ETV Bharat / state

ନିଶାବେପାରୀ ଗୁଳିମାଡ ଘଟଣା, ହତ୍ୟାକାରୀକୁ ଗିରଫ ଦାବିରେ ପରିବାରଲୋକଙ୍କ ରାସ୍ତାରୋକ

author img

By

Published : Jun 11, 2023, 10:11 AM IST

ହତ୍ୟାକାରୀକୁ ଧରିବା ପାଇଁ ମୃତଦେହ ଜାତୀୟ ରାଜପଥ ଅବରୋଧ କଲେ ପରିବାର
ହତ୍ୟାକାରୀକୁ ଧରିବା ପାଇଁ ମୃତଦେହ ଜାତୀୟ ରାଜପଥ ଅବରୋଧ କଲେ ପରିବାର

ସୋମନାଥ ଭୁଜବଳର ହତ୍ୟାକାରୀକୁ ଧରିବା ପାଇଁ ମୃତଦେହ ଜାତୀୟ ରାଜପଥ ଅବରୋଧ କଲେ ପରିବାର । ଘଟଣାସ୍ଥଳରେ ପୋଲିସ । ଅଧିକ ପଢନ୍ତୁ

ହତ୍ୟାକାରୀକୁ ଧରିବା ପାଇଁ ମୃତଦେହ ଜାତୀୟ ରାଜପଥ ଅବରୋଧ କଲେ ପରିବାର

ଖୋର୍ଦ୍ଧା: ଗୁଳିମାଡରେ ପ୍ରାଣ ହରାଇଥିବା ନିଶା ବେପାରୀ ସୋମନାଥ ଭୁଳବଳଙ୍କ ମୃତଦେହକୁ ନେଇ ରାସ୍ତାରେ ପରିବାର । ସୋମନାଥଙ୍କ ହତ୍ୟାକାରୀକୁ ଗିରଫ ଦାବିରେ ୧୬ନଂ ଜାତୀୟ ରାଜପଥର ମୃତଦେହ ରଖି ରାସ୍ତାରୋକ କରିଥିଲେ ମୃତକ ପରିବାର ଏବଂ ସମ୍ପର୍କୀୟ । ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ ହୋଇଥିବା ବେଳେ ଘଟଣା ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁଳିମାଡ଼ ଘଟଣାକୁ ଚାରି ଦିନ ବିତିଥିଲେ ମଧ୍ୟ ଅପରାଧୀକୁ ଧରିବାରେ ବିଫଳ ପୋଲିସ । ଏପରିକି ଏହି ଗୁଳିମାଡ ଘଟଣାରେ ଲୋକନାଥପୁରର ସଞ୍ଜୁ ସମ୍ପୃକ୍ତ ଥିବାବେଳେ ପୋଲିସ ତାକୁ କାହିଁକି ଗିରଫ କରୁନି ବୋଲି କହିଛନ୍ତି ପରିବାରଲୋକେ । ସେପଟେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ନେଇ ପ୍ରତିଶୃତି ଦେବା ପରେ ଧାରଣାରୁ ହଟିଥିଲେ ପରିବାରଲୋକେ ।

ସୂଚନାନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ ମୃତକ ସୋମନାଥ ଭୁଜବଳ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକାକି ଠିଆ ହୋଇଥିଲେ । ସେହି ସମୟରେ ଏକ ପିକ୍ଅପ ଭ୍ୟାନରେ କିଛି ଦୁର୍ବୃତ୍ତ ଆସି ଅତର୍କିତ ଭାବେ ସୋମନାଥଙ୍କୁ ଗୁଳିମାଡ କରିଥିଲେ । ତାଙ୍କୁ ଗୁରୁ ଅବସ୍ଥାରେ ଖୋର୍ଦ୍ଧା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଗୁଳି କାଣ୍ଡ ହୋଇଥିବା ପ୍ରଥମିକ ତଦନ୍ତରୁ ଅନୁମାନ କରିଛି ଆଦର୍ଶ ଥାନା ପୋଲିସ ।

ପୋଲିସ ସୂଚନା ଅନୁଯାୟୀ, ମୃତକ ସୋମନାଥ ଭୁଜବଳ ନିଶା କାରବାର କରୁଥିଲେ। ସେ ଅନେକ ସମୟରେ ବ୍ରାଉନସୁଗାର କାରବାର କରି ଧରାପଡିଛନ୍ତି । ତାଙ୍କ ନାଁରେ ଏକାଧିକ ମାମଲା ମଧ୍ୟ ରହିଛି । ବ୍ରାଉନସୁଗାର ବେପାରକୁ ନେଇ ଗତ କିଛି ଦିନ ହେବ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହୁଥିଲା । ତେବେ ଗତକାଲି(ଶନିବାର) ତାଙ୍କ ପରିବାର ଲୋକ ଓ ସମ୍ପର୍କୀୟ ମୃତଦେହ ବ୍ୟବଚ୍ଛେଦ ପରେ ସିଧା ଏସପିଙ୍କ କାର୍ଯ୍ୟାଳୟ ନିକଟକୁ ଆଣି ଧାରଣା ଦେବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ କଲିକତା ଚେନ୍ନାଇ ୧୬ ନଂ ଜାତୀୟ ରଜପଥର ଗଡ଼ ଖୋର୍ଦ୍ଧା ଛକରେ ମୃତଦେହ ରଖି ରାସ୍ତାରୋକ କରିଥିଲେ ।

ଅଧିକ ପଢ଼ନ୍ତୁ: କାଶୀପୁର ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କୁ କୁରାଢୀରେ ହାଣି ନିର୍ମମ ହତ୍ୟା

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.