୟବହୃତ ମଟର ସାଇକେଲକୁ ଜବତ କରିବା ସହ ସବିତା ସେଠୀଙ୍କର ଆଧାର କାର୍ଡ ମଧ୍ୟ ଜବତ କରିଛି । ସେହିପରି ଲୁଟେରା ମାନେ ଲୁଟ ସୁନାକୁ ଭୁବନେଶ୍ୱର ନିଳାଦ୍ରୀବିହାର ସ୍ଥିତ ମୁଥୁଟ ଫାଇନାନ୍ସରେ ବନ୍ଧକ ରଖି ଟଙ୍କା ଆଣି ଖର୍ଚ୍ଚ କରିଥିବା ପୋଲିସ କହିଛି । ସେପଟେ ତପନ ସେଠୀ ଓ ମନୋଜ ନାୟକ ନାମରେ ପୂର୍ବରୁ ବହୁ ମାମଲା ଥିବା ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ଘଟଣାରେ ଚୋରି ସୁନା କିଣିଥିବା ଜଣେ ବଣିଆକୁ ମଧ୍ୟ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.